Odisha news

୨୦୨୪ରେ ନବୀନ ସରକାରଙ୍କ ବିକାଶ ପଥକୁ ଆଗେଇ ନେବାକୁ ମା ତାରିଣୀଙ୍କ ପିଠରେ ବଦ୍ରି ଓ କର୍ମିମାନଙ୍କ ବଜ୍ରସପଥ 

0

କେନ୍ଦୁଝର : ଓଡିଶାର ରାଜ ନିତୀ ଇତିହାସ ପୃଷ୍ଠାରେ ୧୯୧୪ମସିହାରେ ସର୍ବାଧିକ ୮୮ହଜାର ଭୋଟ ପାଇଁ ବିଜୟୀ ଲାଭ କରିଥିବା କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ଦୀର୍ଘ ୨୫ବର୍ଷ ମଧ୍ୟରେ ୧୦ବର୍ଷ ମନ୍ତ୍ରୀ ପଦରେ ରହି କେନ୍ଦୁଝର ଜିଲ୍ଲାର ଉନ୍ନୟନ କାର୍ଯ୍ୟର ବିକାଶ ପଥକୁ ଆଗେଇ ନେଇ ସଫଳ ହୋଇଥିବା ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ଷଷ୍ଠଥର ପାଇଁ ୨୦୨୪ନିର୍ବାଚନ  ମଇଦାନରେ ଅବତୀର୍ଣ୍ଣ ହେବା ପୂର୍ବରୁ ଟିକେଟ ହାସଲ କରି ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଟଗାଁ ମାଁତାରିଣୀ ପିଠରେ ଜଗତଜନନୀ ମାତାରୀଣିଙ୍କୁ ଦର୍ଶନ କରି ଆର୍ଶୀବାଦ ଭିକ୍ଷା କରିଥିବା ଦେଖାଯାଇଛି, ଘଟଗାଁ ହାଟପଡିଆଠାରୁ କର୍ମୀମାନଙ୍କ ଗ୍ରହଣରେ ଏକ ବିରାଟ ପଟୁଆରରେ ମାତାରୀଣିଙ୍କ ପହଞ୍ଚି ଥିଲେ। କର୍ମୀମାନେ ଆନନ୍ଦ ଉଲ୍ଲାସରେ ନିର୍ବାଚନରେ ବିଜୟୀ କରାଇବା ପାଇଁ ମାତାରୀଣିଙ୍କ ଠାରେ ପ୍ରାର୍ଥନା କରିଥିଲେ। ଏକ ବର୍ଣ୍ଣାଢ଼୍ୟ ପରିବେଶରେ ବଦ୍ରିସାର ମା’ଙ୍କୁ ଦର୍ଶନ କରି କରିଥିବା ଦେଖାଯାଇଥିଲା । ଘଟଗାଁ ବ୍ଲକର ୨୭ଟି ପଞ୍ଚାୟତର କର୍ମୀଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ । କର୍ମୀମାନେ ମା’ଙ୍କ ପିଠିରେ ପ୍ରୀୟ ବିଧାୟକ ବଦ୍ରି ସାରଙ୍କୁ ଷଷ୍ଠଥର ବିଜୟୀ କରିବାକୁ ବଜ୍ରସପଥ ନେଇଥିଲେ। ଏହି ଶୋଭାଯାତ୍ରାରେ ଘଟଗାଁ ବ୍ଲକ ସଭାପତି ଦୋଳ ଗୋବିନ୍ଦ ବେହେରା, ଜିଲ୍ଲା ପରିଷଦ ସଭ୍ୟ ସୁରେନ୍ଦ୍ର ଜେନା,ବରୀଷ୍ଠ କର୍ମୀ ସିକନ ପାଢ଼ୀ,ବିକ୍ରମ ଜେନା, ଜିଲ୍ଲା ଯୁବ ବିଜେଡି ଉପସଭାପତି          ସେକ ଇମ୍ରାନ ଯାଜ୍ଞସେନ ମହାନ୍ତି, ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳି ନାୟକ, ଶଙ୍କର୍ଷଣ ସାହୁ, ରାଜେନ୍ଦ୍ର ପଲେଇ, ନାରାୟଣ ପଲେଇ,ଦୁଯୈଧନ ବାରିକ, କୃଷ୍ଣଚନ୍ଦ୍ର ବାରିକ, ଦିଗାମ୍ବର ନାୟକ, ଯଜ୍ଞେଶ୍ଵର ଦେହୁରୀ,ଙ୍କସମେତ ଏବଂ ବିଜେଡି ନେତୃବୃନ୍ଦ ଏହି ଶୋଭାଯାତ୍ରାରେ ଯୋଗଦେଇଥିଲେ।

Leave A Reply