Odisha news

ସାଇକୋଲୋଜୀ ଅନୁସାରେ ଜୀବନରେ ଖୁସି ରହିବାର ୫ଟି ସରଳ ଉପାୟ

0

ବର୍ତମାନ ପ୍ରାୟ ଅନେକ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି ସାଇକୋଲୋଜିକାଲ ଅସୁବିଧା ଦେଇ ଗତି କରୁଥିବାର l ଯାହାକି ମଣିଷକୁ ରୋଗ ଗ୍ରସ୍ତ କରି ପକାଉଛି l ଏବଂ ଅନେକ କ୍ଷେତ୍ରରେ ବ୍ୟକ୍ତି ଔଷଧର ସାହାଯ୍ୟ ମଧ୍ୟ ନେଉଛି l  କିନ୍ତୁ ମଣିଷ ଯଦି ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବ ତେବେ ସେଥିରୁ ଖୁବ ଶୀଘ୍ର ଆରାମ ମିଳିବ l ଯାହାକୁ ନେଇ ମନୋବିଜ୍ଞାନୀଙ୍କ ମତ ରହିଛି ଯେ କିଛିଟା ଉପାୟ ଦ୍ୱାରା ବ୍ୟକ୍ତି ନିଜକୁ ସାଇକୋଲୋଜିକାଲ ଅସୁବିଧାରୁ ଦୁରେଇ ରଖି ପାରିବ l

– ଗୋଟିଏ ରିସର୍ଚ୍ଚ ଅନୁସାରେ ଯେଉଁ ବ୍ୟକ୍ତି ଅଧିକ ଦୟାଶୀଳ ସେ ସାଇକୋଲୋଜିକାଲ ପ୍ରବ୍ଲେମ ରେ ଖୁବ କମ ପ୍ରଭାବିତ ହୁଅନ୍ତି l ତେଣୁ ଦୟାଶୀଳ ହେବା ଜରୁରୀ ଅଟେ l

– ଯାହାବି ଜୀବନରୁ ଚାଲି ଯାଉଛି ତାହାକୁ ଯିବାକୁ ଦିଅ, ସେ ବ୍ୟକ୍ତି ହେଉ କିମ୍ବା ଧନ ହେଉ କିମ୍ବା କୌଣସି ଜିନିଷ ହେଉ l ନଚେତ ଏହାର ଜୀବନ ଉପରେ ଖରାପ ପ୍ରଭାବ ପଡିଥାଏ l ଏବଂ ଆମେ ମାନସିକ ବିକାର ଗ୍ରସ୍ଥର ସମୁଖୀନ ହେଉ l

– ନିଜ ପାଇଁ ଯାହା ଜରୁରୀ ସେଇ ଅନୁସାରେ କାର୍ଯ୍ୟ କରିବା ଆବଶ୍ୟକ l ଅର୍ଥାତ ତୁମକୁ କଣ ଭଲ ଲାଗୁଚି ତୁମେ କେଉଁ କାର୍ଯ୍ୟ କରିପାରିବ ତାହା କର l ଅନ୍ୟର ଖୁସି ପାଇଁ ନୁହେଁ l

– ସେ ଯେ କୌଣସି ଅସୁବିଧା ହୋଇଥାଉ ଶାରୀରିକ ହେଉ, ଭାବନାତ୍ମକ ହେଉ କିମ୍ବା ମାନସିକ କିମ୍ବା ଆର୍ଥିକ ତାହାକୁ ଗ୍ରହଣ କରିବା ଶିଖନ୍ତୁ l ଏହା ଆପଣଙ୍କୁ ମାନସିକ ଭାବରେ ମଜବୁତ କରିବ l

– ନିଜ ପ୍ରିୟଜନ ଙ୍କ ସହିତ କିଛି ସମୟ ବିତାନ୍ତୁ l ପୁରୁଣା ବନ୍ଧୁ ଙ୍କୁ ଭେଟନ୍ତୁ l ଖୁସି ଲାଗିବା ଭଳି ପୁରୁଣା କଥା କିଛି ମନେପକାନ୍ତୁ l ବନ୍ଧୁଙ୍କ ସହିତ ସଙ୍ଗୀତର ତାଳେ ତାଳେ ପାଦ ପକାଇ ନାଚନ୍ତୁ ଦେଖିବେ ଖୁସି ଲାଗିବ l

Har Ghar Tiranga

Leave A Reply