Odisha news

ପୁରୀ ଜିଲ୍ଲା କିନ୍ନର ମହାସଂଙ୍ଘ ଦ୍ୱାରା ସୂର୍ଯ୍ୟମନ୍ଦିର ସମ୍ମୁଖ ସଫେଇ

0

କୋଣାର୍କ: ପୁରୀ ଜିଲ୍ଲା କିନ୍ନର ମହାସଂଙ୍ଘ ର ବରିଷ୍ଠ କିନ୍ନର ଦେବକୀ ମା ଙ୍କ ନେତୃତ୍ୱ ରେ ମହାସଂଙ୍ଘ ର କର୍ମକର୍ତା ମାନେ ଶୁକ୍ରବାର ସକାଳ ୯ଟାରେ ଏକାଠି ହୋଇ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ ସୂର୍ଯ୍ୟ ମନ୍ଦିର ସମ୍ମୁଖ ଓ ନବଗ୍ରହ ପୀଠ ପରିସରକୁ ସଫେଇ କରିଛନ୍ତି । ପୁରୀ ଜିଲ୍ଲାପାଳ ଶୀ୍ର ବଲ୍ଲବନ୍ତ ସିଂ କୋଣାର୍କ କୁ ସମୂର୍ଣ୍ଣ ଅଳିଆ ଓ ଆବର୍ଜନା ମୁକ୍ତ ପାଇଁ ଯେଉଁ ସ୍ୱପ୍ନ ଦେଖିଛନ୍ତି ତାହାକୁ କିନ୍ନର ମାନେ ପାଥେୟ କରି ଏଭଳି ଏକ ସ୍ୱଚ୍ଚତା କାର୍ଯ୍ୟକ୍ରମ ଆୟୋଜନ କରିଥିବା ପ୍ରକାଶ କରିଛନ୍ତି ।

ଏବଂ ଆଗାମୀ ଦିନରେ ବିଶ୍ୱ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ବସଷ୍ଟାଣ୍ଡ ପରିସର,ଚନ୍ଦ୍ରଭାଗା ବେଳାମାର୍ଗ ଓ କୋଣାର୍କ ର ବିଭିନ୍ନ ଓ୍ୟାର୍ଡ ମାନଙ୍କୁ ଗ୍ରସ୍ଥ କରି ପର୍ଯ୍ୟାୟ କ୍ରମେ ଜିଲ୍ଲା କିନ୍ନର ମହାସଂଙ୍ଘ ର କର୍ମକର୍ତା ମାନେ ସଫେଇ କରିବେ ବୋଲି ଗଣମାଧ୍ୟମ ଆଗରେ ସୂଚନା ଦେଇଛନ୍ତି । କିନ୍ନର ମାନେ ଏଭଳି ଏକ କାର୍ଯ୍ୟକ୍ରମ ଦ୍ୱାରା ସମାଜରେ ମୁଖ୍ୟ ସୋ୍ରତରେ ସାମିଲ ହୋଇଥିବାରୁ କୋଣାର୍କ କୁ ଆସୁଥିବା ପର୍ଯ୍ୟଟକ ଙ୍କ ସହ ସ୍ଥାନୀୟ ଜନସାଧାରଣ ମାନେ ସେମାନଙ୍କୁ ପ୍ରଶଂସା କରିଛନ୍ତି । ଏହି ସଫେଇ କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲା କିନ୍ନର ମହାସଂଙ୍ଘ ର ସଭାନେତୀ୍ର ପି୍ରୟାଂଶୀ ଦାସ, ସମ୍ପାଦିକା ପିଙ୍କି କିନ୍ନର, କୋଣାର୍କ ଦାୟୀତ୍ୱ ରେ ଥିବା ଦିପସା କିନ୍ନର,ରାକ୍ଷୀ,ପିହୁ,ପରୀ,ତୁଲସୀ,ସୋନୁ,ରିମଝିମ,ସବନମ,ଅଙ୍କିତା,ବର୍ଷା,ଜୟନ୍ତୀ,ବାସନ୍ତୀ ଓ ପୂଣ୍ଣିମା ଙ୍କ ଭଳି ୩୦ ରୁ ଉଦ୍ଦ୍ୱର୍ କିନ୍ନର ମାନେ ଅଂଶ ଗ୍ରହଣ କରି ସଫେଇ କାର୍ଯ୍ୟକ୍ରମ କରିଛନ୍ତି ।

Leave A Reply