Odisha news

ଟାଟା ଷ୍ଟିଲ ଚିକିତ୍ସାଳୟରେ ଅନଭିଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ପ୍ରସୂତୀଙ୍କ ମୃତ୍ୟୁ

0
କେନ୍ଦୁଝର : ଯୋଡ଼ା ଖଣି ଅଞ୍ଚଳରେ ସର୍ବାଧିକ ଗ୍ରେଡ ର ମାଙ୍ଗାନିଜ ଖଣି ହାତେଇବା ପରେ ଟାଟା ଷ୍ଟିଲ ପକ୍ଷରୁ ଫେରୋମାଙ୍ଗାନିଜପ୍ଲାଣ୍ଟ ନିର୍ମାଣହୋଇଛି ସମସ୍ତ ସୁବିଧା ହାସଲ କରିବା ପରେ ସ୍ଥାନୀୟ ଆଦିବାସୀ ମହିଳା ଙ୍କୁ ମଧ୍ୟ ଟାଟା ଷ୍ଟିଲ ଡାକ୍ତର ଖାନାରେ ଅନଭିଜ୍ଞ ଡାକ୍ତରଙ୍କ ଦ୍ବାରା ଚିକିତ୍ସା ରେ ବ୍ୟାପକ ଅବହେଳା କରିବାପରେ ପ୍ରସୂତୀର ମୃତ୍ୟୁ ହେବା ଘଟଣା ମୂଖ୍ୟ ଚର୍ଚ୍ଚର ବିଷୟ ହୋଇପଡିଛି। ଏହି ମୃତ୍ୟୁ ଘଟଣା ପରେ ଟାଟା ଷ୍ଟିଲ ଚିକିତ୍ସାଳୟ ଯୋଡ଼ା ଠାରେ ଉତ୍ତେଜନା ଦେଖାଦେଇଛି। ସୂଚନାଯୋଗ୍ୟ ଟାଟା ଷ୍ଟିଲ ଖଣି ଅଞ୍ଚଳର ସ୍ଥାନୀୟ ଲୋକଙ୍କୁ ସ୍ବାସ୍ଥ୍ୟସେବାରେ ହତାଦର କରୁଥିବା ସହିତ କେନ୍ଦୁଝର ଜିଲ୍ଲାରେ ଟାଟା କମ୍ପାନୀର ଖଣିଖାଦାନ ଓ ଟାଟା ଷ୍ଟିଲ ଦ୍ବାରା ନିର୍ମିତ କାରଖାନାରେ କେନ୍ଦୁଝର ଜିଲ୍ଲାର ଯୋଗ୍ୟତା ହାସଲ କରି ଥିବା ଯନ୍ତ୍ରୀ ଓ ଅନ୍ୟାନ୍ୟ ଶିକ୍ଷତ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାରେ ବ୍ୟାପକ ଅବହେଳା ଦେଖାଯାଉଥିବା ସ୍ପଷ୍ଟ ପରିଲକ୍ଷିତ ହେଉଛି। ଶେଷରେ ସ୍ଥାନୀୟ ଲୋକଙ୍କ ଜୀବନ ସହିତ ଖେଳ ଖେଳିବା ଘଟଣାକୁ ଜିଲାପାଳ ଓ ଖଣି ଶିଳ୍ପ ବିଭାଗ ଓ ସ୍ବାସ୍ଥ୍ୟ ବିଭାଗ ର ସଚ୍ଚିବଙ୍କ ଦ୍ବାରା ତଦନ୍ତ କରିବା ପାଇଁ ଯୋଡ଼ା ବାସିଙ୍କ ପକ୍ଷରୁ ଦାବି ହେଉଛି। ଘଟଣାରୁ ଜଣା ଯାଇଛି ଯୋଡ଼ା ପୌର ପାଳିକାର ୧୦ନଂ ୱାର୍ଡ କାଉନସିଲର ପୁଜା ସିଂ ଆଲଦା ଏ ନେଇ ଅଭିଯୋଗ କରିଛନ୍ତି ଯେ, ଗତ ଶନିବାର ଟାଟାହଟିଂ ଅଞ୍ଚଳର ଗର୍ଭବତୀ ସ୍ବପ୍ନା ମୁଣ୍ଡା (୩୧) ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଟାଟା ଷ୍ଟିଲ ଡାକ୍ତରଖାନାକୁ ଆସିଥିଲେ। ସେଠାରେ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଅବସ୍ଥା ସ୍ଵାଭାବିକ ଥିଲା। ତେବେ ପରୀକ୍ଷାରୁ ତାଙ୍କର ରକ୍ତଚାପ ଅଧିକ ଥିବା ଜଣାପଡ଼ିଥିଲା। ପରେ ଡାକ୍ତର ତାଙ୍କୁ ଭର୍ତି କରି ଗତ ମଙ୍ଗଳବାର ଦିନ ଅସ୍ତ୍ରୋପଚାର କରିଥିଲେ। ଅସ୍ତ୍ରୋପଚାର ପରେ ଦୁଇ ସନ୍ତାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିଲା ହେଲେ ମହିଳାଙ୍କ ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ କଟକ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରିବା ପାଇଁ କୁହାଯାଇଥିଲା। ତେବେ କେଉଁ କାରଣରୁ ତାଙ୍କୁ ସ୍ଥାନାନ୍ତର କରାଯିବ, ଏ ନେଇ ଚିକିତ୍ସା ଦାୟିତ୍ୱରେ ଥିବା ଡ଼ାକ୍ତର ପରିବାର ଲୋକଙ୍କୁ ଜଣାଇନଥିଲେ। ପରେ ତାଙ୍କୁ ଜାମସେଦପୁର ଟାଟା ମେନ ହସ୍ପିଟାଲ (ଟିଏମଏଚ) କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ସ୍ବପ୍ନାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ କହିଛନ୍ତି। ତାଙ୍କ ମୃତ୍ୟୁ ପରେ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା, ତାଙ୍କର ସଙ୍କଟାପନ୍ନ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପରିବାର ଲୋକଙ୍କୁ ନ ଜଣାଇବା, ରକ୍ତଚାପ ଅଧିକ ଥିବା ସତ୍ତ୍ବେ କାହିଁକି ଅସ୍ତ୍ରୋପଚାର କରାଗଲା, ଡାକ୍ତରଙ୍କ ତ୍ରୁଟି ଯୋଗୁଁ ଏହା ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଶତାଧିକ ମହିଳା ଓ ପୁରୁଷଙ୍କ ସମେତ ପରିବାର ଲୋକେ ଏକାଠି ହୋଇ ଶନିବାର ପୂର୍ବାହ୍ନରେ ଯୋଡ଼ା ଟାଟା ଷ୍ଟିଲ ହସ୍ପିଟାଲ ପକ୍ଷରୁ କୁହାଯାଇଛି, ୨୦୨୩ ଅଗଷ୍ଟ ୧୨ତାରିଖ ଅପରାହ୍ନ ୫ଟା ୪୫ ମିନିଟରେ ଜୋଡା ସ୍ଥିତ ଟାଟା ଷ୍ଟିଲ ହସ୍ପିଟାଲରେ‌ ଭର୍ତି କରାଯାଇଥିବା ସ୍ବପ୍ନା ମୁଣ୍ଡା (୨୯) ଙ୍କୁ ଅଧିକ ଚିକିତ୍ସା (ସ୍ବତନ୍ତ୍ର ଯତ୍ନ) ପାଇଁ ଚଳିତ ମାସ ୧୫ତାରୀଖ ସନ୍ଧ୍ୟା ୬ଟା୧୫ ମିନିଟରେ ବେସିକ ଲାଇଫ ସପୋର୍ଟ (ବିଏଲଏସ) ଆମ୍ବୁଲାନ୍ସ ଜରିଆରେ ଜାମସେଦପୁର ସ୍ଥିତ ଟାଟା ମେନ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା। ଉଭୟ ହସ୍ପିଟାଲର ଚିକିତ୍ସକଙ୍କ ଉଦ୍ୟମ ସତ୍ତ୍ବେ ଅଗଷ୍ଟ ୧୭ରେ ହୃଦଘାତରେ ସ୍ବପ୍ନା ଜୀବନ ହାରିଥିଲେ। ତାଙ୍କ ଦେହାନ୍ତର କାରଣ ସେପସିସ, ଏଚଇଏଲଏଲପି ସିଣ୍ଡ୍ରୋମ ସହିତ ମଲଟି ଅରଗାନ ଡିସଫଙ୍କସନ (ଏମଓଡି)। ତାଙ୍କ ପରିବାର ଓ ଶୁଭେଚ୍ଛୁଙ୍କ ପ୍ରତି ଟାଟା ଷ୍ଟିଲ ପକ୍ଷରୁ ଗଭୀର ସମବେଦନା ଜଣାଯାଇଛି।
Nalco

Leave A Reply