Odisha news

ଖୁଦୁରୁକୁଣୀ ଓଷା କଣ ଓ କାହିଁକି ଝିଅ ମାନେ ପୂଜା କରନ୍ତି

0

ଖୁଦୁରୁକୁଣୀ ଓଷା ଓଡିଶା ରାଜ୍ୟର ଗୋଟିଏ ପାରମ୍ପରିକ ପୂଜା ଅଟେ l ଯାହାକୁ ଝିଅ ମାନେ ନିଜ ଭାଇ ମାନଙ୍କର ସୁରକ୍ଷା ପାଇଁ ପାଳନ କରି ଥାଆନ୍ତି l ଓଡ଼ିଶାର ଗାଁ ଗହଳି ଠାରୁ ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଖୁଦୁରୁକୁଣୀ ଓଷା ପାଳିତ ହୋଇଥାଏ l ଏହି ପୂଜା ରେ ମା ମଙ୍ଗଳା ଙ୍କୁ ବିଧିବିଧାନ ଭାବରେ ପୂଜା କରାଯାଏ l ଏହି ପୂଜା ଟିକୁ ଗହ୍ମା ପୂର୍ଣ୍ଣିମା ପରେ ଭାଦ୍ରବ ମାସର ପ୍ରତ୍ୟେକ ରବିବାର ଦିନ ବିଧିବଦ୍ଧ ଭାବରେ ଅବିବାହିତା ଝିଅ ମାନେ ପାଳନ କରନ୍ତି l ଖୁଦୁରୁକୁଣୀ ର ଅନ୍ୟ ନାମ ଭାଲୁକୁଣି ଓଷା ଅଟେ l

ଖୁଦୁରୁକୁଣୀ ଓଷା ଭାଇ ଭଉଣୀ ଙ୍କ ସ୍ନେହ ର ପବିତ୍ରତା କୁ ଦର୍ଶାଇ ଥାଏ l ଏହି ଓଷା ପୂଜା ଦିନ ଝିଅ ମାନେ ସକାଳୁ ବିଭିନ୍ନ ପ୍ରକାର ଫୁଲ ସଂଗ୍ରହ କରି ଥାଆନ୍ତି ଓ ଗାଧୋଇ ସାରି ନଦୀ କିମ୍ବା ପୋଖରୀ କୂଳରେ ବାଲୁକା ପୂଜି କରି ଥାଆନ୍ତି l ବାଲୁକା ପୂଜା ସେହି ପୂଜା ଯେଉଁଥିରେ ମାଟି ବା କାଦୁଅ ରେ ମନ୍ଦିର ଆକୃତି ତିଆରି କରି ସେଥିରେ ସିନ୍ଦୁର ଚନ୍ଦନ ଫୁଲ ଇତ୍ୟାଦି ଦେଇ ଦୀପ ପ୍ରଜ୍ବଳନ କରନ୍ତି ଓ ଶେଷରେ ପ୍ରଶାଦ ଆକାରରେ ଫଳ ଅର୍ପଣ କରନ୍ତି l ଏହାପରେ ହାତରେ ଗୋଟିଏ ବ୍ରତ ପ୍ରସ୍ତୁତ କରି ସେଥିରେ ୫ ଗଣ୍ଠି ମଙ୍ଗଳା ଙ୍କୁ ସ୍ମରଣ କରି ନିଜ ହାତରେ ଧାରଣ କରନ୍ତି l

ଏହାପରେ ଝିଅମାନେ ଘରକୁ ଫେରି ଅସସନ୍ତି l ଏହି ପୂଜା ଦିନ ଆମିଷ ଓ ପିଆଜ ରସୁଣ ଭକ୍ଷଣ କରିବା ଉଚିତ ନୁହେଁ l ସାତ୍ୱୀକ ଭୋଜନ ଏହିଦିନ ସେବନ କରାଯାଇ ଥାଏ l ଦିନ ସମୟରେ ଝିଅମାନେ ଫୁଲର ମାଳ ଗୁନ୍ଥି ରଖନ୍ତି ଓ ମା ମଙ୍ଗଳା ଙ୍କ ମୂର୍ତ୍ତି କୁ ସଜାଇ ରାତ୍ରୀ ସମୟରେ ପୂଜା କରି ଥାଆନ୍ତି l

ଖୁଦୁରୁକୁଣୀ ଓଷା କୁ ମିଳିତ ଭାବରେ କରାଯାଇ ଥାଏ l ତେଣୁ ସମସ୍ତ ବର୍ଗର କନ୍ୟା ମିଳିତ ଭାବରେ ଖୁଦୁରୁକୁଣୀ ଓଷା ପାଳନ୍ତି l ଏହି ପୂଜାକୁ ବିଶେଷ ଭାବେ ଢ଼ିଙ୍କି ଶାଳ ରେ ପୂଜା କରାଯାଏ l କିନ୍ତୁ ଯଦି ଢ଼ିଙ୍କି ଶାଳ ସୁବିଧା ନଥାଏ ତେବେ ଘର ଭିତରେ ମଧ୍ୟ ମଙ୍ଗଳା ଙ୍କ ମୂର୍ତ୍ତି କୁ ପୂଜା କରାଯାଇ ଥାଏ l ବ୍ରାହ୍ମଣ କନ୍ୟା ଙ୍କୁ ଛାଡି ସମସ୍ତ ଜାତିର କନ୍ୟା ଖୁଦୁରୁକୁଣୀ ଓଷା କରନ୍ତି l

Nalco

Leave A Reply