Odisha news

ରାସ୍ତା ପାର୍ଶ୍ବରୁ ମହିଳାଙ୍କ ଶବ ଜବତ ଘଟଣା , ସ୍ବାମୀ ଓ ଡ଼୍ରାଇଭର ଗିରଫ

0
 କୋଣାର୍କ – ଭୁବନେଶ୍ଵର ମୁଖ୍ୟ ରାସ୍ତା ବନାଖଣ୍ଡି ଛକ ନିକଟ ରାସ୍ତା ପାର୍ଶ୍ବରୁ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣାରେ ଗୁରୁବାର ମୃତା ଝରଣା ମଲ୍ଲଙ୍କ ସ୍ବାମୀ ଅଭିନାଶ ନାୟକ ଓ କାର ଚାଳକ ବିଶ୍ବନାଥ ହେମ୍ବ୍ରମଙ୍କୁ କୋଣାର୍କ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ପୂର୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ଏହି ଘଟଣାରେ ଆଉ ଜଣେ ଅଭିଯୁକ୍ତ ଦିଅର ମୁନା ନାୟକ ଏବେ ଫେରାର ଅଛି। କୋଣାର୍କ ପୁଲିସ ବୁଧବାର ଏକ ସିଲଭର ରଙ୍ଗର (ଓଡି ୩୩ ଏଏଲ ୦୪୧୦) ନମ୍ବର କାର ଭୁବନେଶ୍ୱରରୁ ଜବତ କରିଥିବାବେଳେ ଚାଳକ ବିଶ୍ବନାଥଙ୍କୁ ଗିରଫ କରିଥିଲା। ଏହି ହତ୍ୟାକାଣ୍ଡର ସମସ୍ତ ଘଟଣା କାର ଚାଳକ ପୁଲିସ ଆଗରେ ସ୍ବୀକାର କରିଥିଲା। ଗତ ୧୪ ତାରିଖରେ ଭୁବନେଶ୍ଵର କଳିଙ୍ଗ ବିହାରରେ ରହୁଥିବା ଅଭିନାଶଙ୍କ ଗାଡ଼ି ଖରାପ ହୋଇଥିବାରୁ ସେ ଏକ କାର ଭଡ଼ାରେ ଆଣିଥିଲେ। କାର ଚାଳକ ବିଶ୍ବନାଥକୁ କହିଥିଲେ ସ୍ତ୍ରୀ ଝରଣାର ଦେହ ଖରାପ ଅଛି ମେଡ଼ିକାଲକୁ ନେବା ପାଇଁ। ସେଠାରୁ ଝରଣାଙ୍କୁ ନିଜେ ସ୍ବାମୀ ଅଭିନାଶ କାନ୍ଧରେ ପକାଇ କାର ପାଖକୁ ଆଣିଥିଲେ। କାର ପଛ ସିଟରେ ଝରଣାଙ୍କୁ ଶୁଆଇ ଦେଇ କୋଣାର୍କ ଅଭିମୁଖେ ବାହାରିଥିଲେ। କୋଣାର୍କ ବନାଖଣ୍ଡି ଛକ ପାଖ ରାସ୍ତା ପାଖରେ ଫୋପାଡିଦେଇ ପଳାଇ ଯାଇଥିବା କହିଥିଲା ବିଶ୍ବନାଥ । ନଣଦେଇ ସାଗର ମଲ୍ଲିକ ଏବେ ଥାନାରେ ଅଟକ ରହିଛି। ସୂଚନାଯୋଗ୍ୟ,ଗତ ରବିବାର କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ଛକ ନିକଟ ରାସ୍ତା ପାର୍ଶ୍ବରେ ଝରଣାଙ୍କ ମୃତଦେହ ପଡ଼ିଥିଲା। ଏହି ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳକୁ ଆଖପାଖ ଅଂଚଳର ଲୋକମାନଙ୍କ ସୁଅ ଛୁଟିଥିଲା। କୋଣାର୍କ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ହସ୍ପିଟାଲ ପଠାଇଥିଲା। ମୃତ ଝରଣାଙ୍କୁ ହତ୍ୟା କରି ଫୋପାଡିଦେଇଥିବା ଝରଣାଙ୍କ ବାପା ରାମଚନ୍ଦ୍ର ମଲ୍ଲ କୋଣାର୍କ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଥିଲା ଯେ ମୃତ ଝରଣା ଓ ନଣଦେଇ ସାଗରଙ୍କ ପ୍ରେମ ସମ୍ପର୍କରୁ ଦୁଇ ପରିବାର ମଧ୍ୟରେ ବିବାଦ ଦେଖାଦେଇଥିଲା। ବିବାଦରୁ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ହୋଇଥିଲା
Har Ghar Tiranga

Leave A Reply