Odisha news

ଆଜି ବି ଅଛି ଦେବୀ ତଅପୋଇଙ୍କ ଗ୍ରାମ, ରହିଛି ମାଙ୍କ ଐତିହ୍ୟ କିମ୍ବଦନ୍ତୀ

0

ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ପ୍ରଥମ ରବିବାର ରୁ ଆରମ୍ଭ ହୁଏ ଦେବୀ ତପୋଇ ଙ୍କ ବ୍ରତ, ଯାହାକୁ କୁହାଯାଏ ଖୁଦରକୁଣି ଓଷା, ଗାଁ ଠୁ ସହର ପର୍ଯ୍ୟନ୍ତ ପ୍ରତ୍ୟକ କୁମାରୀ ଝିଅ ମାନେ ଶ୍ରଦ୍ଧା ରେ ଏହି ବ୍ରତ କରିଥାନ୍ତି, ବିଶେଷ କରି ଏହି ବ୍ରତ ରେ ମା ମଙ୍ଗଳା ଙ୍କ ମୃତିକା ପ୍ରତିମା କୁ ପୂଜାର୍ଚନା କରାଯାଏ, କିନ୍ତୁ ଦର୍ଶକ ବନ୍ଧୁ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ତଅପୋଇ ଙ୍କ ର ଗ୍ରାମ ଆଜି ବି ଅଛି, ଆଜି ବି ରହିଛି ସେହି ବନ, ଯେଉଁଠି ତପୋଇ ତାର ଘରମଣି ନାମକ ଛେଳି କୁ ହଜାଇ କରିଥିଲା ମା ସର୍ବମଙ୍ଗଳା ଙ୍କୁ ଆରାଧନା ଆଉ ତା ଆରାଧନା ରେ ଦେବୀ ମଙ୍ଗଳା ପ୍ରସନ ହୋଇ ତାର ସାଧବ ଭାଇ ମାନଙ୍କୁ ସକୁଶଳେ ବିଦେଶ ରୁ ଫେରାଇଆଣିଥିଲେ, ଆଉ ତଅପୋଇ ତାର ଘରମଣି କୁ ପାଇଥିଲା, କାକଟପୁର ବ୍ଲକ ବାଜପୁର ଗ୍ରାମ, ଏହି ଗ୍ରାମ ର ପ୍ରଥମ ନାମ ଥିଲା ବାଣିଜ୍ୟପୁର, ଏହି ଗ୍ରାମ ଥିଲା ସାଧବ ମାନଙ୍କ ଗ୍ରାମ, ଆଜି ବି ଏହି ଗ୍ରାମ ର ପ୍ରତ୍ୟେକ ପରିବାର ବ୍ୟବସାୟ କରି ନିଜ ଗୁଜୁରାଣ ମେଣ୍ଟାନ୍ତି, ବ୍ୟବସାୟ ହିଁ କେବଳ ଏହି ଗ୍ରାମବାସି ମାନଙ୍କ କୌଳିକ ବୃତ୍ତି, ଏହି ଗ୍ରାମ ର ତଟ ରେ ପ୍ରବାହିତ ହେଉଛି ପ୍ରାଚୀ ନଦୀ ଆଉ ନଦୀ କୁଳ ରେ ବିରାଜିତ ଅଛନ୍ତି ଜଗତଜନନୀ ମା ମଙ୍ଗଳା, ଏହି ଗ୍ରାମ ନିକଟରେ ପ୍ରାଚୀ ଘାଟ କୁ ଆଜିବି କୁହାଯାଏ ବୋଇତକୁଦ, କାରଣ ଏଠି ସାଧବ ମାନଙ୍କ ବୋଇତରୁହେ, ଏହି ସ୍ଥାନ ରେ ମା ମଙ୍ଗଳା ଙ୍କୁ ପୂଜାର୍ଚନା କରି ସାଧବପୁଅ ମାନେ ବାହାରିଯାନ୍ତି ବିଦେଶ କୁ ନୌବାଣିଜ୍ୟ ରେ ଏହି ଗ୍ରାମ ରେ ଖୁଦୁରୁକୁଣୀ ଓଷା କୁମାରୀ ମାନେ ସ୍ୱତନ୍ତ୍ର ନିଆରା ରୂପ ରେ ପାଳନ କରନ୍ତି, ଯାହା ତଅପୋଇ ଗାଁ ର ବାଳିକା ମାନେ ସକାଳୁ ଉଠି ବିଭିନ୍ନ ସ୍ଥାନ ରୁ ଫୁଲ ତୋଳନ୍ତି, ପ୍ରାଚୀ ରେ ସ୍ନାନ କରି ବାଲୁକା ତୋଳନ୍ତି ଆଉ ପ୍ରାଚୀ କୁଳ ରେ ବାଲୁକା କୁ ହଳଦୀ ପାଣି ରେ ସ୍ନାନ କରାଇ, ଧୂପ, ଦୀପ, ଫୁଲ, ନୈବେଦ୍ୟ ଦେଇ ପୂଜା କରନ୍ତି, ଆଉ ତ ପୋଇ ଯେଉଁ ସ୍ଥାନ ରେ ମା ମଙ୍ଗଳା ଙ୍କୁ ଆରାଧନା କରୁଥିଲେ ସେହି ନ୍ୟାୟବତୀ ମନ୍ଦିର ରେ ମା ତପୋଇ ଙ୍କୁ ପାର୍ଥନା କରନ୍ତି ଆଉ ମଧ୍ୟାହ୍ନ ରେ ମା ଙ୍କ ପାଇଁ ଅନେକ ମନଲୋଭା ଫୁଲ ହାର ପ୍ରସ୍ତୁତ କରନ୍ତି, ସନ୍ଧ୍ୟା ସମୟ ରେ ବିଭିନ୍ନ ପ୍ରକାର ଭୋଗ, ଝୋଟି ଚିତା, ମୁରୁଜ ଝୋଟି, ଝୁଣା, ଧୂପ ଦୀପ ଦେଇ କଳସ ପୂଜା କରନ୍ତି ଆଉ ମା ମଙ୍ଗଳା ଙ୍କ ମାଟି ପ୍ରତିମା ଙ୍କୁ ପୂଜା କରି ଖୁଦୁରୁକୁଣୀ ବ୍ରତ ବହି ପଢନ୍ତି ଆଉ ନିଜ ନିଜ ଭାଇ ମାନଙ୍କ ଶୁଭ କାମନା କରନ୍ତି, ଆଉ ଏହି ପୂଜା ର ଏକ ସ୍ୱତନ୍ତ୍ରତା ହେଉଛି ତପୋଇ ଙ୍କ ସ୍ମୃତି ଚାରଣ ପାଇଁ ଏକ ଢ଼ିଙ୍କି ପ୍ରସ୍ତୁତି କରି ତାକୁ ପୂଜାର୍ଚନା କରନ୍ତି l
ସତରେ ଆମ ଉତ୍କଳୀୟ ଧର୍ମୀୟ ପରମ୍ପରା ଏକ ନିଆରା, ବିଶ୍ୱାସ ଓ ଅବିଶ୍ୱାସ ଭିତରେ ଅନେକ ଧାର୍ମିକ କାର୍ଯ୍ୟ ଆମ ଓଡ଼ିଆ ମାନେ ପାଳନ କରନ୍ତି, ତା ଭିତରେ କୁମାରୀ ମାନଙ୍କ ତପୋଇ ବା ଖୁଦୁରୁକୁଣୀ ଓଷା ନିଆରା ଓ ଅନ୍ୟତମ, କିନ୍ତୁ ଏହି ତପୋଇ ର ଗାଁ, ଜଙ୍ଗଲ ଆଉ କିମ୍ବଦନ୍ତୀ ଆଜି ବି କାକଟପୁର ଇତିହାସ ପୃଷ୍ଠା ରେ ପୃଷ୍ଠା ମଣ୍ଡନ କରିଛି ଯାହା ଅତି ଦୁର୍ଲଭ, ହଁ ଦର୍ଶକ ବନ୍ଧୁ ଏହା ଆପଣ ମାନଙ୍କ ପାଇଁ ଏକ କାଳ୍ପନିକ ହେଇଥାଇପାରେ କିନ୍ତୁ ପୌରାଣିକ କିମ୍ବଦନ୍ତୀ ଆଉ ପୂର୍ବପୁରୁଷ ରୁ ରହିଥିବା ଏହି କଥା ଆଉ ମା ମଙ୍ଗଳା ଙ୍କୁ ନେଇ ଏହି ତପୋଇ ର କାହାଣୀ ଆଉ ତାର ଗ୍ରାମ ର କିମ୍ବଦନ୍ତୀ ଆଉ ଇତିହାସ ଏହିଆ ହିଁ ପ୍ରମାଣ କରିଛି

Nalco

Leave A Reply