Odisha news

ଯଦି କୋଲେଷ୍ଟ୍ରଲ ବୃଦ୍ଧି ହୋଇ ଗ୍ୟାସ ସମସ୍ୟା ଦେଖା ଯାଉଛି ତେବେ ନିୟମିତ ସେବନ କରନ୍ତୁ ମାତ୍ର ଗୋଟିଏ ଗ୍ଲାସ କିସମିସ ପାଣି

0

ଯଦି ଆପଣ ନିଜ ସକାଳ ର ଆରମ୍ଭ ଚା କିମ୍ବା କଫି ରୁ କରୁଛନ୍ତି , ତେବେ ଏହା ଶରୀର ପାଇଁ ଠିକ ନୁହେଁ l ଏହି ଅଭ୍ୟାସ ଆପଣଙ୍କୁ ଅନେକ ଗୁଡିଏ ରୋଗ ଆଡକୁ ଟାଣି ନେଇଥାଏ l ବିଶେଷ ଭାବରେ ଉଚ୍ଚ ରକ୍ତଚାପ, କୋଲେଷ୍ଟ୍ରଲ , ମଧୁମେହ ଓ ହାର୍ଟ ସମସ୍ୟା ର କାରଣ ହୋଇଥାଏ l ଏମ୍ସ ର ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ସକାଳ ର ଆରମ୍ଭ ଯଦି ଗୋଟିଏ ଗ୍ଲାସ କିସମିସ ପାଣିରୁ ଆରମ୍ଭ କରିବେ ତେବେ ଏହା ଶରୀର କୁ ଚମତ୍କାର ଲାଭ ଦେବ l

* ଗରମ ଦିନରେ ବିଶେଷ ଭାବରେ ପାଚନ ସମ୍ବନ୍ଧିତ ସମସ୍ୟା ହୋଇଥାଏ, ଏବଂ କିସମିସ ପାଣି ଏଥିପାଇଁ ଗୋଟିଏ ଭଲ ପ୍ରତିକାର l ଏଥିରେ ଆଣ୍ଟି ଇମ୍ଫ୍ଲମେଟ୍ରି ଗୁଣ ରହିଛି, ଯାହାକି ଆପଣଙ୍କ ପେଟରେ ଏସିଡ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ l ସକାଳୁ ଖାଲି ପେଟରେ କିସମିସ ପାଣି ସେବନ କରିବା ଦ୍ୱାରା ଗ୍ୟାସ, ପେଟ ଫୁଲିବା କୋଷ୍ଠ କାଠିନ୍ୟ ସମସ୍ୟା ରୁ ଆରାମ ମିଳିଥାଏ l

* କିସମିସ ପାଣି ସେହି ଲୋକଙ୍କ ପାଇଁ ଲାଭଦାୟକ ହୋଇପାରେ ଯେଉଁମାନେ ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି l ଏଥିରେ ଥିବା ଫ୍ରୁକଟୋଜ ଓ ଗ୍ଲୁକୋଜ ଓଜନ ହ୍ରାସ କରିବାର ଗୋଟିଏ ଭଲ ମାଧ୍ୟମ ଅଟେ l

* କଣ ଆପଣ ଜାଣିଛନ୍ତି ଶରୀରର ବ୍ଲଡ଼ ସୁଗାର ଲେବୁଲ କୁ ନିୟନ୍ତ୍ରଣ କରିବାରେ କିସମିସ ପାଣି ଗୋଟିଏ ଭଲ ମାଧ୍ୟମ ଅଟେ l ଏହା ଏଥିପାଇଁ କାହିଁକି ନା କିସମିସ ରେ ଗ୍ଲlଇ ସେମିକ ଇଣ୍ଡେକ୍ସ କମ ରହିଥାଏ l

* ଯଦି ଆପଣ ତ୍ୱଚା ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ରେ ପୀଡିତ ଅଛନ୍ତି ତେବେ କିସମିସ ପାଣି ଗୋଟିଏ ଭଲ ବିକଳ୍ପ ଅଟେ l କିସମିସ ରେ ଭିଟାମିନ ଏ ଓ ସି ରହିଥାଏ ଯାହା ତ୍ୱଚା ପାଇଁ ଖୁବ ହିତକର l  ଏବଂ ତ୍ୱଚାକୁ ଡିଟକ୍ସ କରିବାରେ ଏହା ଗୋଟିଏ ଭଲ ଉପାଦାନ l

* କିସମିସ ପାଣି ନିୟମିତ ସେବନ ଦ୍ୱାରା ଶରୀର ରେ କୋଲେଷ୍ଟ୍ରଲ ସ୍ତର ସନ୍ତୁଳିତ ରହିଥାଏ l ନିୟମିତ ଗୋଟିଏ କପ କିସମିସ ପାଣି ସେବନ ଦ୍ୱାରା ରକ୍ତରେ ଏଲଡିଏଲ ଅର୍ଥାତ ଖରାପ କୋଲେଷ୍ଟ୍ରଲ ସ୍ତର ହ୍ରାସ ପାଇଥାଏ l ଏହାକୁ ଲଗାତାର ସେବନ ଦ୍ୱାରା ହାର୍ଟ ମଧ୍ୟ ସୁସ୍ଥ ରହିଥାଏ l

Leave A Reply