Odisha news

କାର୍ତିକ ମାସରେ ଏହି ସମସ୍ତ ସ୍ଥାନରେ ଦୀପ ଦାନ କରିବା ଦ୍ୱାରା ହୋଇଥାଏ ୭ଜନ୍ମ ର ପୁଣ୍ୟ ପ୍ରାପ୍ତି

0

କୁମାର ପୁର୍ଣିମା ସରିବା ମାତ୍ରକେ କାର୍ତିକ ମାସ ଆରମ୍ଭ ହୋଇଯାଇଛି l ପୁରାଣର ବର୍ଣନା ଅନୁସାରେ ଏହା ଗୋଟିଏ ପୁଣ୍ୟର ମାସ ଅଟେ, ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଏହା ବର୍ଷର ଅଷ୍ଟମ ମାସ ଅଟେ l କାର୍ତିକ ମାସକୁ ଧର୍ମର ମାସ ବୋଲି କୁହାଯାଇ ଥାଏ l ଏହି ମାସର ବିଶେଷ ପ୍ରାଧାନ୍ୟ ହେଲା ଏଭଳି କିଛିଟା ସ୍ଥାନରେ ଦୀପ ଦାନ କରିବା ଦ୍ୱାରା ପୁଣ୍ୟ ପ୍ରାପ୍ତି ହୋଇଥାଏ l

କାର୍ତିକ ମାସରେ ଦୀପ ଦାନର ବିଶେଷ ମହତ୍ୱ –
କାର୍ତିକ ମାସରେ ସବୁଠୁ ପୁଣ୍ୟ କାର୍ଯ୍ୟ ହେଉଛି ଦୀପ ଦାନ, ଏହି ମାସରେ ମନ୍ଦିର, ତୁଳସୀ ଚଉରା, ଅଁଳା ଗଛ, ହ୍ରଦ କୂଳରେ ଦୀପଦାନ କରିବାର ରହିଛି ବିଶେଷ ମହତ୍ୱ l ଏହିସବୁ ସ୍ଥାନରେ ଦୀପଦାନ କରିବା ଦ୍ୱାରା ମିଳିଥାଏ ୭ଜନ୍ମ ର ପୁଣ୍ୟ l

କାର୍ତିକ ମାସରେ ଦାନର ମହତ୍ୱ –
= କାର୍ତିକ ମାସରେ ନାରାୟଣ ସେବାର ଅନେକ ମହତ୍ୱ ରହିଛି, ଅର୍ଥାତ ଏହି ମାସରେ ଗରିବ ଙ୍କୁ ଅନ୍ନ, ଶସ୍ୟ, କମ୍ବଳ ଦାନ କରିବା ଦ୍ୱାରା ୭ଜନ୍ମ ର ପୁଣ୍ୟ ପ୍ରାପ୍ତି ହୋଇଥାଏ l

= କାର୍ତିକ ମାସରେ ଗୋ ସେବା ଖୁବ ପୁଣ୍ୟ କାରୀ , ଏହି ମାସରେ ଗୋରୁ ଗାଈ ଙ୍କୁ ଖାଦ୍ୟ ଦାନ କରିବା ଦ୍ୱାରା ୭ଜନ୍ମ ର ପୁଣ୍ୟ ପ୍ରାପ୍ତି ହୋଇଥାଏ l

= ଦେବାଳୟ, ନଦୀ କୁଳ, ହ୍ରଦ କୂଳରେ ଦୀପ ଦାନ କରିବା ଦ୍ୱାରା ସର୍ବତୋମୁଖି ଲକ୍ଷ୍ମୀଙ୍କ ପ୍ରାପ୍ତି ହୋଇଥାଏ l ଏବଂ ଯେଉଁ ବ୍ୟକ୍ତି ବିଷ୍ଣୁ ମନ୍ଦିର ରେ ଦୀପ ଦାନ କରିଥାଏ ତାକୁ ବିଷ୍ଣୁ ଲୋକରେ ସ୍ଥାନ ମିଳିଥାଏ l

= ଏବଂ ଯେଉଁ ବ୍ୟକ୍ତି ଦୁର୍ଗମ ସ୍ଥାନରେ ଦୀପ ଦାନ କରିଥାଏ ସେ କଦାପି ନର୍କ କୁ ଯାଇ ନଥାଏ, ଏବଂ ସନ୍ଧ୍ୟାରେ ଆକାଶ ଦୀପ ଦାନର ମଧ୍ୟ ଅନେକ ମହତ୍ୱ ରହିଛି l

= କାର୍ତିକ ମାସରେ ଭଗବାନ ବିଷ୍ଣୁ ଓ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ୱାରା ରୋଗ ରୁ ମୁକ୍ତି ମିଳିଥାଏ, ଏବଂ ପ୍ରତିଦିନ ବିଷ୍ଣୁ ସ୍ତୁତି ମଧ୍ୟ ପାଠ କରିବା ଜରୁରୀ l

Nalco

Leave A Reply