Odisha news

ଶୀତଋତୁ ରେ ପାୱାର ବୁଷ୍ଟର ଖଜୁରୀ : ଦୂର ହୋଇଥାଏ ଶୀତ ଋତୁର ସମସ୍ତ ଶାରୀରିକ ସମସ୍ୟା

0

ଶୀତଋତୁ ଆସିବା ମାତ୍ରକେ ହେଲଥ ଏକ୍ସପର୍ଟ ମାନେ ବିଭିନ୍ନ ପ୍ରକାର ଡ୍ରାଏ ଫ୍ରୁଟସ ଖାଇବା ପାଇଁ ପରାମର୍ଶ ଦେଇ ଥାଆନ୍ତି l କିନ୍ତୁ ସେହି ଡ୍ରାଏ ଫ୍ରୁଟସ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ଖଜୁରୀ l ଯେମିତି ଶୀତଋତୁ ଆରମ୍ଭ ହୋଇଯାଇ ଥାଏ ବଜାରରେ ଖଜୁରୀ ର ସମ୍ଭାର ଦେଖିବାକୁ ମିଳିଥାଏ l ଏଥିରେ ରହିଥିବା ପୋଷକତତ୍ୱ ଆପଣଙ୍କୁ ଗୋଟିଏ ନୁହେଁ, ଅନେକ ଫାଇଦା ଦେଇ ଥାନ୍ତି l କାହିଁକି କୁହାଯାଇ ଥାଏ ଶୀତଋତୁରେ ଖଜୁରୀ ଖାଇବା ପାଇଁ ଆସନ୍ତୁ ଜାଣିବା l

ନିକଟରେ ହୋଇଥିବା ଗୋଟିଏ ଅଧ୍ୟୟନ ଅନୁସାରେ କୁହାଯାଇଛି ଯେ ଜଣେ ବ୍ୟକ୍ତି ଯଦି ପ୍ରତିଦିନ ୪ଟି ଖଜୁରୀ ଖାଇବ ତେବେ ୫ଟି ଶାରୀରିକ ସମସ୍ୟାରୁ ଆରାମ ପାଇବ l ଆସନ୍ତୁ ଜାଣିବା ସେହି ଶାରୀରିକ ସମସ୍ୟା ଗୁଡିକ କଣ ? -:

* ଶୀତଋତୁ ରେ ବାହାରର ତାପମାତ୍ରା କମ ହୋଇଥାଏ, ଯେଉଁ କାରଣରୁ ବ୍ଲଡ଼ ଭାସେଲସ ଅସ୍ଥାୟୀ ଭାବରେ ସଂକୁଚିତ ହୋଇଯାଇଥାଏ l ଯେଉଁ କାରଣରୁ ବ୍ଲଡ଼ ଠିକ ଭାବରେ ସଞ୍ଚାଳିତ ହୋଇପାରି ନଥାଏ l ଏବଂ ଏହି କଣ୍ଡିସନ ରେ ବ୍ଲଡ଼ ପ୍ରେସର ବଢି ଯାଇଥାଏ l ଏପରି ସ୍ଥିତି ରେ ଯଦି ଆପଣଙ୍କୁ ଶୀତଋତୁ ରେ ରକ୍ତଚାପ ନିୟନ୍ତ୍ରିତ ରଖିବାର ଅଛି ତେବେ ପ୍ରତିଦିନ ଆପଣ ଖଜୁରୀ ନିହାତି ୪ଟି ଖାଇବା ଜରୁରୀ l ଖଜୁରୀ ରେ ପୋଟାସିୟମ ରହିଥାଏ l ଯାହାକି ବ୍ଲଡ଼ ପ୍ରେସର କୁ କଣ୍ଟ୍ରୋଲ କରିଥାଏ l

* ଶୀତଋତୁରେ ମଧୁମେହ ସମସ୍ୟା ଥିବା ବ୍ୟକ୍ତିଙ୍କ ନିକଟରେ ମଧୁମେହ ବଢିବାର ସମସ୍ୟା ଦେଖିବାକୁ ମିଳିଥାଏ l ଏପରି ସ୍ଥିତିରେ ଆପଣଙ୍କୁ ନିୟମିତ ଖଜୁରୀ ଖାଇବା ଆବଶ୍ୟକ l ଖଜୁରୀ ମିଠା ହେବା ସତ୍ୱେ ମଧ୍ୟ ମଧୁମେହ ରୋଗୀ ଙ୍କ ପାଇଁ ଖୁବ ହିଁତଖର l କାହିଁକି ନା ଏଥିରେ ଥିବା ଗ୍ଲିସେମିକ ଇଣ୍ଡେକ୍ସ ଖୁବ କମ ମାତ୍ରାରେ ରହିଥାଏ l ଯାହାକି ମଧୁମେହ ରୋଗୀଙ୍କ ପାଇଁ ଖୁବ ହିତକର l

* ଏପରିକିଛି ଲୋକ ଅଛନ୍ତି ଯେଉଁ ମାନଙ୍କୁ ଶୀତଋତୁରେ ରକ୍ତହୀନତା ସମସ୍ୟା ଦେଖାଯାଇ ଥାଏ l ଏହାକୁ ଆମେ ଏନିମିଆ କହିଥାଉ l ଖଜୁରୀ ରେ ପ୍ରଚୁର ମାତ୍ରାରେ ଆଇରନ ରହିଥାଏ l

* ଶୀତ ଋତୁରେ ବିଶେଷ ଭାବେ ହାଡ଼ ଓ ଆଣ୍ଠୁ ଗଣ୍ଠି ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ l ଯନ୍ତ୍ରଣା ଦ୍ୱାରା ଲୋକ ମାନେ ଅତ୍ୟନ୍ତ କଷ୍ଟ ପାଇ ଥାଆନ୍ତି l ଏପରି ସ୍ଥିତି ରେ ଖଜୁରୀ ସେବନ ଖୁବ ହିତକର l ଖଜୁରୀ ରେ କ୍ୟାଲସିୟମ , ଫସଫରସ , କପର , ମ୍ୟାଗ୍ନେସିୟମ ର ଭଣ୍ଡାର ହୋଇଥାଏ l ଯାହାକି ଶୀତ ଋତୁରେ ସର୍ଦି କାଶ , ଗଣ୍ଠି ଯନ୍ତ୍ରଣା ରୁ ଆରାମ ଦେଇଥାଏ l

* ଶୀତ ଋତୁରେ ବିଶେଷ ଭାବେ କୋଷ୍ଠ କଠିନ୍ୟ ସମସ୍ୟା ଦେଖା ଦେଇଥାଏ l ପେଟ ଠିକ ଭାବେ ସଫା ହୋଇ ନଥାଏ l ତେଣୁ ନିୟମିତ ଶୀତ ଋତୁରେ ପ୍ରତିଦିନ ରାତିରେ କିଛି ଖଜୁରୀ ଓ ଉଷୁମ ଦୁଗ୍ଜ ସେବନ କରନ୍ତୁ l

Leave A Reply