Odisha news

ସାର ଦର ବଢୁଛି,ପାଣିର ବିକଳ୍ପ ବ୍ୟବସ୍ଥା ନାହିଁ : ପଡିଆ ପଡିଛି ୪୦ ପ୍ରତିଶତ ଚାଷଜମି

0

ଖଇରା-୨୬/୧୦ :  କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି କରୁଥିବା ନେଇ ଡିଡମ ପିଟୁଛନ୍ତି । ହେଲେ ସେପଟେ ସାର ଓ କିଟନାଶକ ଦର ବର୍ଷକୁ ବର୍ଷ ହୁ ହୁ ହୋଇ ବଢୁଛି । ଜଳସେଚନ ବ୍ୟବସ୍ଥା ନଥିବାରୁ ଚାଷୀ ଠିକ ସମୟରେ ରୁଆ ପୋତା କାର୍ଯ୍ୟ କରି ପାରୁନି । ୫୦ରୁ ଅଧୀକ ଉଠାଜଳସେଚନ ଓ ବରୋୱେଲ ଅକାମୀ ହୋଇ ପଡିଛି । ବିଳମ୍ବରେ ଚାଷ ଆରମ୍ଭ ପାଇଁ ଅମଳ ମଧ୍ୟ ଯଥେଷ୍ଟ କମିଯାଉଛି । ବଜାର ଦର ଯାହା ଚାଷ ଖର୍ଚ୍ଚ ମଧ୍ୟ ଭରଣା ହେଉନି । ଏଭଳି ପ୍ରତିକୂଳ ପରିସ୍ଥିତି ପାଇଁ ଖଇରା ବ୍ଲକର ୩୦ ପଞ୍ଚାୟତରେ ଚଳିତ ବର୍ଷ ୪୦ଭାଗ ଜମି ପଡିଆ ପଡିଥିବାର କୁହାଯାଉଛି । ସରକାର ବେଳହୁଁ ସାବଧାନ ନହେଲେ ଆଗକୁ ଅଧୀକ ଜମି ପଡିଆ ପଡିବା ସହ ଦାଦନ ଶ୍ରମିକଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟଯେ ବଢିବ ଏଥିରେ ସମ୍ଭାବନା ନାହିଁ । ପ୍ରକାଶ ଯେ ଖରିଫ ଋତୁରେ ଧାନ ଚାଷ ହେଉଥିବା ମୋଟ ୧୯ହଜାର ୪୦୦ ହେକ୍ଟର ଚାଷ ଜମି ମଧ୍ୟରୁ ଅନୁ୍ୟନ ୧୨ହଜାର ହେକ୍ଟର ଚାଷ ଜମି ରେ ଚାଷୀ ମୌସୁମୀ ଓ ଲଘୁଚାପ ଉପରେ ନିର୍ଭର କରିଥାନ୍ତି । ବ୍ଲକର ସାରଡାଙ୍ଗ,ନନ୍ଦୁରୁ, ମହତୀପୁର, ଗୋବିନ୍ଦପୁର, କୁରୁଣ୍ଟା, ଖଇରା, ନୟାଖଣ୍ଡି, ଶ୍ୟାମସୁନ୍ଦରପୁର, ଅଚୁ୍ୟତପୁର, ମାଖନପୁର, ଗଗନଧୂଳି,ଡଗରପଡା, ଡାଲଙ୍ଗ, ସାରୁଗାଁ, ସୁଣ୍ଢିରା, ଗଡପୋଖରୀ,କୁପାରୀ, କଇଥଗଡିଆ,ପଳସା,ଗୋଳିହା,ସାରକୋଣା ଇତ୍ୟାଦି ପଞ୍ଚାୟତ ଗୁଡିକରେ ଜଳସେଚନ ବ୍ୟବସ୍ଥା ନଥିବା କାରଣରୁ ବର୍ଷା ଏବଂ କାଁଭାଁ ଉଠାଜଳସେଚନ ଉପରେ ନିର୍ଭର କରିଥାନାନ୍ତି । ହେଲେ ଗତ ବର୍ଷ ମୌସୁମୀ ଓ ଲଘୁଚାପ ବର୍ଷା ଧୋକା ଦେଲା ।

ବହୁ ବିଳମ୍ବରେ ବର୍ଷା ଯୋଗୁଁ ବହୁ ଚାଷୀ ବିଲକୁ ଯାଇନଥିଲେ । ଯେଉଁମାନେ ଚାଷକଲେ ଏକରରେ ୧୦ରୁ ୧୨କୁଇଣ୍ଟାଲ ଧାନ ମିଳିଲା । ଯେଉଁ କାରଣରୁ ଚଳିତ ବର୍ଷ ବ୍ଲକରେ ପାଖାପାଖି ୪ହଜାର ୮ଶହ ହେକ୍ଟର ଜମି ପଡିଆ ପଡିଛି । ବାହାର ଦଲାଲ ମାନଙ୍କ ଠାରୁ ଯାହା ମିଳିଲା ତାହା ଅଧାଖର୍ଚ୍ଚବି ଭରଣା ହେଲାନି ବୋଲି ଚାଷୀ ପ୍ରଶାନ୍ତ କୁମାର ରାଉତ କହିଛନ୍ତି । ହେଲେ ଚଳିତ ବର୍ଷ ମଧ୍ୟ ଆହୁରି ଅବସ୍ଥା ସାଂଘାତିକ । ସାର ଦର ୨ଗୁଣା ହେବା ତାହା ପୁଣି ବଜାରରେ ଉପଲବ୍ଧ ନହେବା,ଉଠା ଜଳସେଚନ ଅକାମୀ ହୋଇ ରହିବା,ଘରୋଇ ଏଜେନ୍ସି ଏବଂ ସମବାୟ ସମିତି ମାଧ୍ୟମରେ ଦିଆଯାଉଥିବା ବିହନ ଠିକଭାବେ ଗଜା ନ ହେବା,ଷଣ୍ଢଙ୍କ ପ୍ରାଦୁର୍ଭାବ,ଆମ୍ବହତା କେନାଲ ଅସପୂର୍ଣ୍ଣ ଯୋଗୁଁ ପାଣି ନଆସିବା ଭଳି କାରଣ ଯୋଗୁଁ ବହୁ ଚାଷୀ ଚାଷରୁ ମୁହଁ ଫେରାଇ ନେଇଥିବା ଗନ୍ଧାଳି ଗ୍ରାମର ସଞ୍ଜୟ ବେହେରା କହିଛନ୍ତି । ଠିକ୍ ସମୟରେ ବର୍ଷା ନହେବା ତଥା ତଳି ଗଜା ନହେବା ଯୋଗୁଁ ଏଥର ଚାଷ ଜମି ପଡିଆ ପଡିଥିବା ନେଇ ଦିଘି ତେନ୍ତୁଳି ଗ୍ରାମର ନିର୍ମଳ ପାଢୀ ଓ ପୁରସ୍ତମ ଦାସ କହିଛନ୍ତି । ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ସରୋଜ କୁମାର ଜେନାଙ୍କ ମତାମତ ନେବାରେ ସେ ସବୁ ପଞ୍ଚାୟତରୁ ରିପୋର୍ଟ ଆଣିବା ପରେ କେତେ ଜମି ପଡିଆ ପଡିଛି ତାର ଆକଳନ କରାଯାଇ ପାରିବ ବୋଲି କହିଛନ୍ତି

Leave A Reply