Odisha news

ଯାତ୍ରୀବାହୀ ଟ୍ରେନ ଚଲାଇବା ପାଇଁ ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ପୂର୍ବତନ ମନ୍ତ୍ରୀ

0

କେନ୍ଦ୍ରାପଡ଼ା-୦୨/୦୩: ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ପ୍ରଧାନମନ୍ତ୍ରୀ ଙ୍କୁ ଚିଠି ଲେଖି ହରିଦାସପୁର- ପାରାଦ୍ୱୀପ ରେଲ ପଥରେ ଯାତ୍ରୀବାହୀ ଟ୍ରେନ ଚଲାଇବା ପାଇଁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ରେଳ ପଥରେ ଯାତ୍ରୀବାହୀ ଟ୍ରେନ ଚଲାଇବା ଦାବି ଦିଗରେ ସକ୍ରିୟ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ବେହେରା ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଦେଶର ସ୍ୱାଧିନତା ପରଠାରୁ କେନ୍ଦ୍ରାପଡା ଭାରତୀୟ ରେଳ ବିଭାଗ କତୃପକ୍ଷଙ୍କ ଦ୍ୱାରା ଅବହେଳିତ ଅବସ୍ଥାରେ ଥିବାବେଳେ ପ୍ରାୟ ୪ ବର୍ଷ ହେବ ହରିଦାସପୁର- ପାରାଦ୍ୱୀପ ରେଲ ପଥରେ ମାଲଗାଡି ଯାତାୟତ କରୁଛି । ଦୈନିକ ପ୍ରାୟ ୨୫ଟି ମାଲ ବୋଝେଇ ଗାଡି ଯାତାୟତ କରୁଥିବା ବେଳେ ଏଥିରୁ ଭାରତ ସରକାର କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି । ଏହା ମଧ୍ୟରେ ଯାତ୍ରୀବାହୀ ଟ୍ରେନ ଚଳାଇବା ପାଇଁ ପରୀକ୍ଷା ମୂଳକ ବ୍ୟବସ୍ଥା ସଂପୂର୍ଣ୍ଣ ହୋଇ ସାରିଛି । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ପରୀକ୍ଷା ମୂଳକ ଟ୍ରେନ ଚଳାଯାଇ ଆପତି ବିହିନ ପ୍ରମାଣପତ୍ର ଓ ରେଲୱେ ସୁରକ୍ଷା କମିଶନର ଙ୍କ ପକ୍ଷରୁ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏହା ସତ୍ୱେ ଦୀର୍ଘ ୮୨ କିମି ବ୍ୟାପି ଏହି ରେଳ ପଥରେ ଯାତ୍ରୀବାହୀ ଟ୍ରେନ ଚଳାଚଳ କଲେ କେନ୍ଦ୍ରାପଡା ବାସୀଙ୍କର ବହୁ ଦିନର ଦାବି ପୁରଣ ହେବା ସହ ଏହି ଅଂଚଳର ଆର୍ଥିକ ବିକାଶ, ଗମନାଗମନ ର ସୁବିଧା ହୋଇ ପାରିବ ବୋଲି ଶ୍ରୀ ବେହେରା ଉଲ୍ଲଖ କରି ଯାତ୍ରୀବାହୀ ଟ୍ରେନ ଚଳାଇବାକୁ ନିଦେ୍ର୍ଦଶ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

Nalco

Leave A Reply