କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଘଟଗାଁ ବ୍ଲକ୍ ଅନ୍ତର୍ଗତ ବହୁ ଚର୍ଚ୍ଚିତ ମୁକୁନ୍ଦପୁରପାଟଣା ପଞ୍ଚାୟତ ରାଜ୍ୟ ସରକାରଙ୍କ ଠାରୁ ତଥା ଜାତୀୟ ସ୍ତରରେ ମଧ୍ୟ ଅନେକ ପୁରସ୍କାର ହାସଲ କରି ଉକ୍ତ ପଞ୍ଚାୟତକୁ ଓ ଉଚ୍ଚ ସ୍ତରକୁ ନେଇଥିବା ଦେଖାଯାଇଥିଲା। ମାତ୍ର ପୁରସ୍କାରର ଛଳନା ଥିଲା ପଞ୍ଚାୟତର ଜନସାଧାରଣଙ୍କ ଟିକସ ଟଙ୍କା ଓ ସରକାରଙ୍କ ଅନୁଦାନ ଅର୍ଥକୁ ଲୁଟ କରିବା ସହିତ ବ୍ୟାପକ ଅନିୟମିତତା କରିଥିବାର ଫଦ୍ଧାଫାସ ହୋଇଛି । ସୂଚନାଯୋଗ୍ୟ ସରକାରଙ୍କ ଏକ ସ୍ବତନ୍ତ୍ର ଅଡିଟି କରାଯିବା ପରେ ସଂପୃକ୍ତ ଥିବା କଳାକାରନାମା ଲୋକଲୋଚନକୁ ଆସିବା ପରେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇପଡିଛି ଏହି ଦୁର୍ନିତିରେ ସଂପୂକ୍ତ ଥିବା ଦୁଇ ଅଧିକାରୀଙ୍କୁ ଜେଲ୍ ଦଣ୍ଡା ଦେଶ ଦେବାପାଇଁ ସରକାରଙ୍କ ଉଚ୍ଚ କତୃପକ୍ଷଙ୍କ ଠାରେ ପଞ୍ଚାୟତ ବାସୀଙ୍କ ପକ୍ଷରୁ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛ । ୨୨ ଲକ୍ଷ ୯୩ ହଜାର ୩୨୭ ଟଙ୍କା ସରପଞ୍ଚ ଓ ପଞ୍ଚାୟତନିର୍ବାହୀଙ୍କ ଠାରୁ ତୁରନ୍ତ ଆଦାୟ ପାଇଁ ସରକାରଙ୍କ ପଞ୍ଚୟତରାଜ ଓ ପାନୀୟଜଳ ବିଭାଗ ଅତିରିକ୍ତ ଶାସନ ସଚିବ ପତ୍ର ନଂ୭୦୬୮ ମାର୍ଚ୍ଚ ୨୦ ତାରିଖ ଦିନ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ଏହାସହିତ ୧ କୋଟି ୭୭ ଲକ୍ଷ ୫୩ ହଜାର ଟଙ୍କା ବିନିଯୋଗ ଉପରେ ଅଡିଟରମାନେ ଆପତ୍ତି ଉଠାଇଛନ୍ତି। ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଘଟଗାଁ ବ୍ଲକର ମୁଖ୍ୟାଳୟ ମୁକୁନ୍ଦପୁରପାଟଣା ପଞ୍ଚାୟତ ରାଜ୍ୟର ଗୁରୁତ୍ବପୂର୍ଣ ଅଞ୍ଚଳ। ଭକ୍ତ ପଞ୍ଚାୟତଅଧିନରେ ମା’ ତାରିଣୀ ପୀଠ ରହୁ ଥିବାରୁ ଏହାର ଉନ୍ନତିକରଣ ଠାରୁ ଆରମ୍ଭ କରି ପଞ୍ଚାଯ ୟତର ରୋଜଗାର ମଧ୍ୟ ଅନ୍ୟଅଞ୍ଚଳ ଠାରୁ ଆଗରେ ରହିଛି। ପଞ୍ଚାୟତ କର୍ତ୍ତୃପକ୍ଷ ସରକାରଙ୍କ ଯୋଜନା ସହିତ ଅନେକ ନିଜସ୍ବ ଯୋଜନାରେ ଜନହିତକରକାର୍ଯ୍ୟ କରି ଏକ ଆଦର୍ଶ ପଞ୍ଚାୟତ ଭାବେ ପରିଚୟ ହାସଲ କରିଛନ୍ତି। ମାତ୍ର ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଭଦ୍ର ମୁଖା ତଳେ ଅନୁଦାନକୁ ହଡ଼ପ କରିବା ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଥିବା ଏବେ ଅନେକ ପ୍ରମାଣ ମିଳିଛି।ପଞ୍ଚାୟତରେ ବ୍ୟାପକ ଅନିୟମିତତା ହେଉଥିବା ଖବର ସରକାର ପାଇବା ପରେ ୨୦୦୭ ମସିହା ଅପ୍ରେଲ ୧ ତାରିଖରୁ ୨୦୨୧ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପଞ୍ଚାୟତର କର୍ଯ୍ୟକଳାପ ଉପରେ ସ୍ବତନ୍ତ୍ର ଅଡିଟ୍ କରିଥିଲେ। ଦୀର୍ଘ ୬ ମାସ ଧରି ଅଡିଟ୍ ହେବା ପରେ ଏହି ଅନିୟମିତତା ଧରାପଡିଛି । ଅଡିଟରଙ୍କ ସୁପାରିଶ କ୍ରମେ ରାଜ୍ୟ ସରକାର ସରକାରୀ ଅନୁଦାନରେ ଅନିୟମିତତା ସମ୍ପର୍କରେ ପଞ୍ଚାୟତର ସରପଞ୍ଚ ଓ ନିର୍ବାହୀ ଅଧିକାରୀଙ୍କୁଦାୟୀ କରିଛନ୍ତି। ସରପଞ୍ଚ ଓ ନିର୍ବାହୀ ଅଧିକାରୀ ବେଆଇନ ଭାବେ ବିନିଯୋଗ କରିଥିବା ୨୨ ଲକ୍ଷ ୯୩ ହଜାର ୩୫୭ ଟଙ୍କା ତୁରନ୍ତ ଆଦାୟ ପାଇଁ ଜିଲ୍ଲାପାଳଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଅବଶିଷ୍ଟ ୧ କୋଟି ୭୭ ୭ ଲକ୍ଷ ୫୩ ହଜାର ଟଙ୍କାର ବିନିଯୋଗ ନେଇ ସଠିକ୍ କାଗଜପତ୍ର ପଞ୍ଚାୟତ କର୍ତ୍ତୃପକ୍ଷ ଦାଖଲ କରିନଥିବାରୁ ଏହାର ବିନିଯୋଗ ଉପରେ ମଧ୍ୟ ଆପରି କରିଛନ୍ତି ଅଡିଟର । । ଉକ୍ତ ବ୍ୟୟ ହୋଇଥିବା ଟଙ୍କାର ଜାଗଜପତ୍ର ଦାଖଲ ନକଲେ ତାହା ମଧ୍ୟ ବେଆଇନ ଖର୍ଚ୍ଚର ଦର୍ଶାଯିବ ବୋଲି ଅଡିଟର ଚେତାଇ ଦେଇଛନ୍ତି। ଏକଦା ଆଦର୍ଶ ପଞ୍ଚାୟତରେ ଏଭଳି କଳାକାରନାମା ପଦାକୁ ଆସିବା ପରେ କର୍ତ୍ତୃପକ୍ଷଙ୍କ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।