Odisha news

ଓଡ଼ିଶାରେ ପାଦ ବିସ୍ତାର କଲା ଲମ୍ୟାନ୍ : କେନ୍ଦ୍ରାପଡ଼ାରେ ଆରମ୍ଭ କଲା ଏହାର ପ୍ରଥମ ଷ୍ଟୋର

0

କେନ୍ଦ୍ରାପଡ଼ା : କେୱାଲ କିରଣ କ୍ଲୋଦିଂ ଲିମିଟେଡ୍ (କେକେସିଏଲ୍)ର ଐତିହାସିକ ମେନସ୍ ସୁଲଭ ବିଳାସପୂର୍ଣ୍ଣ ଫ୍ୟାସନ୍ ବ୍ରାଣ୍ଡ ‘ଲମ୍ୟାନ୍’ ଆଜି ଓଡ଼ିଶା ବଜାରରେ ନିଜର ପାଦକୁ ଆହୁରି ସୁଦୃଢ଼ କରିବା ପାଇଁ ଦୃଢ଼ ଯୋଜନା ଘୋଷଣା କରିଛି । କେନ୍ଦ୍ରାପଡ଼ାର କେନ୍ଦ୍ରସ୍ଥଳରେ ଥିବା ଏହି ବ୍ରାଣ୍ଡ୍ ଏହାର ଷ୍ଟୋରକୁ ଉଦ୍ଘାଟନ କରିଛି । ସର୍ବବୃହତ ଏବଂ ଶ୍ରେଷ୍ଠ ମେନ୍ସ ଫ୍ୟାଶନ ଷ୍ଟୋର ସହିତ ସହରରେ ପ୍ରବେଶ କରିବା ଅବସରରେ ଲମ୍ୟାନ୍ ଚଳିତ ଆର୍ଥôକ ବର୍ଷ ଶେଷ ସୁଦ୍ଧା ଓଡ଼ିଶା ରାଜ୍ୟରେ ୫୦ଟି ଷ୍ଟୋର ଯୋଡ଼ିବାକୁ ଯୋଜନା ରଖିଛି । ସ୍ମାର୍ଟ, ଷ୍ଟାଇଲିସ୍ ଏବଂ ଆରାମଦାୟକ ପୋଷାକ ପିନ୍ଧିବା ପାଇଁ ଓଡ଼ିଶାର ଫ୍ୟାଶନ ଫରୱାର୍ଡ ପୁରୁଷଙ୍କ ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଲମ୍ୟାନଙ୍କ ଏହି ଦ୍ରୁତ ସମ୍ପ୍ରସାରଣ ଯୋଜନା ଆସିଛି । କେନ୍ଦ୍ରାପଡ଼ା ଦୁହୁରିଆ ଛକ ସ୍ଥିତ ରାଜ କିଶୋର ମାର୍କେଟ କମ୍ପ୍ଲେକ୍ସରେ ଥିବା ଲମ୍ୟାନ୍ସ ନୂଆ ଷ୍ଟୋରରେ ଶ୍ରେଷ୍ଠ ଟ୍ରେଣ୍ଡିଂ ଡିଜାଇନ୍, ନୂଆ ଯୁଗର କପଡ଼ା, ପୁରୁଷଙ୍କ କ୍ୟାଜୁଆଲ୍, ୱାର୍କ ଓ ପାର୍ଟି ପୋଷାକର ମାନ ବୃଦ୍ଧି କରାଯାଇଛି । ପ୍ରତ୍ୟେକ ଗ୍ରାହକଙ୍କ ପାଇଁ ଉପଯୁକ୍ତ ଏହି ଷ୍ଟୋରରେ ଦିନରୁ ରାତି ପର୍ଯ୍ୟନ୍ତ ଗ୍ରାହକଙ୍କ ଫ୍ୟାଶନ ପୋଷାକ ଯାତ୍ରାକୁ ଅନ୍ତର୍ଭୁକ୍ତ କରି ଏକ ସମ୍ପୂର୍ଣ୍ଣ ୱାର୍ଡେ୍ରାବ୍ ସମାଧାନ ପ୍ରଦାନ କରାଯାଇଥାଏ । ଷ୍ଟୋରରେ ସର୍ଟସ, ଟି-ସାର୍ଟ, ଜିନ୍ସ, କ୍ୟାଜୁଆଲ ସାର୍ଟ, କାଜୁଆଲ ପ୍ୟାଟ୍, କାର୍ଗୋ ଏବଂ ଟ୍ରାଭେଲ ପଟ୍ଟ୍କୁ ନେଇ ଏକ ଟ୍ରେଣ୍ଡି ପୋଷାକ ଲାଇନ୍ ରହିଛି ।

କେୱାଲ କିରଣ କ୍ଲୋଦିଂ ଲିମିଟେଡ୍ର ନିଦେ୍ର୍ଦଶକ ଦିନେଶ ଜୈନ (ନିର୍ଦେଶକ) କହିଛନ୍ତି ଯେ “କେନ୍ଦ୍ରାପଡ଼ାରେ ଆମର ନୂଆ ଷ୍ଟୋର ଖୋଲିବା ନେଇ ଘୋଷଣା କରି ଆମେ ଆନନ୍ଦିତ । ଏହି ଲଞ୍ଚଆମର ଗ୍ରାହକମାନଙ୍କୁ ଟପ୍-ନୋଚ୍ ଫ୍ୟାଶନ୍ ସଲ୍ୟୁସନ୍ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ସୂଚିତ କରେ । ଲମ୍ୟାନ୍ ରେ, ଆମେ ସମସାମୟିକ ଡିଜାଇନଗୁଡ଼ିକୁ ଅତୁଳନୀୟ ଆରାମରେ ବାନ୍ଧିବାରେ ବିଶ୍ୱାସ କରୁ, ସୁନିଶ୍ଚିତ କରୁ ଯେ ଆମର ଗ୍ରାହକମାନେ ସର୍ବଦା ସେମାନଙ୍କର ସର୍ବୋତମ ଅନୁଭବ କରନ୍ତି । ଓଡ଼ିଶାରେ ଆମର ଉପସ୍ଥିତି ବଢ଼ୁଥିବା ବେଳେ ଷ୍ଟାଇଲିସ୍ ଓ ସୁଲଭ ଫ୍ୟାଶନକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଆମର ନୂତନ ଷ୍ଟୋର୍ ଗୁଣବତା, ଉଦ୍ଭାବନ ଏବଂ ଗ୍ରାହକସନ୍ତୋଷ ପ୍ରତି ଆମର ସମର୍ପଣର ପ୍ରମାଣ ।”

 

Leave A Reply