Odisha news

କାର୍ତିକ ପୁର୍ଣିମାରେ ବୁଡ଼ ପକାଇ ଦାନ କରନ୍ତୁ ଏହିସବୁ ଜିନିଷ ଯାହାଦ୍ୱାରା ମିଳିଥାଏ ୧୦୦ ଅଶ୍ୱମେଧ ଯଜ୍ଞର ପୁଣ୍ୟ

0

କାର୍ତିକ ମାସ ହିନ୍ଦୁ କ୍ୟାଲେଣ୍ଡର ର ସବୁଠୁ ପବିତ୍ର ମାସ ଅଟେ, ଏହି ମାସର ପୁର୍ଣିମା ତିଥିର ମଧ୍ୟ ବିଶେଷ ମହତ୍ୱ ରହିଛି l କାର୍ତିକ ପୁର୍ଣିମାରେ ସ୍ନାନ, ଦାନ ଏବଂ ଦୀପଦାନ ର ବିଶେଷ ମହତ୍ୱ ରହିଥାଏ l ଏହିଦିନ ମଧ୍ୟ ଦେବତା ମାନଙ୍କର ଦୀପାବଳୀ ଉତ୍ସବ ପାଳନ ହୋଇଥାଏ l ମାନ୍ୟତା ରହିଛି ଯେ କାର୍ତିକ ପୁର୍ଣିମା ଦିନ ମହାଦେବ ତ୍ରିପୁରାସୁର କୁ ବଦ୍ଧ କରିଥିଲେ, ଏବଂ ଏହି କାରଣରୁ ଦେବତା ଓ ଗନ୍ଧର୍ବ ମାନେ ପୃଥିବୀ ପୃଷ୍ଟକୁ ଆସି ଦେବ ଦୀପାବଳୀ ଉତ୍ସବ ପାଳନ କରିଥାଆନ୍ତି l

କାର୍ତିକ ପୁର୍ଣିମାରେ ସ୍ନାନ ର ମହତ୍ୱ –
କାର୍ତିକ ପୂର୍ଣିମା ଦିନ ଲୋକେ ପବିତ୍ର ନଦୀ ରେ ସ୍ନାନ କରି ଥାଆନ୍ତି, ମାନ୍ୟତା ରହିଛି ଯେ ଏହାଦ୍ୱାରା ୧୦୦ ମେଧ ଯଜ୍ଞ ର ପୁଣ୍ୟ ପ୍ରାପ୍ତି ହୋଇଥାଏ l କାର୍ତିକ ପୁର୍ଣିମା ଦିନ ପବିତ୍ର ନଦୀ ରେ ବୁଡ଼ ପକାଇବା ଦ୍ୱାରା ପ୍ରଭୁ ଶ୍ରୀହରୀ ଙ୍କ କୃପା ଲାଭ ହୋଇଥାଏ l ତେଣୁ ଏହିଦିନ ଲୋକେ ପବିତ୍ର ନଦୀ ରେ ସ୍ନାନ କରନ୍ତି l କିନ୍ତୁ ଏହିଦିନ ପବିତ୍ର ନଦୀରେ ସ୍ନାନ କରନ୍ତୁ l

କାର୍ତିକ ପୁର୍ଣିମାରେ ଦାନ ର ମହତ୍ୱ –
କାରୀଙ୍କ ପୁର୍ଣିମା ଦିନ ଦାନ କରିବା ଦ୍ୱାରା ପ୍ରଭୁ ଶ୍ରୀହରୀ ଙ୍କ କୃପା ପ୍ରାପ୍ତି ହୋଇଥାଏ, ଏବଂ ଏହିଦିନ ଦାନ କରିବା ଦ୍ୱାରା ଜୀବନର ବିଭିନ୍ନ ବାଧା ବିଘ୍ନ ଦୂର ହୋଇଥାଏ l  କିନ୍ତୁ ଏହିଦିନ ବିଶେଷ ଭାବରେ ନିର୍ଦ୍ଧିଷ୍ଟ କିଛିଟା ଜିନିଷ ଦାନ କରିବା ଜରୁରୀ l

– କାର୍ତିକ ପୁର୍ଣିମା ଦିନ ଦୁଗ୍ଧ , ଦହି, ଚାଉଳ ଭଳି ଧଳା ବସ୍ତୁ ଦାନ କରିବା ଜରୁରୀ, ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି l ଏବଂ ଶୁକ୍ର ଙ୍କ ଶୁଭ ପ୍ରଭାବ ପରିବାର ଉପରେ ରହିଥାଏ l

– ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଆଜିର ଦିନରେ ଶୃଙ୍ଗାର ବସ୍ତୁ ଯେପରିକି ଚୁଡ଼ି, ସିନ୍ଦୁର, ବିନ୍ଦି ଦାନ କରନ୍ତୁ l ଏହାଦ୍ୱାରା ଲକ୍ଷ୍ମୀ ଙ୍କ କୃପା ମଧ୍ୟ ପ୍ରାପ୍ୟ ହୋଇଥାଏ l

– ଶାସ୍ତ୍ର ଅନୁସାରେ କାର୍ତିକ ପୁର୍ଣିମା ଦିନ ଅନ୍ନ ଦାନ କରିବା ଶୁଭ ହୋଇଥାଏ, ଏହା ମହାଦାନ ଅଟେ l  ଅନ୍ନ ଦାନ କଲେ କଦାପି ଘରେ ଦରିଦ୍ରତା ରହି ନଥାଏ l

– ଲର୍ତ୍ତିକ ପୁର୍ଣିମା ଦିନ ଗୁଡ଼ ଦାନ କରିବା ଦ୍ୱାରା ଅଟକି ଥିବା କାର୍ଯ୍ୟ ଖୁବ ସହଜ ରେ ହୋଇଯାଏ ଏବଂ ସମସ୍ତ ବିଘ୍ନ ଦୂର ହୋଇଥାଏ l

* କାର୍ତିକ ପୁର୍ଣିମାରେ ଏହି କାର୍ଯ୍ୟ କରନ୍ତୁ ନାହିଁ –
– ଯଦି ଆଜିର ଦିନରେ କେହି ଆପଣଙ୍କ ଘରକୁ ଆସୁଛି ତାକୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ l
– ଆଜିର ଦିନରେ କାହାର ଅପମାନ କରନ୍ତୁ ନାହିଁ, ଏପରି କରିବା ଦ୍ୱାରା ମାଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l
– କାର୍ତିକ ପୁର୍ଣିମାରେ ରୁପା ଜିନିଷ ଦାନ କରିବା ଦ୍ୱାରା ଚନ୍ଦ୍ର ଦୋଷ ଲାଗିଥାଏ l
– କାର୍ତିକ ପୁର୍ଣିମାରେ ଘର ଓ ଘର ବାହାର ଅନ୍ଧାର ରଖିବା ଉଚିତ ନୁହେଁ , ଏହାଦ୍ୱାରା ଲକ୍ଷ୍ମୀ ଅସନ୍ତୁଷ୍ଟ ହୁଅନ୍ତି l

Leave A Reply