Odisha news

ଆଜି ହେଉଛି ମାର୍ଗଶିର ମାସର ପ୍ରଥମ ଗୁରୁବାର, ଆଜିର ଦିନରେ ଏହିସବୁ କାର୍ଯ୍ୟକୁ କରିବା ଦ୍ୱାରା ଲାଭ ହୋଇଥାଏ ମାତା ଲକ୍ଷ୍ମୀଙ୍କ କୃପା

0

କାର୍ତିକପୂର୍ଣିମା ପରଦିନ ଠାରୁ ମାର୍ଗଶିର ମାସର ଆରମ୍ଭ ହୋଇଥାଏ l ବିଶେଷ ଭାବରେ ଏହି ମାସରେ ମାତା ଲକ୍ଷ୍ମୀଙ୍କୁ ପୂଜାର୍ଚନା କରାଯାଇ କୃପା ଲାଭ କରାଯାଇ ଥାଏ l ବିଶେଷ ଭାବରେ ଏହି ମାସର ପ୍ରତ୍ୟେକ ଗୁରୁବାର ର ମହତ୍ୱ ରହିଛି l ମାନ୍ୟତା ଅନୁସାରେ ଏହି ମାସ ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କୁ ବିଧିବଦ୍ଧ ଭାବରେ ପୂଜାର୍ଚନା କରିବା ଦ୍ୱାରା ଦରିଦ୍ରତା ର ବିନାଶ ହୋଇଥାଏ l ଆଜି ମାର୍ଗଶିର ମାସର ପ୍ରଥମ ଗୁରୁବାର, ତେଣୁ ଲକ୍ଷ୍ମୀ ବ୍ରତ ରଖିବାର ପରମ୍ପରା ରହିଛି l

* ଏହି ମାସର ଗୁରୁବାର ଦିନ ଯେଉଁ ବ୍ୟକ୍ତି ମାତାଲକ୍ଷ୍ମୀ ଙ୍କୁ ବିଧିବଦ୍ଧ ଭରେ ଓ ଆଦର ସହକାରେ ପୂଜାର୍ଚନା କରିଥାଏ ତାର ସମସ୍ତ କ୍ଳେଶ ଦୂର ହୋଇଥାଏ l ମାର୍ଗଶିର ଗୁରୁବାର ରେ ଶଙ୍ଖ ପୂଜନ କରିବା ଦ୍ୱାରା ସନ୍ତାନ ମାନଙ୍କ ଜୀବନ ସୁଖମୟ ହୋଇଥାଏ l

* ମାନ୍ୟତା ଅନୁସାରେ ଆଚାରେ ବସତେ ଲକ୍ଷ୍ମୀ , ଅର୍ଥାତ ମାତା ଲକ୍ଷ୍ମୀ ଆଚରଣ ରେ ବାସ କରି ଥାଆନ୍ତି l ତେଣୁ ଯେଉଁ ବ୍ୟକ୍ତି ସଦାଚାର , ସତକର୍ମ, ସତ ଚିନ୍ତନ, କରିଥାଏ ତା ଉପରେ ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ l

* ଗୁରୁବାର ବ୍ରତରେ ସାତ୍ଵିକ ଭୋଜନ କରିବା ଆବଶ୍ୟକ l ଏହି ମାସର ଗୁରୁବାର ରେ ଘରର ମୁଖ୍ୟ ଦ୍ୱାରରେ କଳସ ସ୍ଥାପନା କରି ଆମ୍ବ ପତ୍ରର ତୋରଣ ଲଗାଇବା ଦ୍ୱାରା ଘରର ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ l

* ଗୁରୁବାର ଦିନ ଘରର ଉତର ଦିଗରେ ଗୋଟିଏ ଜଳପୂର୍ଣ୍ଣ ଢାଳ ରଖି ସେଥିରେ ତୁଳସୀ ଓ ଗଙ୍ଗାଜଳ ପକାଇ ରଖିବା ଦ୍ୱାରା ଶ୍ରୀହରୀ ଙ୍କ କୃପା ଲାଭ ହୋଇଥାଏ l ଏବଂ ସନ୍ତାନ ମାନଙ୍କ ଜୀବନର ସମସ୍ତ କ୍ଳେଶ ଦୂର ହୋଇଥାଏ l

* ଆଜିର ଦିନରେ ଘରକୁ ଯେଉଁ ଅତିଥି ଆସୁଛନ୍ତି ସେମାନଙ୍କ ର ବିଶେଷ ସତ୍କାର କରିବା ଆବଶ୍ୟକ l କାହାକୁ ଭୋକିଲା ଯିବାକୁ ଦେବା ଆବଶ୍ୟକ ନୁହେଁ l ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ଅବମାନନା ହୋଇଥାଏ l ତେଣୁ ସଭିଙ୍କୁ ଅତିଥି ସତ୍କାର କରିବା ଆବଶ୍ୟକ l

Leave A Reply