Odisha news

ଭାଇ ଓ ଭଉଣୀ ଙ୍କ ସ୍ନେହ ର ବନ୍ଧନ ଖୁଦୁରୁକୁଣୀ ଓଷା 

0
ଓଡିଶା ଗୋଟିଏ ଉତ୍ସବ ର ରାଜ୍ୟ, ୧୨ ମାସରେ ୧୩ ପର୍ବ l ଏହି ପର୍ବ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କୁଆଁରୀ କନ୍ୟାଙ୍କ ଖୁଦୁରୁକୁଣୀ ଓଷା , ଏହାକୁ ଭାଦ୍ରବ ମାସ ରବିବାର ଦିନ ପାଳନ କରାଯାଇ ଥାଏ l ଗାଁ ଗହଳି ଠାରୁ ନେଇ ସହରରେ ସମସ୍ତେ ଏହାକୁ ପାଳନ କରନ୍ତି l ବିଶେଷ ଭାବରେ ୫ଟି ରବିବାର ସନ୍ଧ୍ୟା ସମୟରେ ମା ମଙ୍ଗଳାଙ୍କ ନିକଟରେ କୁଆଁରୀ କନ୍ୟା ମାନେ ନିଜ ଭାଇର ଶୁଭ ମନାସି ପୂଜା କରି ଥାଆନ୍ତି l ଏହା ବିଶେଷ ଭାବରେ ଉତ୍ତର – ପୂର୍ବ ଓଡ଼ିଶାରେ ପାଳନ କରାଯାଇଥାଏ l ନବ ବିବାହିତା ବୋହୁ ବିବାହର ପ୍ରଥମ ବର୍ଷ ଖୁଦୁରୁକୁଣୀ ଓଷା ପାଳନ କରି ଥାଆନ୍ତି l ଚଳିତ ଥର ସେପ୍ଟେମ୍ବର ୩ତାରିଖ ଠାରୁ ଖୁଦୁରୁକୁଣୀ ଓଷା ପାଳିତ ହେବ l
ଏହା ଭାଇ ପ୍ରତି ଭଉଣୀର ସ୍ନେହ କୁ ଦର୍ଶାଇ ଥାଏ l ରବିବାର ଦିନ ସକାଳୁ ଝିଅ ବୋହୂମାନେ ସକାଳୁ ଉଠି ବିଭିନ୍ନ ରଙ୍ଗ ଓ ବେରଙ୍ଗ ଫୁଲ ତୋଳି ଆଣନ୍ତି l ସକାଳୁ ଗାଧୋଇ ପୋଖରୀ ବା ନଦୀ କୂଳରେ ବାଲୁକା ସେବି ସେହି ସଂଗୃହିତ ଫୁଲରେ ଜାତି ଜାତିକା ମାଳ ତିଆରି କରନ୍ତି l ପୂଜା ସ୍ଥାନକୁ ଗୋବରରେ ଲିପି ସେଠାରେ ଝୋଟି ପକାନ୍ତି l ଏହାପରେ ମାମଙ୍ଗଳା ଙ୍କ ଫଟୋ କିମ୍ବା ମୂର୍ତି କୁ ସଜାଇ ବସାଇ ଦିଅନ୍ତି l ସନ୍ଧ୍ୟା ଗଡ଼ିବା ମାତ୍ରକେ କୁଆଁରୀ ଝିଅମାନେ ନିଜ ପୂଜା ଚାଙ୍ଗୁଡ଼ି ସଜାଡି ଥାଆନ୍ତି l ଯେଉଁଥିରେ ରଖି ଥାଆନ୍ତି ଧୂପ, ଦୀପ ଓ ବିଭିନ୍ନ ପ୍ରକାରର ଫଳମୂଳ ସହିତ ଚୁଡା ଭଜା, ମୁଢି, ଖୁଡି ଭଜା,ଖଇ ଉଖୁଡା, ଇତ୍ୟାଦି l ୫ ପାଳିରେ ୫ ପ୍ରକାରର ପ୍ରସାଦ ଅର୍ପଣ କରାଯାଏ l
ଆଜିକାଲି ଖୁଦୁରୁକୁଣୀ ଓଷାର ମହତ୍ୱ ଏଭଳି ବଢି ଯାଇଛି ଯେ ସୁନ୍ଦର ସୁନ୍ଦର ପେଣ୍ଡାଲ ସଜା ଯାଇ ପୂଜାକୁ ନେଇ ସ୍ୱତନ୍ତ୍ର ପ୍ରତିଯୋଗିତା ହେଉଛି l ଗୋଟିଏ ଗାଁ ରେ ୨ରୁ ଉର୍ଧ୍ଵ ପୂଜା ପେଣ୍ଡାଲ ରହୁଛି l ପୂର୍ବ କାଳରେ ଖୁଦୁରୁକୁଣୀ ଢ଼ିଙ୍କି ଶାଳ ରେ ହେଉଥିଲା, କିନ୍ତୁ ବର୍ତମାନ ଆଧୁନିକ ସମାଜ ରେ ହାତ ତିଆରି ଢ଼ିଙ୍କି ପୂଜା ସ୍ଥାନରେ ରଖା ଯାଉଛି l ଏହିଦିନ କୁଆଁରୀ ଝିଅମାନେ ସମ୍ପୂର୍ଣ ସାକାହାରୀ ଭୋଜନ କରି ଥାଆନ୍ତି l ସନ୍ଧ୍ୟାରେ ପୂଜା ସମୟରେ ଖୁଦୁରୁକୁଣୀ ଙ୍କ ନିକଟରେ ବହି ପଢା ଯାଇଥାଏ l ଯେଉଁଥିରେ ସାତଭାଇ ଙ୍କ ଅଲିଅଳି ଭଉଣୀ ତଅପୋଇ ବିଷୟରେ ଲେଖା ଯାଇଛି l ଯିଏକି ପିତାମାତାଙ୍କୁ ହରାଇବା ପରେ ଭାଇ ମାନଙ୍କ ଅନୁପସ୍ଥିତି ରେ ନିଜ ଭାଉଜ ମାନଙ୍କ ଦ୍ୱାରା ଦିଆଯାଉଥିବା କଷ୍ଟ ସହି ନପାରି ମାମଙ୍ଗଳା ଙ୍କୁ ପୂଜା କରିଥିଲା ଓ ସମସ୍ତ କଷ୍ଟ ରୁ ମୁକ୍ତି ପାଇଥିଲା l
Nalco

Leave A Reply