Odisha news

ର୍ଯ୍ୟମନ୍ଦିର ବୁଲିଲେ ଆମେରିକା ରାଷ୍ଟ୍ରଦୂତ  

0
 କୋଣାର୍କ : ରବିବାର ପୂର୍ବାହ୍ନରେ କଡା ସୁରକ୍ଷା ବଳୟରେ ଆମେରିକା  ରାଷ୍ଟ୍ରଦୂତ ଏରିକ ଗାରସେଟି ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସିଥିଲେ । ଏଠାରେ ପହଂଚିବା ପରେ ପ୍ରଥମେ ଆଇଓଏଫ ବ୍ୟାଖ୍ୟାନ କେନ୍ଦ୍ର ପରିସରରେ ସ୍ୱାଗତ କରାଯାଇଥିଲା I ଗାଇଡ ବିଶେଶ୍ୱର ଦାଶ ସୂର୍ଯ୍ୟମନ୍ଦିରର ଐତିହାସିକ ତଥ୍ୟ ବୁଝାଇ ଦେଖାଇଥିଲେ । ବିଭିନ୍ନ ସୂକ୍ଷ୍ମ କାରୁକାର୍ଯ୍ୟ ଗୁଡିକୁ ଟିକିନିକ ଭାବେ ବୁଲି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ ରାଷ୍ଟ୍ରଦୂତ । ରାଷ୍ଟ୍ରଦୂତଙ୍କ ଏହି ଗସ୍ତ ସମୟରେ ନିମାପଡ଼ା ଏସଡିପିଓ ପ୍ରଭାତ ମଲ୍ଲିକ, କୋଣାର୍କ ଥାନା ଆଇଆଇସି ପୂର୍ଣଚନ୍ଦ୍ର ସେଠୀ ପ୍ରମୁଖ ବିଭାଗୀୟ ଅଧିକାରୀ ଉପସ୍ଥିତଥିଲେ I ଏହି ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ତା ଗ୍ରହଣ କରାଯାଇଥିଲା I
Nalco

Leave A Reply