Odisha news

କୋଣାର୍କରେ ଆନ୍ତର୍ଜାତୀୟ ସମ୍ମିଳନୀ

0
ଶୁକ୍ରବାର ପୂର୍ବାହ୍ନରେ କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ରିଚ୍ ଲାଇଭ ପକ୍ଷରୁ ଏକ ୩ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଉଦଘାଟିତ ହୋଇଛି । ଏହି ସମ୍ମିଳନୀରେ ୧୦ଟି ଦେଶ ଓ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗଦେଇଛନ୍ତି। ଅତିଥିଭାବେ ଅଖିଳ ଭାରତୀୟ କିଷାନ ବିକାଶ ସଂଘ ସାଧାରଣ ସମ୍ପାଦକ ମୋହିନୀ ମୋହନ ମିଶ୍ର,ନେସନାଲ ଇନିଷ୍ଟିଚ୍ୟୁଟ ଅଫ ଏଜୁକେସନ ପ୍ଲାନିଙ୍ଗ ଆଡମିନଷ୍ଟ୍ରେସନ ଦିଲ୍ଲୀର କୂଳ ସଚିବ ସୂର୍ଯ୍ୟ ନାରାୟଣ ମିଶ୍ର, ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଓଡିଶା ପ୍ରାନ୍ତ ପ୍ରଚାରକ ବିପିନ ନନ୍ଦ,ନେପାଳ ପଶୁପତିନାଥ ମନ୍ଦିରର ପୂର୍ବତନ ସିଇଓ ରମେଶ କୁମାର ଉପ୍ରେତି ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଆମ ମଧ୍ୟରେ ମାନବିକତା ରହିବା ଦରକାର। ପରିବର୍ଦ୍ଧିତ ସମାଜରେ ମାନବିକତା ଅକ୍ଷୁର୍ଣ୍ଣ ରଖିବା ପାଇଁ ମାନବିକତାକୁ ପୁନରୁଦ୍ଧାର କରିବା ଜରୁରୀ ବୋଲି କୂଳ ସଚିବ ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ। ଏହି ଅବସରରେ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓଡିଶୀ ନୃତ୍ୟ,ଗୋଟିପୁଅ ନୃତ୍ୟ ଆଦି ପରିବେଷଣ ହୋଇଥିଲା। ଏହି ସମ୍ମିଳନୀ ଆସନ୍ତା ୧୦ ତାରିଖରେ ଉଦଯାପିତ ହେବ। ଏହି କାର୍ଯ୍ୟକ୍ରମକୁ ତାପସ ପଣ୍ଡା ସଂଯୋଜନା କରିଥିଲେ

Leave A Reply