Odisha news

ମହିଳା ମାନଙ୍କ ଚିଡ଼ିଚିଡା ଭାବକୁ ଓ ଡିପ୍ରେସନ କୁ ଦୂର କରିଥାଏ ଏହିସବୁ ଉପାୟ 

0

ଗୋଟିଏ ନିର୍ଦ୍ଧିଷ୍ଟ ବୟସ ପରେ ମହିଳା ମାନଙ୍କ ର ହର୍ମୋନ ଅସନ୍ତୁଳନ ହୋଇ ଶରୀର ରେ ଅନେକ ପ୍ରକାରର ପରିବର୍ତନ ଦେଖିବାକୁ ମିଳିଥାଏ l ସେହିସବୁ ସମସ୍ୟା ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଚିଡ଼ିଚିଡା ଭାବ ଓ ଅନ୍ୟ ଗୋଟିଏ ହେଉଛି ଡିପ୍ରେସନ l ଯାହାକି ମହିଳା ମାନଙ୍କୁ ଗୋଟିଏ ଏଭଳି ସ୍ଥିତି କୁ ନେଇ ଯାଇଥାଏ , ଯାହା ଦ୍ୱାରା ସେମାନେ ପ୍ରାୟତଃ ଦୁଃଖୀ ରହିବାକୁ ଲାଗି ଥାଆନ୍ତି ଓ ନିଦ୍ରା ହୀନତାର ଶିକାର ହୋଇ ଥାଆନ୍ତି l ଏହିସବୁ ଥିରୁ ଦୂରେଇ ରହିବା ପାଇଁ ନିଜେ ମଧ୍ୟ କିଛିଟା ଚେଷ୍ଟା କରିବା ଆବଶ୍ୟକ l

* ଡିପ୍ରେସନ ଓ ଚିଡ଼ିଚିଡା ଭାବକୁ ଦୂରେଇବାର ଉପାୟ :-

* ହସିବା କୁ ଗୋଟିଏ ଭଲ ମେଡ଼ିସିନ ବୋଲି କୁହାଯାଇ ଥାଏ l ଜୋରେ ହସିବା ଦ୍ୱାରା ମନ ପ୍ରଫୁଲ୍ଲୀତ ହୋଇଥାଏ l ଏବଂ ଡିପ୍ରେସନ ଦୂର ହେବାରେ ସାହାଯ୍ୟ କରିଥାଏ l

* ସୂର୍ଯ୍ୟ ଙ୍କ ଆଲୋକ ରୁ ବାହାରୁଥିବା ଭିଟାମିନ ଡି ମୁଡ଼ କୁ ଠିକ କରିବାରେ ସାହାଯ୍ୟ କରିଥାଏ l ଆଲୋକ ର ଏହି କିରଣ ଜୀବନ ରେ ଆଲୋକ ଭରି ମନକୁ ଶାନ୍ତି ଦେଇଥାଏ l

* କିଛି ଅଧ୍ୟୟନ ରୁ ଜଣା ପଡିଛି ଯେ ପ୍ରତିଦିନ ଆପଣ ପ୍ରାତଃ ଭ୍ରମଣ କିମ୍ବା ସାନ୍ଧ୍ୟ ଭ୍ରମଣ କରିବା ଦ୍ୱାରା ମନ ଖୁସି ହୋଇଥାଏ l ଏହାଦ୍ୱାରା ଏଙ୍ଗଯାଇଟି ଓ ଡିପ୍ରେସନ ସମସ୍ୟା ଦୂର ହୋଇଥାଏ l

* ଅନେକ ସମୟରେ ଲୋକେ ସୋସିଆଲ ମିଡ଼ିଆ ବ୍ୟବହାର କରି ଡିପ୍ରେସନ ର ଶିକାର ହୋଇ ଥାଆନ୍ତି l ଏହି ସବୁଥିରୁ ଦୂରେଇବା ପାଇଁ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ଜରୁରୀ l

* ଡିପ୍ରେସନ କୁ ଦୂର କରିବାର ଗୋଟିଏ ଭଲ ଉପାୟ ହେଲା ସଂଗୀତ l ଯାହାକି ମନକୁ ଶାନ୍ତ ରଖି ଖୁସି ଭରିବାରେ ସାହାଯ୍ୟ କରିଥାଏ l

* ମେଣ୍ଟାଲ ଡିପ୍ରେସନ କୁ ଦୂରେଇବା ପାଇଁ ଓ ଭଲ ନିଦ ହେବା ପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ରେ ଗାଧୋଇବା ଦ୍ୱାରା ମନ ଓ ଶରୀର ରେ ସକାରାତ୍ମକ ପ୍ରଭାବ ପଡିଥାଏ l

* ପ୍ରାକୃତିକ ପରିବେଶ ମନରେ ସକାରାତ୍ମକ ଶକ୍ତି ଭରିଥାଏ l ତେଣୁ ପ୍ରକୃତି କୋଳ ରେ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ l ଏହାଛଡା ଗଛ ଲଗାଇବା ଓ ରଙ୍ଗ ବେରଙ୍ଗ ର ଫୁଲ ଗଛ ଲଗାନ୍ତୁ l

* ନିଜକୁ ଖୁସିରେ ରଖିବା ପାଇଁ ଛୋଟ ଛୋଟ ଜିନିଷ ନିଜ ପାଇଁ କିଣନ୍ତୁ l କୁମ୍ବା କିଛି ସମୟ ପାଇଁ ବଜାରରେ ସମୟ ଅତିବାହିତ କରନ୍ତୁ l

Nalco

Leave A Reply