Odisha news

ଶ୍ରୀଜୟଦେବ ଜୟନ୍ତୀ ପ୍ରସ୍ତୁତି ବୈଠକ  

0
 କୋଣାର୍କ :  ଆସନ୍ତା ୧୦ ତାରିଖରେ କୋଣାର୍କ ଜୟଦେବ ଜୟନ୍ତୀ କମିଟି ପକ୍ଷରୁ ଚନ୍ଦ୍ରଭାଗାସ୍ଥିତ ଜୟଦେବ ବାଟିକା ପରିସରରେ  ତ୍ରିଦିବସୀୟ ଶ୍ରୀଜୟଦେବ ଜୟନ୍ତୀ ସମାରୋହ ଅନୁଷ୍ଠିତ ହେଵ। ଏଥିପାଇଁ ରବିବାର ସଂଧ୍ୟାରେ କୋଣାର୍କ ଯାତ୍ରୀନିବାସଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜୟଦେବ ଜୟନ୍ତୀ ଉତ୍ସବ ପାଳନର ପ୍ରତିଷ୍ଠାତା ସଦସ୍ୟ ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜୀବିମାନେ ଯୋଗଦେଇ ଉତ୍ସବ ପାଳନର ରୂପରେଖ ପ୍ରସ୍ତୁତ କରିଛନ୍ତି। ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ କବି ଶ୍ରୀଜୟଦେବଙ୍କ ରଚିତ ଶ୍ରୀଗୀତଗୋବିନ୍ଦ ଏକ କାଳଜୟୀ କୃତି। ଦ୍ୱାଦଶ ଶତାବ୍ଦୀର ମଧ୍ୟଭାଗରେ ଉତ୍କଳଭୂମିରେ ଜନ୍ମଗ୍ରହଣ କରିଥିବା ଶ୍ରୀଜୟଦେବଙ୍କ ଭକ୍ତିରସ ସମ୍ବଳିତ କୋମଳକାନ୍ତ ପଦାବଳୀ ଶ୍ରୀଗୀତଗୋବିନ୍ଦ ଆମ ସାହିତ୍ୟ ଓ ସଂସ୍କୃତିକୁ ମହିମାମଣ୍ଡିତ କରିଛି। ଶ୍ରୀଜୟଦେବ ଜୟନ୍ତୀ କମିଟି  ପକ୍ଷରୁ ପ୍ରତି ସଂଧ୍ୟାରେ ଚନ୍ଦ୍ରଭାଗା ଜୟଦେବ ବାଟିକା‌ପରିସରରେ ଆୟୋଜିତ ହେଉଥିଵା ଶ୍ରୀଜୟଦେବ ଜୟନ୍ତୀ ସମାରୋହରେ ଶ୍ରୀଜଗନ୍ନାଥ ଓ ଶ୍ରୀଜୟଦେବଙ୍କ ପୂଜାର୍ଚ୍ଚନା ସହିତ ଜୟଦେବ ସଂଗୀତ ଗାନ,ହରିରାମ ସଂକୀର୍ତ୍ତନ ପ୍ରଭୃତି ପରିବେଷଣ ହେବ।
Nalco

Leave A Reply