Odisha news

କାହିଁକି କୁଆଁରୀ ଝିଅମାନେ କରି ଥାଆନ୍ତି ଖୁଦୁରୁକୁଣୀ ଓଷା ଓ କଣ ରହିଛି ଏହାର ମାହାତ୍ମ୍ୟ 

0
ପୂର୍ବରୁ ଓଡ଼ିଶାର ସାଧବ ପୁଅମାନେ ବେପାର ବାଣିଜ୍ୟ କରିବା ପାଇଁ ଜାଭା, ସୁମାତ୍ରା ପ୍ରଭୃତି ଦ୍ବୀପ କୁ ବୋଇତ ରେ ଯାଉଥିଲେ l ଏବଂ ମାସ ମାସ ଧରି ନିଜ ପରିବାର ଠାରୁ ଅଲଗା ହୋଇ ରହୁଥିଲେ l ସେମାନେ ଏଥିପାଇଁ ସମୁଦ୍ର ପଥ ବା ଜଳ ପଥକୁ ଗ୍ରହଣ କରୁଥିଲେ l କାହିଁକି ନା ଆଗକାଳରେ ଯାତାୟତ କରିବା ପାଇଁ ଅନ୍ୟ କୌଣସି ମାଧ୍ୟମ ନଥିଲା l ଓଡ଼ିଶାର ବନ୍ୟ ଜାତ ମସଲା ଓ ବିଭିନ୍ନ ଶସ୍ୟ ସେହି ସମୟରେ ଭାରତ ପ୍ରସିଧ ହେବା ସହିତ ବିଦେଶ ରେ ମଧ୍ୟ ଚାହିଦା ରହିଥିଲା l ଏହି ସମୟରେ ପରିବାର ସଦସ୍ୟ ମାନେ ତାଙ୍କୁ ପୂଜା କରି ଧୂପ ଦୀପ ବନ୍ଦାଇ ମେଲାଣି ଦେଉଥିଲେ ଓ ତାଙ୍କର ମଙ୍ଗଳ ମନାସି ଫେରିବା ବାଟକୁ ଚାହିଁ ରହୁଥିଲେ l ଏହି କାହାଣୀ ସେହି ସମୟର ଅଟେ
ତପୋଇ ନାମକ ଗୋଟିଏ କନ୍ୟା ଥିଲା, ଯିଏ କି ସାତଭାଇ ଙ୍କର ଗୋଟିଏ ଅଲିଅଳି ଭଉଣୀ ଥିଲା ଓ ସବୁଠୁ ସାନ ଥିଲା l ସେମାନେ ସାଧବ ପରିବାରର ହୋଇଥିବାରୁ ବଣିଜ କରିବା ପାଇଁ ବିଦେଶ କୁ ଯାଉଥିଲେ l ତପୋଇ ସାତଭାବ ଙ୍କର ଖୁବ ଗେଲ୍ହା ଥିଲା l ସାଧବ ଓ ସାଧବାଣୀ ନିଜ ପୁଅ ଓ ବୋହୁ ମାନଙ୍କର ତପୋଇ ପ୍ରତି ଏଭଳି ସ୍ନେହ ମମତା ଦେଖି ଖୁବ ଖୁସି ଥିଲେ l ଏକଦା ତପୋଇ ନିଜ ପିତାମାତା ଙ୍କୁ ସୁନାର ଚନ୍ଦ୍ର ମାଗି ବସିଲେ l ଏହା ମଧ୍ୟ ତାଙ୍କ ମାତାପିତା ପୂରଣ କଲେ l ସେହି ଚନ୍ଦ୍ର ଅଧା ଗଢା ହୋଇଥିବା ବେଳେ ତାଙ୍କ ପିତା ଙ୍କର ମୃତ୍ୟୁ ହୋଇଥିଲା ଏବଂ ଚନ୍ଦ୍ରଟି ସମ୍ପୂର୍ଣ ହେବା ପରେ ମାତା ଙ୍କ ମୃତ୍ୟୁ ହେଲା l ଏହାପରେ ପରିବାରର ଆର୍ଥିକ ଅନାଟନ ଦେଖିବାକୁ ମିଳିଲା l ଏହାପରେ ସାଧବ ପୁଅ ମାନେ ବଣିଜ ବ୍ୟବସାୟ କରିବା ପାଇଁ ସମୁଦ୍ର ରେ ବୋଇତ ମେଲିଲେ l
ଏହି ସମୟରେ ସାତଭାଇ ନିଜର ପତ୍ନୀ ମାନଙ୍କ ନିକଟରେ ତପୋଇ କୁ ଛାଡି ସମୁଦ୍ର ଯାତ୍ରା ଆରମ୍ଭ କଲେ l ଏହି ସମୟରେ ତପୋଇ ର ଯତ୍ନ ନେଇ ତାକୁ ଖୁସିରେ ରଖିବାର ନିର୍ଦେଶ ଦେଇ ଭାଇମାନେ ଚାଲିଗଲେ l ଭାଉଜ ମାନେ ତଅପୋଇ ର ଖୁବ ସେବା ଯତ୍ନ ନେଉଥିଲେ ଓ ହସଖୁସିରେ ସମସ୍ତେ ରହିଥିଲେ l ଏକଦା ଗୋଟିଏ ବିଧବା ବ୍ରାହ୍ମଣୀ ଆସି ସାଧବ ଙ୍କ ଦୁଆରରେ ପହଁଚିଲା l ଭିକ୍ଷା ପାଇଁ ଡାକ ଦେଇଥିଲା l ଭାଉଜ ମାନେ ଏହି ସମୟରେ ତଅପୋଇ କୁ ଦୋଳିରେ ବସାଇ ତାର ସେବା କରୁଥିଲେ l କିଏ କହିଲା ଦୋଳି ଝୁଲାଉଛି, କିଏ କହିଲା ବେଣୀ ବାନ୍ଧୁଛି, କିଏ କହିଲା ପାନ ଭାଙ୍ଗୁଛି, କିଏ କହିଲା ମୋ ନଣନ୍ଦ ପାଇଁ ପିଠା କରୁଛି l ଏହା ଶୁଣି ବ୍ରାହ୍ମଣୀ ରାଗି ଯାଇଥିଲା ଓ ଭାଉଜ ମାନଙ୍କୁ ପରାମର୍ଶ ଦେଇଥିଲା ଯେ ଯେଉଁ ନଣନ୍ଦ ର ଏତେ ସେବା ଯତ୍ନ କରୁଛ ସେ କିନ୍ତୁ ତମର ଶତ୍ରୁ ହେବ l ଭାଇ ମାନଙ୍କୁ ମିଛ କହି ତମ ମାନଙ୍କୁ ଜଙ୍ଗଲ ରେ ଛେଳି ରଖାଇବ l
ଏହା ଶୁଣି ସବୁ ଭାଉଜ ତାହାକୁ ସତ ଭାବିଲେ ଓ ତଅପୋଇ କୁ କଷ୍ଟ ଦେବାକୁ ଲାଗିଲେ l କିନ୍ତୁ ନିଁଳେନ୍ଦ୍ରି ନାମକ ସାନ ବୋହୁ ତଅପୋଇ କୁ ଖୁବ ସ୍ନେହ କରୁଥିଲା l ପ୍ରତ୍ୟେକ ବୋହୁ ତଅପୋଇ କୁ ଜଙ୍ଗଲକୁ ପଠାଇଲେ ଛେଳି ଜଗିବାକୁ l ସେ ଛେଳି ଜଗିବାକୁ ଯିବା ସମୟରେ ତାକୁ ମୂଷା ମାଟି ମିଶା ଭାତ ଖାଇବାକୁ ଦେଉଥିଲେ l ଏକଦା ଭାଦ୍ରବ ମାସ ରବିବାର ଦିନ ହୋଇଥାଏ ଜଙ୍ଗଲ ରେ ଛେଳି ତଅପୋଇ ଜାଗୁଥିବା ସମୟରେ ଭାଇ ମାନଙ୍କ କଥା ମନେ ପକାଇ କାନ୍ଦିବାକୁ ଲାଗିଲା l ଏହି ସମୟରେ କିଛି କନ୍ୟା ଆସି ତଅପୋଇ କୁ ମଙ୍ଗଳାଙ୍କୁ ସୁମୀରଣ କରିବାକୁ କହିଥିଲେ l ଏହାପରେ ତଅପୋଇ ନିଜ ଭାଇ ମାନଙ୍କ ଶୁଭ ମନାସି ମଙ୍ଗଳାଙ୍କ ପୂଜା କରିଥିଲା l ଏହାପରେ ପଞ୍ଚମ ରବିବାର ଦିନ ତାର ଭାଇମାନେ ଫେରି ଆସିଥିଲେ ଓ ଜଙ୍ଗଲ ରେ କେହି ଜଣେ ରୋଦନ କରୁଥିବାର ଶୁଣିଥିଲେ l ଏହାପରେ ଜ୍ୟେଷ୍ଠ ଭାଇ ସାନ ଭାଇକୁ ପଠାଇଥିଲେ କିଏ କାନ୍ଦୁଛି ଦେଖିବା ପାଇଁ l ସାନଭାଇ ଯାଇ ଦେଖି ତଅପୋଇ କୁ ଚିହ୍ନି ପାରିନଥିଲା l ଏହାପରେ ତଅପୋଇ ନିଜର ପରିଚୟ ଦେଇଥିଲା l
ନିଜ ଭଉଣୀ ର ଏଭଳି ଅବସ୍ଥା ଦେଖି ଭାଇମାନେ ଚିହ୍ନି ପାରି ନଥିଲେ l ଛିଣ୍ଡା କପଡା ସହିତ ମୁଣ୍ଡ ଚୁଟି ନୁଖୁରା ହୋ ଊଂକୁଣି ଖସି ପଡୁଥାଏ l ତଅପୋଇ କାନ୍ଦି କାନ୍ଦି ନିଜର ପରିଚୟ ଦେବାପରେ ଭାଇମାନେ ଚିହ୍ନି ପାରିଥିଲେ l ତଅପୋଇ ନିକଟରୁ ସମସ୍ତ ଘଟଣା ଶୁଣି ତାକୁ ବୋଇତ ରେ ଠାକୁରାଣୀ ଙ୍କ ରୂପରେ ସଜାଇ ବସାଇ ଦେଇଥିଲେ ଏବଂ ତା ହାତରେ ଗୋଟିଏ ଛୁରୀ ଧରାଇ ଥିଲେ l କହିଥିଲେ ଯେ ଯେଉଁ ଭାଉଜ ତୋର ପ୍ରିୟ ଅଟେ ତାକୁ ଛାଡ଼ିବୁ ଏବଂ ଯେଉଁମାନେ ତୋତେ କଷ୍ଟ ଦେଇଛନ୍ତି ତାଙ୍କ ନାକ କାଟିବୁ l
ଏହାପରେ ସାଧବ ପୁଅମାନେ ବୋହୁ ମାନଙ୍କୁ ଡାକିଥିଲେ ବୋଇତ ବନ୍ଦାଇବା ପାଇଁ ଏବଂ ତଅପୋଇ ବିଷୟରେ ପଚାରି ଥିଲେ l ସେମାନେ କହିଲେ ଆମେ ଜାଣିନାହୁଁ କେଉଁଆଡେ ସେ ଯାଇଛି l ଏହା ଶୁଣି ସାଧବ ପୁଅ କହିଲେ ମା ମଙ୍ଗଳା ଙ୍କୁ ଯାଇ ଜଣ ଜଣ କରି ପୂଜାର୍ଚନା କର l ସର୍ବ ପ୍ରଥମେ ବଡ଼ ବୋହୁ ଗଲା ତାର ନାକ କୁ ତଅପୋଇ କାଟି ଥିଲା, ଏହିଭଳି ଭାବରେ ୬ ଭାଉଜ ଙ୍କ ନାକ କାଟିଲା କିନ୍ତୁ ସାନ ଭାଉଜ କୁ ଦେଖି ହାତରୁ ଛୁରୀ ଫିଙ୍ଗି ଦେଇଥିଲା ଏବଂ ଗଳାରୁ ରତ୍ନ ମାଳି କାଢି ପିନ୍ଧାଇ ଦେଇଥିଲା l ସାନ ଭାଉଜ ମଧ୍ୟ ଖୁବ ଆନନ୍ଦ ସହକାରେ ତଅପୋଇ କୁ କୋଳେଇ ନେଇ ଘରକୁ ଯାଇଥିଲା l
ସେଥିପାଇଁ ଭାଦ୍ରବ ମାସରେ ଖୁଦୁରୁକୁଣୀ ଓଷାର ମହତ୍ୱ ରହିଛି l
Nalco

Leave A Reply