Odisha news

ଭାଦ୍ରବ ମାସ ରବିବାର ରେ କାହିଁକି ଝିଅ ମାନେ ଖୁଦୁରୁକୁଣୀ ଓଷା କରି ଥାଆନ୍ତି 

0
ଖୁଦୁରୁକୁଣୀ ଓଷା ବିଶେଷ ଭାବରେ ଭାରତର ଗୋଟିଏ ଆଞ୍ଚଳିକ ପୂଜା ବା ଓଷା ଅଟେ l ଏହା ୨୫ ଅଗଷ୍ଟ ଠାରୁ  ଓଡ଼ିଶାର ପୁରପଲ୍ଲୀ ରୁ ନେଇ ସହର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ପାଳନ କରାଜିବ l ଏହି ପର୍ବ ବିଶେଷ ଭାବରେ ଭାଦ୍ରବ ମାସ ରବିବାର ଦିନ ସନ୍ଧ୍ୟା ସମୟରେ କରାଯାଇ ଥାଏ l  ଏବଂ ଏହି ପର୍ବ କୁ ଭାଇ ମାନେ ନିଜ ଭଉଣୀ ପାଇଁ ପାଳି ଥାଆନ୍ତି l  ପୂଜା ସ୍ଥାନକୁ ସୁସଜିତ କରି ମାମଙ୍ଗଳା ଙ୍କ ମୂର୍ତି କୁ ଉପସ୍ଥାପନ କରାଯାଇ ଥାଏ l ଭାଦ୍ରବ ମାସର ପ୍ରଥମ ରବିବାର ରେ ଝିପିଝିପି ବର୍ଷରେ ଏହି ପୁଜାଟି କରାଯାଇଥାଏ l ଭାଦ୍ରବମାସ ଯେତୋଟି ରବିବାର ପଡିଥାଏ ସମସ୍ତ ରବିବାର ଦିନ ଖୁଦୁରୁକୁଣୀ ଓଷା ପାଳିତ ହୋଇଥାଏ l ଖୁଦୁରୁକୁଣୀ ର ଅନ୍ୟନାମ ହେଉଛି ଭାଲୁକୁଣି ଓଷା l
ଓଡ଼ିଶାର ସମସ୍ତ ଜାତିର କୁଆଁରୀ କନ୍ୟା ଖୁଦୁରୁକୁଣୀ ଓଷା କରିଥିବା ବେଳେ ବ୍ରାହ୍ମଣ କନ୍ୟା କରନ୍ତି ନାହିଁ l ଖୁଦୁରୁକୁଣୀ ପୂଜା କୌଣସି ପୁରୋହିତ କିମ୍ବା ବ୍ରାହ୍ମଣ କରନ୍ତି ନାହିଁ l ଏହାକୁ  ଓଷା କରୁଥିବା କୁଆଁରୀ କନ୍ୟା ମାନେ କରି ଥାଆନ୍ତି l  ବ୍ରାହ୍ମଣ ଜାତିରେ ପୂଜା ନହେବାର ଗୋଟିଏ ବିଶେଷ କାରଣ ରହିଛି l ତଅପୋଇ ଯିଏକି ଏହି ପୂଜାର ମୁଖ୍ୟ ଅଟେ, ସେ ତାର ପରିବାରର ସବୁଠୁ ଗେଲ୍ହା ଓ ଅଲିଅଳି କନ୍ୟା ଥିଲା, ତଅପୋଇ ର ଭାଇ ଓ ବାପା ସାଧବ ଥିଲେ, ଯିଏକି ବେପାର ବାଣିଜ୍ୟ କରିବାକୁ ବିଭିନ୍ନ ସ୍ଥାକୁ ଯାଉଥିଲେ  l ସେ ତାର ଭାଇ ଭାଉଜ ସମସ୍ତଙ୍କର ଖୁବ ପ୍ରିୟ ଥିଲା l ଭାଉଜ ମାନଙ୍କର ଗେଲ୍ହା ନଣନ୍ଦ ହୋଇଥିବା ବେଳେ ଭାଇ ମାନଙ୍କର କୂଳ ନନ୍ଦିନୀ ଥିଲା l ପରିବାର ହସ ଖୁସିରେ ଚାଲିଥିବା ସମୟରେ ପିତାମାତା ଙ୍କର ମୃତ୍ୟୁ ହୋଇ ଯାଇଥିଲା l
ଏହାପରେ  ଭାଇମାନେ ଏକଦା ନିଜ ଭଉଣୀର ଦାଇତ୍ୱ ନିଜ ନିଜ ସ୍ତ୍ରୀଙ୍କୁ ଦେଇ ବ୍ୟବସାୟ କରିବା ପାଇଁ ବିଦେଶ କୁ ଯାଇଥିଲେ l ଭାଉଜ ମାନେ ମଧ୍ୟ ନିଜ ନଣନ୍ଦ ର ଖୁବ ସ୍ନେହ ଆଦର କରି ଯତ୍ନ ନେଉଥିଲେ l ଏକଦା ଗୋଟିଏ ବିଧବା ବ୍ରାହ୍ମଣୀ ଭିକ୍ଷା କରିବା ପାଇଁ ସାଧବ ଙ୍କ ଦ୍ୱାର କୁ ଆସିଥିଲା l ଯିଏକି ଭିକ୍ଷା ମାଗିଥିଲେ ଓ ଭାଉଜ ମାନେ ତଅପୋଇ ର ଆଦର ସତ୍କାର କରିବାରେ ବ୍ୟସ୍ତ ଥିବାର ଦର୍ଶାଇ ଥିଲେ l ଯାହାଦ୍ୱାରା ସେହି ବ୍ରାହ୍ମଣୀ ଟି ପରିବାର ମଧ୍ୟ ଫାଟ ସୃଷ୍ଟି କରିବା ପାଇଁ ଭାଉଜ ମାନଙ୍କୁ କୁ ଶିକ୍ଷା ଦେଇଥିଲା ଓ କହିଥିଲା ଏହି ନଣନ୍ଦ କୁ ତମର ନିର୍ଯ୍ୟାତନା ଦିଅ l ସେହି ବ୍ରାହ୍ମଣୀ ର କଥା ଶୁଣି ୬ ଭାଉଜ ତଅପୋଇ କୁ ଅନେକ ଯାତନା ଦେଇଥିଲେ l କିନ୍ତୁ ସାନ ଭାଉଜ ଖୁବ ଭଲ ପାଉଥିଲା l  ଏହାକୁ ଦର୍ଶାଇବାକୁ ଯାଇ ଲେଖକ ବା କବି ଉକ୍ତ ବ୍ରାହ୍ମଣୀ କୁ ରାଣ୍ଡି ବ୍ରାହ୍ମଣୀ ବୋଲି ଉପସ୍ଥାପନ କରିଛନ୍ତି l ଯିଏକି ବ୍ରାହ୍ମଣ ଜାତି ପାଇଁ ଗୋଟିଏ କଳଙ୍କ ସଦୃଶ ଅଟେ ତେଣୁ କୁହାଯାଏ ଯେ ବ୍ରାହ୍ମଣ କନ୍ୟାମାନେ ଖୁଦୁରୁକୁଣୀ ଓଷା କରନ୍ତି ନାହିଁ l
Har Ghar Tiranga

Leave A Reply