Odisha news

ସୂର୍ଯ୍ୟମନ୍ଦିର ର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ;- ଏ.ଏସ.ଆଇ ଡି.ଜି

0

କୋଣାର୍କ- ସୂର୍ଯ୍ୟମନ୍ଦିର ହେଉଛି ଭାରତର ଗର୍ବ ଓ ଗୌରବ । ଏହା ଆଇକୋନିକ ପ୍ଲେସ୍ ।ଏବଂ ଏହାର ଯତ୍ନ ସହ ସୁରକ୍ଷା ଦେବା ଆମ ସମସ୍ତଙ୍କର କର୍ତବ୍ୟ ।ଯାହା ଶୁକ୍ରବାର ଦିନ କୋଣାର୍କସ୍ଥ ଯାତୀ୍ରନିବାସ ସମ୍ମିଳନୀ କକ୍ଷରେ ସୂର୍ଯ୍ୟମନ୍ଦିରର ସଂରକ୍ଷଣ ଓ ସୁରକ୍ଷା ପାଇଁ ଆରମ୍ଭ ହେଉଥିବା ଦୁଇ ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ରେ ଏ.ଏସ.ଆଇ ଡି.ଜି ଉଶା ଶର୍ମା ଯୋଗଦେଇ ପ୍ରକାଶ କରିଛନ୍ତି । ସୂର୍ଯ୍ୟମନ୍ଦିର ସୁରକ୍ଷିତ ଥିବା କଥା ପ୍ରକାଶ କରିବା ସହ ମନ୍ଦିରର ରକ୍ଷଣା ବେକ୍ଷଣ ପାଇଁ ଏ.ଏସ.ଆଇ ତାର ଉଦ୍ୟମ ଜାରି ରଖିବା ସହ ବିଭିନ୍ନ ପ୍ରକାର ଏକ୍ସପୋର୍ଟ ଓ ପ୍ରତ୍ନତତ୍ୱ ବିଶେଷଜ୍ଞ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରି ସଂରକ୍ଷଣ ଓ ସୁରକ୍ଷା ପାଇଁ ତାର ଉଦ୍ୟମ କରୁଛି । ୧୯୫୦ ମସିହାରେ ଯେତେବେଳେ ଏ.ଏସ.ଆଇ ହାତକୁ ବିଶ୍ୱ ଏ÷÷ତିହ୍ୟ ଗୁଡିକ ରକ୍ଷଣାବେକ୍ଷଣ ଦାୟୀତ୍ୱ ଦିଆଗଲା ସେବେଠାରୁ ଏ.ଏସ.ଆଇ ମନ୍ଦିର ର ରକ୍ଷଣା ବେକ୍ଷଣ କରିଆସୁଛି । ଏବଂ ମନ୍ଦିରର ସୁରକ୍ଷା ପାଇଁ ବିଭିନ୍ନ ସମୟରେ ବିଶେଷଜ୍ଞ କମିଟି ମାନଙ୍କୁ ମନ୍ଦିରକୁ ପଠାଇ ଏହାର ସୁରକ୍ଷା ଓ ସଂରକ୍ଷଣ ପ୍ରତି କମିଟି ସହ ଆଲୋଚନା କରି ନିସ୍କର୍ଷ ବାହାର କରୁଛି ଓ କାର୍ଯ୍ୟକାରୀ କରୁଛି ।

ଏହା ହେଉଛି ୮୦୦ବର୍ଷରୁ ଉଦ୍ଦ୍ୱର୍ ମନ୍ଦିର ।ଏହି ମନ୍ଦିରରେ ନିଖୁଣ ଜୀବନ୍ତ ଭରା କାରୁକାର୍ଯ୍ୟ ଗୁଡିକର ସଂରକ୍ଷଣ ପାଇଁ ମନ୍ଦିରରେ ବିଶେଷଜ୍ଞ ଙ୍କ ପରାମର୍ଶ କ୍ରମେ ରାସାୟନିକ ପ୍ରଲେପ ଦିଆଯାଉଛି ଯାହା ମୁର୍ତୀ ଗୁଡିକୁ ସୁରକ୍ଷା ଦେଇପାରିବ । ମନ୍ଦିରରେ ଲାଗିଥିବା ସାଧା ପଥର ଏବେର ନୁହେଁ ଏହା ଏ.ଏସ.ଆଇ ହାତକୁ ଆସିବା ଆଗରୁ ଲାଗିଥିବା ସେ ପ୍ରକାଶ କରିଥିଲେ । ଏହି ଜାତୀୟ ସମ୍ମିଳନୀରେ ହାଇକୋର୍ଟ ଦ୍ୱାରା ନିଯୁକ୍ତ ଆମିକ୍ୟୁସ କ୍ୟୁରି ଇଂ.ଏନ.କେ ମହାନ୍ତି ଯୋଗଦେଇ କହିଲେ,ମନ୍ଦିରର ଜଗମୋହନରୁ ୧୭ଫୁଟ ବାଲି ଦବିଛି ଯାହା ସି.ବି.ଆର.ଆଇ ସେମାନଙ୍କ ରିପୋର୍ଟ ରେ ଦର୍ଶାଇଥିଲେ । ଏବଂ ଏହି ଦବିବା ସ୍ଥାନରେ ହାଲକା ବାଲି ଭର୍ତି କରିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ ।ଏବଂ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଗୁଡିକୁ ଲୁଣି ପବନ ଓ ଧୂଳି ରୁ ବର୍ତିବା ପାଇଁ ଏହାର ଚତୁଃପାଶ୍ୱର୍ରେ ବ୍ୟାପକ ସବୁଜ ବୃକ୍ଷ ଲଗାଇବା ସହ ମନ୍ଦିରର ପିଢାକୁ ଲାଗି ଅସ୍ଥାୟୀ ଭାବେ ଷ୍ଟିଲ ବିମ ଓ ପରେ ଏହାର ସୁରକ୍ଷା ପାଇଁ ସ୍ଥାୟୀ ବିମ ଲଗାଯାଉ ବୋଲି ସେ ପ୍ରକାଶ କରିଥିଲେ ।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପୂର୍ବକାର୍ଯ୍ୟ ସଚିବ ପଦ୍ମଶୀ୍ର ପ୍ରଫେସର ଜି.ସି ମିତ୍ରା, ପୂର୍ବ ରାଷ୍ଟି୍ରୟ ସଂଗ୍ରହାଳୟ ର ମହାନିଦେ୍ର୍ଦଶକ ବି.ଆର ମଣି ଯୋଗଦେଇ ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ବାବଦରେ ପ୍ରକାଶ କରିଥିଲେ ଓ ଓଡିଶା ସରକାରଙ୍କର ଭାଷା ସଂସ୍କୃତି ସଚିବ ମନୋରଞନ ପାଣିଗା୍ରହୀ ଯୋଗଦେଇ ଏ.ଏସ.ଆଇ ଗଣମାଧ୍ୟମକୁ ଠିକ ତଥ୍ୟ ଉପସ୍ଥାପନା କରୁ ଏବଂ ଏ.ଏସ.ଆଇ ର ମନ୍ଦିରର ସମସ୍ତ କାର୍ଯ୍ୟ ସମ୍ପର୍କରେ ଓ ଓଡିଶା ସରକାରଙ୍କୁ ଅବଗତ କରାଯାଉ ବୋଲି ଶୀ୍ର ପାଣିଗା୍ରହୀ ଏ.ଏସ.ଆଇ ଡି.ଜି ଙ୍କୁ କହିଥିଲେ । ଏହି ଜାତୀୟ ସମ୍ମିଳନୀରେ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂ,ଭୂବନେଶ୍ୱରର ଏ.ଏସ.ଆଇ ର ସର୍କଲ ସୁପରିଟେଣ୍ଡେଟ ଅରୁଣ କୁମାର ମଲ୍ଲିକ ଙ୍କ ସହ ବହୁ ଉଚ୍ଚପଦାଧିକାରୀ ଅଂଶ ଗ୍ରହଣ କରିଥିଲେ । ପରେ ପରେ ଅପରାହ୍ନ ରେ ଏ.ଏସ.ଆଇ ଡି.ଜି ଙ୍କ ନେତୃତ୍ୱ ରେ ବିଶେଷଜ୍ଞ ଦଳ ସୂର୍ଯ୍ୟମନ୍ଦିର ପରିଦର୍ଶନ କରି ମନ୍ଦିରର ବିଭିନ୍ନ କାରୁକାର୍ଯ୍ୟ କୁ ଅନୁଧ୍ୟାନ କରିବା ସହ ଏହି ମୂର୍ତି ଗୁଡିକ ସୁରକ୍ଷା ପାଇଁ ଆଲୋଚନା କରିଥିଲେ ।ଏହି ସମ୍ମିଳନୀ ଶନିବାର ଦିନ ଉଦଯାପିତ ହେବ ।

Leave A Reply