କୋଣାର୍କ : ଅଖିଳ ଭାରତ କଂଗ୍ରସ ଦଳ ତରଫରୁ ଯୁବ ,ଛାତ୍ର ଓ ମହିଳା ଙ୍କୁ ସାମାଜିକ ଗଣମାଧ୍ୟମ ରେ ଯୋଡି ହେବା ପାଇଁ ଦୁଧବାର ଦିନ କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷ ରେ ପ୍ରଦେଶ ସୋସିଆଲ ମିଡିଆ କଂଗ୍ରେସ ଦଳ ତରଫରୁ ଏକ କ୍ୟାମ୍ପନ ର ଶୁଭାରମ୍ଭ କରାଯାଇଛି। ଏଥିରେ ଓଡିଶା ଏଆଇସିସି ସୋସିଆଲ ମିଡିଆ ସଂଯୋଜକ ବିନୟ ଦୋକାନିଆ, ସୋସିଆଲ ମିଡିଆ ଅଧ୍ୟକ୍ଷ ଅଭିଷେକ ମହାନନ୍ଦଜୀ ,ଓଡିଶା ପ୍ରଦେଶ କଂଗ୍ରସ କମିଟିର ସାଧାରଣ ସମ୍ପାଦକ ତଥା କାକଟପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ବିଶ୍ୱଭୂଷଣ ଦାସ, ସମ୍ପାଦକ ଚେତନ ମିଶ୍ର ,ସାଧାରଣ ସମ୍ପାଦକ ଶୈଳେନ୍ଦୁ ଦାସ ,ମୁରଲୀଧର ନାୟକ ,ଜଗତ ଜୀବନ ମହାନ୍ତି ଓ ରାଜ୍ୟ କଂଗ୍ରେସ ର ସୋସିଆଲ ମିଡିଆ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ପ୍ରମୁଖ ଯୋଗ ଦେଇ ଏନଡିଏ ସରକାର କିପରି ବହୁଳ ଅର୍ଥ ବ୍ୟୟ କରି ମିଛପ୍ରଚାର କରି ଦେଶର ସାଧାରଣ ଜନତାଙ୍କୁ ଠକି ଚାଲିଛି ତାହା ପ୍ରକାଶ କରିବା ସହ ସୋସିଆଲ ମିଡିଆ ମାଧ୍ୟମରେ ପ୍ରକୃତ ତଥ୍ୟ ସାମ୍ନାକୁ ଆଣି କଂଗ୍ରେସ ଦଳ ସାଧାରଣ ଲୋକଙ୍କ ଆସ୍ଥା ଭାଜନ ହେବ ବୋଲି ନେତା ମାନେ ମତ ଦେଇଥିଲେ ।ଦଳ ଆୟୋଜିତ କରୁଥିବା ଏହି କ୍ୟାମ୍ପନ ମାଧ୍ୟମରେ ଦେଶରୁ ୫ଲକ୍ଷ ସ୍ୱେଚ୍ଛାସେବୀ ଏବଂ ୫୦ ହଜାର କଂଗ୍ରେସ କର୍ମୀ ଙ୍କୁ ଏହି ସାମାଜିକ ଗଣମାଧ୍ୟମ ରେ ଯୋଡିବାର ଲକ୍ଷ ରଖିଛି ବୋଲି ବୈଠକରେ ଯୋଗଦେଇଥିବା ସୋସିଆଲ ମିଡିଆ ଅଧ୍ୟକ୍ଷ ଶ୍ରୀ ମହାନନ୍ଦଜୀ ପ୍ରକାଶ କରିଥିଲେ। ସାମାଜିକ ଗଣମାଧ୍ୟମ ରେ ଯୋଡି ହେବା ପାଇଁ ଦେୟମୁକ୍ତ ୧୮୦୦୧୨୦୦୦୦୦୪୪ ନମ୍ବର ଟି ଜାରି କରାଯାଇଥିବା ସେ ଘୋଷଣା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ପିସିସି ସାଧାରଣ ସମ୍ପାଦକ ଶୁଶାନ୍ତ ବେହେରା ,କୋଣାର୍କ ନଗର କଂଗ୍ରେସ କମିଟିର ସଭାପତି ଉପେନ୍ଦ୍ର କାଣ୍ଡି , ବରିଷ୍ଠ କଂଗ୍ରେସ ନେତା ଭରତ ଚନ୍ଦ୍ର ପାଢ଼ୀ , ପୀତବାସ ବେଉରା , ଯୁବ ନେତା ତପନ କାଣ୍ଡି ,ନଗର କଂଗ୍ରେସ ଯୁବ ସଭାପତି ସ୍ୱାଧୀନ କୁମାର ନାୟକ , ନିରଞ୍ଜନ ଖୁଣ୍ଟିଆ , ଛାତ୍ର ନେତା ପିନାକୀ ନାୟକ ,ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ,ବିରଞ୍ଚି ନାରାୟଣ ପତି ,ନଳୀନ କୁମାର ,ଦେବ ରାଜ ନାୟକ ଙ୍କ ସହ କୋଣାର୍କ ,ଗୋପ ଓ କାକଟପୁର , ଅସ୍ତରଙ୍ଗ ଅଂଚଳରୁ ଶତାଧିକ ଛାତ୍ର , ଯୁବକ ଓ ମହିଳା କଂଗ୍ରସ କର୍ମୀ ମାନେ ଅଂଶ ଗ୍ରହଣ କରିଥିଲେ ।
Comments are closed.