Odisha news

ନିର୍ଭିକ ଓ ସାହସୀ କ୍ରାନ୍ତିକାରୀ ଖୁଦିରାମ ବୋଷ , ଯିଏ କି ମାତ୍ର ୧୯ ବର୍ଷ ବୟସରେ ହୋଇଥିଲେ ସହୀଦ 

0
୧୧ ଅଗଷ୍ଟ ଅର୍ଥାତ ଆଜିର ଦିନ , ଯେଉଁଦିନ ଖୁଦିରାମ ବୋଷ ଦେଶର ସ୍ୱାଧୀନତା ପାଇଁ ସହୀଦ ହୋଇଥିଲେ l ଆଜି ହେଉଛି କ୍ରାନ୍ତିକାରୀ ଖୁଦିରାମ ସ୍ୱାଇଁ ଙ୍କ ପୂଣ୍ୟତିଥୀ l ସେ ସବୁଠୁ କମ ଆୟୁର କ୍ରାନ୍ତିକାରୀ ଥିଲେ l ଭାରତୀୟ ସ୍ୱାଧୀନତା ଇତିହାସ ରେ ଅନେକ କ୍ରାନ୍ତିକାରୀ ଙ୍କ ସାହାସୀକତାର କାହାଣୀ ରହିଛି l ସେହି କ୍ରାନ୍ତିକାରୀଙ୍କ ସୂଚୀରେ ଏଭଳି ଗୋଟିଏ ନାମ ରହିଛି ଖୁଦିରାମ ବୋଷ l ଯିଏ କି ମାତ୍ର ୧୯ ବର୍ଷ ବୟସରେ ଦେଶ ପାଇଁ ଇଂରେଜ ସରକାର ହାତରେ ଫାସୀ ଖୁଣ୍ଟରେ ଚଢି ଯାଇଥିଲେ l ଯିଏ କି ସହୀଦ ହେବାପରେ ଏତେ ପ୍ରସିଧ ହୋଇ ଯାଇଥିଲେ ଯେ ଯୁବକ ମାନେ ବିଶେଷ ପ୍ରକାରର ଧୋତି ପିନ୍ଧୁଥିଲେ ଯାହାର ଧଡ଼ି ରେ ଲେଖା ହୋଇଥିଲା ଖୁଦିରାମ l
କ୍ରାନ୍ତିକାରୀ ଦେଶଭକ୍ତ ଖୁଦିରାମ ଙ୍କ ଜନ୍ମ ଡିସେମ୍ବର ତିନି ୧୮୮୯ ରେ ପଶ୍ଚିମ ବଙ୍ଗର ମେଦିନାପୁର ରେ ତ୍ରଇଲୋକ୍ୟନାଥ ବୋଷ ଙ୍କ ଘରେ ହୋଇଥିଲା l ଖୁଦିରାମ ଯେତେବେଳେ ଖୁବ ଛୋଟ ଥିଲେ ତାଙ୍କ ମାତାପିତା ଙ୍କ ନିଧନ ହୋଇ ଯାଇଥିଲା l ତାଙ୍କ ବଡ଼ ଭଉଣୀ ତାଙ୍କର ଲାଳନପାଳନ କରିଥିଲେ l ସେହି ସମୟରେ ଭାରତରେ ଇଂରେଜ ସାଶନ ଚାଲିଥିଲା ଓ ଖୁଦିରାମ ବୋଷ ସ୍କୁଲ ରୁ ହିଁ ଇଂରେଜ ଙ୍କ ବିରୁଦ୍ଧରେ ରାଜନୈତିକ ଗତିବିଧି ରେ ଅଂଶଗ୍ରହଣ କରିବାକୁ ଲାଗି ଯାଇଥିଲେ l ବିଭିନ୍ନ ପ୍ରକାର ପଦଯାତ୍ରାରେ ଶଶାମିଲ ହୋଇ ଇଂରେଜ ଶାସନ ବିରୁଧ ରେ ସ୍ୱର ଉତୋଳନ କରୁଥିଲେ l
ତାଙ୍କ ମନରେ ଇଂରେଜ ଶାସକ ବିରୁଦ୍ଧରେ ଏଭଳି ନିଅଁ ଜଳିଲା ସେ ନବମ ଶ୍ରେଣୀ ପରେ ଶିକ୍ଷା ଗ୍ରହଣ କରିବା ଛାଡି ଦେଲେ l ୧୯୦୫ ରେ ସେ ବଙ୍ଗ ବିଭାଜନ ହେବ ପରେ ସ୍ବେଦେଶୀ ଆନ୍ଦୋଳନ କୁ ଝାସ ଦେଇଥିଲେ ଦେଶର ସ୍ୱାଧୀନତା ପାଇଁ l ଏବଂ ସତ୍ୟନ ବୋଷ ଙ୍କ ନେତୃତ୍ୱ ରେ ନିଜର କ୍ରାନ୍ତିକାରୀ ଜୀବନ ଆରମ୍ଭ କଲେ l ଫେବୃଆରୀ ୨୮ ୧୯୦୬ ରେ ଖୁଦିରାମ ବୋଷ ଗିରଫ ହୋଇଥିଲେ କିନ୍ତୁ ଖସି ପଳାଇ ଗଲେ l ଏହାପରେ ଦୁଇମାସ ପରେ ଅପ୍ରେଲ ଗିରଫ କରାଗଲା ଓ ୧୬ ମଇ ୧୯୦୬ ରେ ତାଙ୍କୁ ଜେଲ ରୁ ରିହା କରାଗଲା l ଡିସେମ୍ବର ଚା ୧୯୦୭ ରେ ଖୁଦିରାମ ନାରାୟଗଡ଼ ରେଳ ଷ୍ଟେସନ ଉପରେ ବଙ୍ଗ ର ଗଭର୍ଣ୍ଣ ଙ୍କ ବିଶେଷ ଟ୍ରେନ ଉପରେ ଆକ୍ରମଣ କରିଥିଲେ l କିନ୍ତୁ ସେ ଜୀବିତ ରହିଗଲେ l
ଏହାପରେ ଖୁଦିରାମ ପ୍ରଫୁଲ୍ଚନ୍ଦ ଚାକି ଓ ଖୁଦିରାମ ବୋଷ ଉଭୟ ମୁଜାଫର ପୁର ଯାଇଥିଲେ ଓ ଅପ୍ରେଲ୍ ୩୦ ତାରିଖ ୧୯୮୦ ରେ ସେସନ ଜଜ ଙ୍କ ଗାଡି ଉପରକୁ ବମ ଫିଙ୍ଗି ଥିଲେ l କିନ୍ତୁ ସେହି ଗାଡିରେ ୨ ମହିଳା ଥିଲେ ଯାହାଙ୍କ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇ ଥିଲା l
ଏହାପରେ ଉଭୟ ଙ୍କୁ ପୋଲିସ ଗିରଫ କରିଥିଲା , କିନ୍ତୁ ପ୍ରଫୁଲ ଚନ୍ଦ ଚାକି ନିଜକୁ ଗୁଳି କରି ଥିଲେ ଘଟଣା ସ୍ଥଳରେ l କିନ୍ତୁ ଖୁଦିରାମ ଙ୍କୁ ଗିରଫ କରିଥିଲେ ଇଂରେଜ ସରକାର l ଏହାପରେ ତାଙ୍କ ବିରୁଧ ରେ ହତ୍ୟା ଅଭିଯୋଗ ୫ ଦିନ ଚାଲିଥିଲା ଓ ଜୁନ ୮ ତାରିଖ ୧୯୦୮ ରେ ତଙ୍କୁ କୋର୍ଟ ରେ ଉପସ୍ଥିତ କରାଯାଇ ଥିଲା l ଜୁନ ୧୩ ତାରିଖ ରେ ତାଙ୍କୁ ମୃତ୍ୟୁ ଦଣ୍ଡ ରେ ଦଣ୍ଡିତ କରାଯାଇ ଥିଲା l ଶେଷରେ ଅଗଷ୍ଟ ୧୧ ତାରିଖ ୧୯୦୮ ରେ ତାଙ୍କୁ ମୁଜାଫର ପୁର ଜେଲ ରେ ଫାସୀ ଦିଆଯାଇ ଥିଲା l ସେହି ସମୟରେ ସେ ମାତ୍ର ୧୯ ବର୍ଷ ର ଥିଲେ l

Leave A Reply