Odisha news

କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷଙ୍କ ଘାଘରାଡିହା ବନ୍ୟାଚଂଳ ପରିଦର୍ଶନ

0

କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଘାଘରା ପଂଚାୟତର ଘାଘରାଡିହା ବନ୍ୟା ପ୍ଲାବିତ ଅଚଂଳକୁ  ବ୍ଲକ୍ ଅଧ୍ୟକ୍ଷ ଶ୍ରୀ ଅନାମବନ୍ଧୁ ଧଳ  ପରିଦର୍ଶନ କରିବା ସହ ପରିସ୍ତିତି ଅନୁଧ୍ୟାନ କରିଛନ୍ତି । ଘାଘରାଡିହାର ୱାର୍ଡ ନମ୍ବର -୧, ବଡ ଘାଘରା ଗ୍ରାମର ୱାର୍ଡ ନମ୍ବର -୨ ଓ ୪ ଏବଂ କୁଦ ହରିଜନସାହି ୱାର୍ଡ ନମ୍ବର – ୩ ବୁଲି ଦେଖିଥିଲେ । ଏହି ୪ଟି ୱାର୍ଡର ପ୍ରାୟ ୩ଶହ ଚାଳଘର,୨ଶହରୁ ଉଦ୍ଧ୍ୱର୍ ଗୁହାଳଘରେ ବନ୍ୟା ପାଣି ପଶିଥିବାର ଦେଖାଯାଇଛି ।

ବନ୍ୟା ବପନ୍ନମାନେ ବୀରୂପା ନଦୀବନ୍ଧ ଉପରେ ଆଶ୍ରୟ ନେଇଥିବା ବେଳେ ଗୋରୁ ଗାଈ,ଛେଳି,ମେଣ୍ଢା ପ୍ରଭୃତି ମଧ୍ୟ ନଦୀ ବନ୍ଧ ଉପରେ ଆଶ୍ରୟ ନେଇଥିବା ଦେଖାଯାଇଛି ।  ଅଧ୍ୟକ୍ଷ ଶ୍ରୀ ଧଳ ବିପନ୍ନ ଲୋକମାନଙ୍କ ସହିତ ବନ୍ୟା କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି । ସେଠାରେ ଉପସ୍ଥିତ ଥିବା ବିଡିଓ ସୁଧିର କୁମାର ସିଂ ଓ ଅତିରିକ୍ତ ବିଡିଓ ଅନିରୁଦ୍ଧ ବେହେରାଙ୍କୁ ବନ୍ୟା ବିପନ୍ନମାନଙ୍କୁ ତୁରନ୍ତ ଯାତାୟତ ନିମନ୍ତେ ଡଙ୍ଗା,ଶୁଖିଲା ଖାଦ୍ୟ,ପାଲ ଓ ଗୋଖାଦ୍ୟ ପ୍ରଭୃତି ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।

ଏଥିସହିତ ଏସମ୍ପର୍କରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କୁ ମଧ୍ୟ ସମସ୍ତ କଥା ଅବଗତ କରାଇଥିଲେ ।  ସେହି ବନ୍ୟାସ୍ଥଳରୁ ଅଧ୍ୟକ୍ଷ ଶ୍ରୀ ଧଳ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ବନ୍ୟା ବିପନ୍ନଙ୍କ ଅବସ୍ଥା ସମ୍ପର୍କରେ ଟେଲିଫୋନ ମାଧ୍ୟମରେ ଜଣାଇବା ସହ କେନ୍ଦ୍ରାପଡା ତହସିଲଦାର ହେମଲତା ବାହାଲିଆଙ୍କ ସହ କଥା ହୋଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତିି ।  ଅଧ୍ୟକ୍ଷ ଶ୍ରୀ ଧଳ ନିଳକଣ୍ଠପୁର ଠାରୁ ନଦୀ ବନ୍ଧରେ କେଶପୁର, ଚନ୍ଦନପୁର, ଘାଘରା, ଚାରିଗାଁ, ଧୁମାତ ଓ ଇନ୍ଦୁପୁର ପ୍ରଭୃତି ପଂଚାୟତର ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କ ସହିତ ବନ୍ୟା ପାଣିରେ ଚାଷଜମିର କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଥିଲେ ।

 

Leave A Reply