କାର୍ତ୍ତିକମାସ ହେଉଛି ଧର୍ମର ମାସ, ଏହି ମାସରେ ଶ୍ରୀହରୀ ଙ୍କୁ ବିଧିବଦ୍ଧ ଭାବରେ ମାସ ସାରା ପୂଜା କରି ଧର୍ମ ଅର୍ଜନ କରାଯାଇଥାଏ l ପୁରାଣ ଅନୁସାରେ କାର୍ତ୍ତିକମାସରେ ବିଧିବଧ ଭାବରେ ଶ୍ରୀହରୀ ଙ୍କ ନିକଟରେ ପୂଜାର୍ଚନା କରାଯାଇଥାଏ ଏବଂ ୭ଜନ୍ମର ପୁଣ୍ୟର ଫଳ ପ୍ରାପ୍ତି ହୋଇଥାଏ l ଏହାଛଡା କୁହାଯାଏ ଯେ କାର୍ତିକମାସ ରେ ବିଶେଷ ଭାବରେ ‘ଓମ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ରଟି ନିୟମିତ ଜପ କରିବା ଦ୍ୱାରା ଜୀବନରେ ଅପୂର୍ବ ଲାଭ ମିଳିଥାଏ l
‘ଓମ ନମୋ ଭଗବତେ ବାସୁଦେବାୟ, ମନ୍ତ୍ରଟି ବିଶ୍ୱବ୍ରହ୍ମାଣ୍ଡ ର ଆଦି ଭାଗ ଓ ସନାତନ ଧର୍ମର ଆରମ୍ଭରୁ ରହି ଆସିଛି l ଏହି ମନ୍ତ୍ରଟିର ଅର୍ଥ ହେଉଛି ଓମ ର ଅର୍ଥ – ଓମ ବିଶ୍ୱବ୍ରହ୍ମାଣ୍ଡ ର ସର୍ବଶ୍ରେଷ୍ଠ ଧ୍ୱନୀ , ନମୋ ଅର୍ଥ ପ୍ରଣାମ ବା ନମସ୍କାର , ଭଗବତେ ଅର୍ଥ ଶକ୍ତିଶାଳୀ, ଦୟାଳୁ ଅଥବା ଶ୍ରେଷ୍ଠ, ବାସୁଦେବାୟ ଅର୍ଥାତ ସମସ୍ତଙ୍କ ମଧ୍ୟରେ ରହିଥିବା ସେହି ସର୍ବବ୍ୟାପୀ ଈଶ୍ୱର l
ଏହା ସନାତନ ଧର୍ମର ସର୍ବୋଚ୍ଚ ମନ୍ତ୍ର ଅଟେ ଏବଂ ଏହା ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଅଟେ l ପୁରାଣର ମାନ୍ୟତା ଅନୁସାରେ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଜୀବନରେ ଅନେକ ଚମତ୍କାର ଲାଭ ମିଳିଥାଏ l
– କାର୍ତିକମାସ ସାରା ନିୟମିତ ସକାଳୁ ସ୍ନାନ କାର୍ଯ୍ୟରୁ ନିବୃତ ହୋଇ ୧୦୮ ଥର ମନ୍ତ୍ରଟିକୁ ଜପ କରିବା ଦ୍ୱାରା ସର୍ବ କଲ୍ୟାଣ ହୋଇଥାଏ l ଏବଂ ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l
– ନିୟମିତ ମନ୍ତ୍ରକୁ ଜପ କରିବା ଦ୍ୱାରା ଘର ପରିବାରରେ ସୁଖ ସମୃଦ୍ଧି ଚିରସ୍ଥାୟୀ ହୋଇ ରହିଥାଏ l ଏହାଛଡା ଆନ୍ତରିକ ଶାନ୍ତି ମିଳିଥାଏ l ମନରେ ସ୍ଥିରତା ଆସିଥାଏ l
– ‘ଓମ ନମୋ ଭଗବତେ ବାସୁଦେବାୟ’ ପ୍ରତିଦିନ ୧୦୮ ଥର ଜପ କରିବା ସମୟରେ ବିଷ୍ଣୁ ଙ୍କ ନିକଟରେ ମନ ପ୍ରାଣ ରଖନ୍ତୁ l ଏହାଦ୍ୱାରା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବା ସହିତ ଆତ୍ମତୃପ୍ତି ର ଅନୁଭବ ହୋଇଥାଏ l
– ଶାରୀରିକ ଶକ୍ତି, ମାନସିକ ଶାନ୍ତି ଓ ଆଧ୍ୟାତ୍ମିକ ଉର୍ଜା ଲାଭ କରିବା ପାଇଁ ଏହି ମନ୍ତ୍ରକୁ ଜପ କରିବା ଖୁବ ଉତ୍ତମ ଅଟେ l ମନର ନକାରାତ୍ମକ ଭାବନା ଦୂର ହୋଇ ମାନସିକ ଶାନ୍ତି ପ୍ରାପ୍ତି ହୋଇଥାଏ l ଅଟକି ରହିଥିବା କାର୍ଯ୍ୟରେ ସଫଳତା ପ୍ରାପ୍ତି ହୋଇଥାଏ l
– ପୌରାଣିକ ମାନ୍ୟତା ଅନୁସାରେ ବିଷ୍ଣୁଙ୍କ ଆରାଧନା କରି ଏହି ମନ୍ତ୍ରଟିକୁ ଶୁଦ୍ଧ ଚିତରେ ପାଠ କରିବା ଦ୍ୱାରା ମୁକ୍ତି ମିଳିଥାଏ ଓ ମୋକ୍ଷ ପ୍ରାପ୍ତି ହୋଇଥାଏ l ତେଣୁ ଶାସ୍ତ୍ର ଅନୁସାରେ ଏହାକୁ ମୁକ୍ତି ମନ୍ତ୍ର ମଧ୍ୟ କୁହାଯାଇଥାଏ l
– ଏହା ଗୋଟିଏ ଦ୍ୱାଦଶ ଅକ୍ଷର ବିଶିଷ୍ଟ ପ୍ରଭାବଶାଳୀ ମନ୍ତ୍ର, ତେଣୁ ସତକର୍ମ କରିବା ସମୟରେ, ଉଜାଗର ରହିବା ସମୟରେ, ଶୋଇବା ସମୟରେ ନିରନ୍ତର ଏହି ଗୋଟିଏ ମନ୍ତ୍ରକୁ ପାଠ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ ଓ ସଦ୍ଗତି ପ୍ରାପ୍ତି ହୋଇଥାଏ l