Odisha news

ସ୍ୱାସ୍ଥ୍ୟ, ପୁଷ୍ଟି ଓ ଶିଶୁ ସୁରକ୍ଷା ସମ୍ପର୍କିତ ତିନିଦିନିଆ ତାଲିମ୍ ଶିବିର ଉଦ୍ଘାଟିତ , ଯୋଜନା କାର୍ଯ୍ୟାନ୍ୱୟନରେ କେନ୍ଦୁଝର ଜିଲ୍ଲା ଆଗରେ : ଜିଲ୍ଲାପାଳ

ଶିଶୁ ବିକାଶର ପ୍ରମୁଖ ଅନୁଷ୍ଠାନ ହେଉଛି ‘ଆମ କଳିକା କେନ୍ଦ୍ର’: ସୌରଭ ଭଟ୍ଟାଚାର୍ଯ୍ୟ

0

କେନ୍ଦୁଝର:ଗମ୍ହାରିଆ ସ୍ଥିତ ସମ୍ପ୍ରସାରିତ ତାଲିମ୍ କେନ୍ଦ୍ର(ଇଟିସି) ଠାରେ ବୁଧବାରସ୍ୱାସ୍ଥ୍ୟ, ପୁଷ୍ଟି, ଶିଶୁ ସୁରକ୍ଷା ଏବଂ ସାମାଜିକ ବ୍ୟବହାର ପରିବର୍ତ୍ତନ ସଂଚାର ଆଦି ବିଷୟବସ୍ତୁ ଉପରେକେନ୍ଦୁଝର ଜିଲ୍ଲାର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ(ସିଡିପିଓ) ଏବଂ ‘ଆମ କଳିକା କେନ୍ଦ୍ର’ ଅଧିକାରୀମାନଙ୍କର ତିନିଦିନିଆ ତାଲିମ୍ ଶିବିର ଉଦ୍ଘାଟିତ ହୋଇଯାଇଛି। ୟୁନିସେଫର ପ୍ରଯୁକ୍ତି ସହାୟତାରେକେନ୍ଦୁଝର ଜିଲ୍ଲା ପ୍ରଶାସନ ଏହି ଶିବିରର ଆୟୋଜନ କରିଥିବା ବେଳେପ୍ରଥମ ଦିନରେ ‘ପୁଷ୍ଟିର ମୌଳିକତା’, ‘ମହିଳାଙ୍କ ପାଇଁ ପୁଷ୍ଟିର ଗୁରୁତ୍ୱ’,ଏବଂ “ଶିଶୁଙ୍କ ପାଇଁ ପୁଷ୍ଟିର ଗୁରୁତ୍ୱ- ଓଡ଼ିଶା ପରିପ୍ରେକ୍ଷୀରେ” ଆଦି ବିଷୟବସ୍ତୁ ଉପରେ ବିଶଦ ଆଲୋଚନା ସହ ତାଲିମ୍ ପ୍ରଦାନ କରାଯାଇଛି।

କାର୍ଯ୍ୟକ୍ରମକୁ ୟୁନିସେଫର ବରିଷ୍ଠ ପୁଷ୍ଟି ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ଏବଂ ଜିଲ୍ଲାପାଳ ଆଶିଷ ଠାକରେ ମିଳିତ ଭାବେ ଉଦ୍ଘାଟିତ କରିଥିଲେ। ଏହି ଅବସରରେ ପୁଷ୍ଟିର ବ୍ୟାଖ୍ୟା କରି ଶ୍ରୀ ଭଟ୍ଟାଚାର୍ଯ୍ୟ କହିଥିଲେ ଯେ କେବଳ ଶିଶୁଟିକୁ ଭରପୁର ଖାଦ୍ୟ ଯୋଗାଇଦେଲେ ତାର ବିକାଶ ହୋଇଯିବନି ଏଥିପାଇଁ ଅନ୍ୟ ଦିଗ ଉପରେ ବି ଗୁରୁତ୍ୱ ଦେବାକୁ ପଡ଼ିବ। ଶିଶୁ ପାଇଁ ପୁଷ୍ଟିଯୁକ୍ତ ଖାଦ୍ୟ ଯେତିକି ଗୁରୁତ୍ୱ ବହନ କରେ ତାକୁ ପରିସ୍କାର ପରିଛନ୍ନ ରଖିବା ମଧ୍ୟ ସମାନ ଗୁରୁତ୍ୱ ରଖୁଛି। ଏସବୁ ଦିଗକୁ ବିଚାର କଲେ, କେନ୍ଦୁଝର ଜିଲ୍ଲାରେ ‘ଆମ କଳିକା କେନ୍ଦ୍ର’ ବେଶ୍ ଭଲ ପ୍ରଦର୍ଶନ କରିବା ସାଙ୍ଗକୁ ଶିଶୁ ବିକାଶର ଏକ ପ୍ରମୁଖ ଅନୁଷ୍ଠାନ ରୂପେ ଏହା ଉଭା ହୋଇଛି ବୋଲି ସେ କହିଥିଲେ।

ସେହିଭଳି ଜିଲ୍ଲାପାଳ ଶ୍ରୀ ଠାକରେ କେନ୍ଦୁଝରକୁ ଆସି ଏହିଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବା ହେତୁ ପ୍ରଥମେ ୟୁନିସେଫ୍ ଟିମକୁ ଧନ୍ୟବାଦ ଦେବାସହ ଶିଶୁ ବିକାଶ କାର୍ଯ୍ୟକ୍ରମ ଉପରେ ଜିଲ୍ଲା ପ୍ରଶାସନର ସବୁଠୁ ଅଧିକା ଫୋକସ୍ ବୋଲି କହିଥିଲେ। କେନ୍ଦୁଝର ଜିଲ୍ଲାରେ‘ଆମ କଳିକା କେନ୍ଦ୍ର’ ପ୍ରକଳ୍ପର ସଫଳତାର ସହ କାର୍ଯ୍ୟକାରୀ ହୋଇଛି ଏବଂ ନୀତି ଆୟୋଗ ମଧ୍ୟ ଏହାର ପ୍ରଶଂସା କରିଛନ୍ତି। ଏହାରଶ୍ରେୟ ସବୁ ସ୍ତରରେ କାର୍ଯ୍ୟ କରୁଥିବା କର୍ମକର୍ତ୍ତାଙ୍କର। ସେମାନେ ଗ୍ରାମାଞ୍ଚଳରେ ଅଭିଭାବକମାନଙ୍କସହ ସମ୍ପର୍କ ସ୍ଥାପନ କରି ଶିଶୁମାନଙ୍କୁ ଆମ କଳିକା କେନ୍ଦ୍ର ପର୍ଯ୍ୟନ୍ତ ଆଣିପାରିଛନ୍ତି ଏବଂ ନିଷ୍ଠାର ସହ ନିଜର ଦାୟିତ୍ୱ ତୁଲାଇ ଏହାକୁ ସଫଳ କରି ଦେଖାଇଛନ୍ତି। ବର୍ତ୍ତମାନ ଜିଲ୍ଲାର ୭ଟି ବ୍ଲକରେ ଆମ କଳିକା କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଖୁବଶୀଘ୍ର ଅନ୍ୟ ୬ଟି ଜିଲ୍ଲାରେ ଏହାର ଶୁଭାରମ୍ଭ ହୋଇଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହି ତାଲିମ୍ ଶିବିରରେ ସିଡିପିଓ ଏବଂ ଆମ କଳିକା କେନ୍ଦ୍ରର ପ୍ରକଳ୍ପ ପରିଚାଳକ ଓ ସୁପରଭାଇଜରଙ୍କୁ ମିଶାଇ ମୋଟ୭୦ଜଣ ଅଧିକାରୀ ସାମିଲ୍ ହୋଇଛନ୍ତି। ପ୍ରଥମ ଦିନରେ ୟୁନିସେଫ୍ ତରଫରୁ ପୁଷ୍ଟି ବିଶେଷଜ୍ଞ ଡ. ସଞ୍ଜୟ କୁମାର ସାହୁ, ସାମାଜିକ ଯୋଗାଯୋଗ ବିଶେଷଜ୍ଞ ସୁଗତ ରୟ, ଶିଶୁ ସୁରକ୍ଷା ବିଶେଷଜ୍ଞ ଘାଷିରାମ ପଣ୍ଡା, ମାତୃ ପୁଷ୍ଟି ବିଶେଷଜ୍ଞ ସୋନାଲି ସିହ୍ନା, ଶିଶୁ ପୁଷ୍ଟି ବିଶେଷଜ୍ଞ ପ୍ରଜ୍ଞା ଚୌଧୁରୀ ପ୍ରମୁଖ ଏବଂ ଯାଞ୍ଚ ଓ ମୂଲ୍ୟାଙ୍କନ ବିଶେଷଜ୍ଞ ଅକ୍ଷୟ ଲିମାଲ ପ୍ରମୁଖ ଧାର୍ଯ୍ୟ ବିଷୟବସ୍ତୁ ଉପରେ ତାଲିମ୍ ପ୍ରଦାନ କରିଥିଲେ।

ଏହି ଅବସରରେ ସମସ୍ତେ କୁପୋଷଣକୁ ଦୂର କରିବା, ଶିଶୁଙ୍କ ପୁଷ୍ଟିକୁ ସୁନିଶ୍ଚିତ କରିବା ନେଇ ବଚନବଦ୍ଧ ହେବାସହ ନିଜର ପ୍ରତିଶ୍ରୁତିକୁ ଗୋଟିଏ ଜାଗାରେ ଲେଖିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ, ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ୍ ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ଅଧିକାରୀମାନେ ମଧ୍ୟ ସାମିଲ୍ ହୋଇଥିଲେ।

 

 

Nalco

Leave A Reply