Odisha news

ମାଟ୍ରିକ ସପ୍ଲିମେଟରୀ ପରୀକ୍ଷା : ଜିଲାରେ ୧୩୬୩ ପରୀକ୍ଷାର୍ଥୀ ପରୀକ୍ଷା ଦେବେ

0

ଖୋର୍ଦ୍ଧା  : କୋଭିଡ କଟକଣା ଯୋଗୁଁ କୈାଣସି ବିଦ୍ୟାଳୟ ଖୋଲିନଥିବା ବେଳେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ମାଟି୍ରକ ସପ୍ଲିମେଟାଂରୀ ପରୀକ୍ଷା । ଚଳିତ ବର୍ଷ ଖୋର୍ଦ୍ଧା ଜିଲାରେ ସର୍ବମୋଟ ୧୩୬୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ ବୋଲି ଜଣାଯାଇଚି । ସେମାନଙ୍କ ମଧ୍ୟରୁ ନିୟମିତ ପରୀକ୍ଷାର୍ଥୀ ଭାବେ ୭୯୪ଜଣ, ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ମାଧ୍ୟମରେ ୫୬୯ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି । ଜିଲାର ୧୦ଟି କେନ୍ଦ୍ରରେ ପରୀକ୍ଷା ପରିଚାଳନା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପରୀକ୍ଷାର୍ଥୀମାନେ ସାମାଜିକ ଦୂରତା, ମାସ୍କ, ଗ୍ଲୋବସ ପିନ୍ଧିବା ପ୍ରତି ସଂପୂର୍ଣ୍ଣ ଦୃଷ୍ଟି ଦେବାକୁ କେନ୍ଦ୍ର ଅଧୀକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିଦେ୍ର୍ଦଶ ଦିଆଯାଇଛି ।

ଯେଉଁ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ ସେହି ବିଦ୍ୟାଳୟ କଂଟିଜେନସ ଫଣ୍ଡରୁ ଥରମୋ ମିଟର କିଣାଯିବ । ଯାହାକି ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ଯିବାବେଳେ ସ୍କି୍ରନିଂ କରାଯିବ । ଆସନ୍ତା ୧୪ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୦ରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଫ୍ଲାଇଙ୍ଗ ସ୍କାର୍ଡ ଟିମ ଗଠନ କରାଯାଇଛି । ଅନ୍ୟ ପକ୍ଷରେ କୋଭିଡ ନିୟମ ପାଳନ ଏବଂ ପରୀକ୍ଷା କେନ୍ଦ୍ର ସୁପରିଚାଳନା ପାଇଁ ଜିଲାପାଳଙ୍କ ନିଦେ୍ର୍ଦଶ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଆଉ ଏକ ଟିମ ଗଠନ କରାଯାଇଛି । ପରୀକ୍ଷାର୍ଥୀ, ଅଭିଭାବକ, ଏବଂ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନେଇ ଚଳିତ ବର୍ଷ ମାଟି୍ରକ ସପ୍ଲିମେଟାଂରୀ ପରୀକ୍ଷା ଶାନ୍ତି ଶୃଙ୍ଖଳାରେ ସଂପନ୍ନ ପାଇଁ ଖୋର୍ଦ୍ଧା ଜିଲା ଶିକ୍ଷା ଅଧିକାରୀ ବନ୍ଦନା ମହାପାତ୍ର ସହଯୋଗ କାମନା କରିଛନ୍ତି ।

Leave A Reply