Odisha news

ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ବନାନୀ ବନ୍ଧୁ କାର୍ଯ୍ୟକ୍ରମ / ଇଞ୍ଚୋଳ ବିକାଶ ମଞ୍ଚର ୬ଷ୍ଠ ବାର୍ଷିକୋତ୍ସବ ବନାନୀ ବନ୍ଧୁ  ଅନୁଷ୍ଠିତ 

0
ଇଞ୍ଚୋଳ ବିକାଶ ମଞ୍ଚ ପକ୍ଷରୁ ୬ଷ୍ଠ ବାର୍ଷିକ ଉତ୍ସବ ବନାନୀବନ୍ଧୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିଥିଲେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମୁଖ୍ୟ ବନ ସଂରକ୍ଷକ(ବନ୍ୟପ୍ରାଣୀ), ପ୍ରକୃତି ଭବନ, ଭୁବନେଶ୍ବର ଶ୍ରୀଯୁକ୍ତ ବିକାଶ ରଞ୍ଜନ ଦାଶ (ଭା.ବ.ସେ)  । ପୂର୍ବତନ ସରପଞ୍ଚ ବିନୋଦ ବିହାରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ମୁଖ୍ୟ ଅତିଥି ଭାବେ ପ୍ରକୃତି ବନ୍ଧୁ ଓ ପ୍ରକୃତି ମିତ୍ର ପ୍ରାପକ ଆଦର୍ଶ ଶିକ୍ଷକ ଶ୍ରୀଯୁକ୍ତ ପୀତବାସ ପ୍ରଧାନ, ଅନ୍ୟତମ  ଅତିଥି ଭାବେ କ୍ରୀଡା ଶିକ୍ଷକ ଧନେଶ୍ୱର ରାଉତ , ଅବସରପ୍ରାପ୍ତ ଶିକ୍ଷକ ନୃସିଂହ ଚରଣ ପଣ୍ଡା , ମୁରଲୀଧର ବେହେରା, ବୃନ୍ଦାବନ ସ୍ୱାଇଁ ପ୍ରମୁଖ ଯୋଗଦେଇ  ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓ ଏହାର ନିରାକରଣ ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସମ୍ପର୍କିତ କବିତା, ଗଳ୍ପ ପାଠ ଅନୁଷ୍ଠିତ ହେବାସହ ପରିବେଶ ଉପଯୋଗୀ ବିଭିନ୍ନ ପ୍ରତିଯୋଗିତା ଯଥା ଚିତ୍ରାଙ୍କନ, ବିତର୍କ, ପ୍ରବନ୍ଧ, ସାଧାରଣଜ୍ଞାନ ଆଦି ପ୍ରତିଯୋଗିତା ମାନ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମଟି ଆଭାସୀ ମାଧ୍ୟମରେ ପ୍ରସାରିତ ହୋଇଥିଲା ଏହାର ପରିଚାଳନା ଦାୟିତ୍ବରେ ଥିଲେ ବିଜୟ କୁମାର ସାହୁ ,ଏଥିରେ ଶତାଧିକ ପରିବେଶ ଓ ଭାଷା ସାହିତ୍ଯ ପ୍ରେମୀ , ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଯୋଡି ହୋଇଥିଲେ । ଚନ୍ଦନ ପଣ୍ଡାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉମାକାନ୍ତ ପଣ୍ଡା ସଂଯୋଜନା କରିଥିଲେ । ଏହି ଅବସରରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ସହ କେନାଲ ବନ୍ଧରେ ଚାରାରୋପଣ ଓ ମାନବ ଶୃଙ୍ଖଳ କରାଯାଇଥିଲା । ପରେପରେ ବିଭିନ୍ନ ସଚେତନଧର୍ମୀ ବାର୍ତ୍ତା ଧରି  ଜନସାଧାରଣଙ୍କୁ ସଚେତନ କରାଇବା ପାଇଁ ସବୁଜ ଗ୍ରାମ ପରିକ୍ରମା ଅନୁଷ୍ଠିତ ହୋଇଥିଲା ।  ଜ୍ୟୋତିର୍ମୟ ପଣ୍ଡା,ବିଶ୍ୱଜିତ ରାଉତ, ଅର୍ଜୁନ ଯେନା , ହୃଦାନନ୍ଦ ମହାରଣା , ସୁବାସ ଚନ୍ଦ୍ର ଯେନା , ପ୍ରଶାନ୍ତ ନାୟକ,ସୁଶାନ୍ତ କୁମାର ସନ୍ଦିବିଗ୍ରହ, ଭିକାରୀ ଯେନା , ଅଭିମନ୍ୟୁ ଯେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Nalco

Leave A Reply