Odisha news

କାହିଁକି ମାମଙ୍ଗଳା ଙ୍କୁ କୁହାଯାଏ ଖୁଦୁରୁକୁଣୀ 

0
ଭାଦ୍ରବମାସ ର ବର୍ଷା ତୁହାକୁ ତୁହା ହେଉଥିବା ସମୟରେ ଖୁଦୁରୁକୁଣୀ ଓଷା ହୋଇଥାଏ l ଏହି ଓଷା ବିଶେଷ ଭାବରେ ଅବିବାହିତା ଝିଅମାନେ କରି ଥାଆନ୍ତି l କିନ୍ତୁ ବ୍ରାହ୍ମଣ ସମ୍ପ୍ରଦାୟ ରେ ଏହି ଓଷା ପାଳନ କରାଯାଏ ନାହିଁ l ଶ୍ରାବଣ ପୁର୍ଣିମା ବା ଗହ୍ମାପୂର୍ଣିମା ଠାରୁ ପ୍ରତ୍ୟେକ ରବିବାର ଦିନ ଖୁଦୁରୁକୁଣୀ ଓଷା ପାଳିତ ହୋଇଥାଏ l ଏହି ଓଷାରେ ଝିଅମାନେ ନିଜ ଭାଇ ମାନଙ୍କ ପାଇଁ ପାଳନ କରି ଥାଆନ୍ତି l ଏହି ପୂଜାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମାମଙ୍ଗଳା l ମାମଙ୍ଗଳା ଙ୍କ ନିକଟରେ କନ୍ୟାମାନେ ୪ରୁ ୫ଟି ରବିବାର ଓଷା ପୂଜା କରନ୍ତି l ଓଡ଼ିଶାରେ ଏହା ଗୋଟିଏ ବିଶେଷ ପୂଜା ଅଟେ, ଯାହାକି ଓଡ଼ିଶାର ପରମ୍ପରା କୁ ଦର୍ଶାଇ ଥାଏ l ଏଠାରେ ମଙ୍ଗଳାଙ୍କ ନିକଟରେ ସମସ୍ତ ରବିବାର ରେ ଅଲଗା ଅଲଗା ପ୍ରସାଦ ସମର୍ପଣ କରାଯାଇ ଥାଏ l
କାହିଁକି ମଙ୍ଗଳାଙ୍କୁ କୁହାଯାଏ ଖୁଦୁରୁକୁଣୀ –
ମାନ୍ୟତା ଅନୁସାରେ ଖୁଦୁରୁକୁଣୀ ଓଷାରେ ମଙ୍ଗଳାଙ୍କୁ ଖୁଦ ଭଜା ଅର୍ପଣ କରାଯାଏ l ଖୁଦଭଜା ମାମଙ୍ଗଳା ଙ୍କର ପ୍ରିୟ ପ୍ରସାଦ ଅଟେ l ୫ ପାଳିରେ ୫ପ୍ରକାର ପ୍ରସାଦ ଅର୍ପଣ କରାଯାଇ ଥାଏ l ପ୍ରଥମ ପାଳି ବା ରବିବାର ଦିନ ଖୁଦ ଭଜା ସହିତ କାକୁଡି, କଦଳୀ ଇତ୍ୟାଦି ଅର୍ପଣ କରାଯାଏ l ଦ୍ଵିତୀୟ ରବିବାର ରେ ମୁଢି ସହିତ ଅନ୍ୟାନ୍ୟ ଫଳ, ତୃତୀୟ ରବିବାର ଦିନ ଚୁଡାଭଜା ସହିତ ଅନ୍ୟାନ୍ୟ ଫଳ, ଚତୁର୍ଥ ରବିବାର ଦିନ ଖଇ ବା ଲିଆ ସହିତ ବିଭିନ୍ନ ଫଳ ଓ ଶେଷ ରବିବାର ଦିନ ମଣ୍ଡା ପିଠା ଅର୍ପଣ କରାଯାଏ l ଯାହାକି ଗୋଟିଏ ଅଲଗା ପରମ୍ପରା ଅଟେ l
ମାନ୍ୟତା ରହିଛି ଯେ ଶ୍ରାବଣ ପୁର୍ଣିମା ଠାରୁ ଭାଦ୍ରବ ପୂର୍ଣିମା ପର୍ଯ୍ୟନ୍ତ ସମସ୍ତ ରବିବାର ଦିନ ପାଳନ କରାଯାଇ ଥାଏ l ଏହି ପୂଜା ବିଶେଷ ଭାବରେ ସନ୍ଧ୍ୟାରୁ ରାତି ମଧ୍ୟରେ ପାଳନ କରାଯାଏ l ବଣ ଜଙ୍ଗଲ ରେ ଏହି ପୂଜାର ମାହାତ୍ମ୍ୟ ରହିଥିବା କାରଣରୁ ବଣରୁ କୋଳି ଓ ଫଳମୂଳ ସଂଗ୍ରହ କରି ଏହି ପୂଜାରେ ବ୍ୟବହାର କରାଯାଇ ଥାଏ l ଏହାକୁ ମିଳିତ ଭାବରେ କୁଆଁରୀ ଝିଅମାନେ ଏକାଠି ଭାବରେ ପୂଜାର୍ଚନା କରି ଥାଆନ୍ତି l
Nalco

Leave A Reply