Odisha news

କାର୍ଗିଲ ବିଜୟ ଦିବସକୁ ହେଲା ୨୫ ବର୍ଷ : ଏହି ବିଜୟ ଦିବସର ବୀରତ୍ବର କାହାଣୀ ଆଜି ମଧ୍ୟ ରହିଛି ଭାରତ ମାତାର ହୃଦୟରେ  

0
ସାରା ବିଶ୍ୱ ଯାହାକୁ ସଲାମ କରିଥାଏ ସେ ହେଉଛି ଭାରତୀୟ ସେନା …
ରଣଭୂମୀ ରେ ଯିଏ ଶତ୍ରୁ କୁ ବୀରତାର ସହିତ ସାମ୍ନା କରିଥାଏ ସେ ହେଉଛି ଭାରତୀୟ ସେନା …

‘ କାର୍ଗିଲ ବିଜୟ  ଦିବସ ‘ ହେଉଛି ସେହି ଦିନ ଯାହା ଆମକୁ ସୂଚେଇ ଦେଇଥାଏ ଭାରତୀୟ ସେନାର ବୀରତ୍ୱ ଓ ବଳିଦାନ ର ଗାଥା,
କାର୍ଗିଲ ବିଜୟ ଦିବସ ହେଉଛି ସେହି ଦିନଟି ଯାହା ରାଷ୍ଟ୍ରୀୟ ଏକତା ଓ ଦେଶ ଭକ୍ତିର ଶକ୍ତି ଯାହା ଆମକୁ ମନେପକାଇ ଦେଇଥାଏ ଭାରତ ମାତାର ସହୀଦ ପୁତ୍ରଙ୍କର ଆମର କାହାଣୀ l
କାର୍ଗିଲ ବିଜୟ ଦିବସ ହେଉଛି ଆଜିର ଯୁବପିଢ଼ି ଙ୍କ ପାଇଁ ପ୍ରେରଣା ର ଉତ୍ସ ଓ ଭାରତୀୟ ସେନାର ବୀରତ୍ବର ନିଦର୍ଶନ l

ଦିନ ଥିଲା ୨୬ ଜୁଲାଇ ୧୯୯୯ ମସିହା, ଯେଉଁ ଦିନ ଟିକୁ ସାରା ଭାରତରେ  କାର୍ଗିଲ ଯୁଦ୍ଧର ବିଜୟ ଗାଥାକୁ ଗାଇ ଉତ୍ସବ ପାଳନ କରାଯାଇ ଥାଏ l ଏହିଦିନ ଟିକୁ ମଧ୍ୟ ଅପରେସନ ବିଜୟ ନାମରେ ପାଳନ କରାଯାଇ ଥାଏ, ଭାରତ ପାକିସ୍ତାନ ମଧ୍ୟରେ ୧୯୯୯ ମସିହା ମଇ ରୁ ଜୁଲାଇ ,ମାସ ମଧ୍ୟରେ କାଶ୍ମୀର ର କାର୍ଗିଲ ଜିଲ୍ଲା ରେ ହୋଇଥିବା ସ୍ୱତନ୍ତ୍ର ସଂଘର୍ଷ ର ନାମ l ଏହି ଯୁଦ୍ଧର ର ଆରମ୍ଭ ମଇ ୩ ୧୯୯୯ ରେ ଆରମ୍ଭ ହୋଇଯାଇ ଥିଲା, ଯେବେ ପାକିସ୍ତାନ କାର୍ଗିଲ ର ସୁ – ଉଚ୍ଚ ପର୍ବତ ଶିଖର ଉପରେ ୫ ହଜାର ରୁ ମଧ୍ୟ ଉର୍ଧ୍ଵ ସୈନ୍ୟଙ୍କ ସହିତ ଜୋର ଜବରଦସ୍ତି ଅନୁପ୍ରବେଶ କରି ଭାରତର କାର୍ଗିଲ ଅଞ୍ଚଳ କୁ କବ୍ଜା କରି ନେଇଥିଲେ l ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥାଆନ୍ତି ସ୍ବର୍ଗତ ଅଟଳ ବିହାରୀ ବାଜପାୟୀ, ଏହି ଖବର ପାଇବା ମାତ୍ରକେ ଅଟଳ ସରକାର ନିର୍ଦେଶ ଦେଇଥିଲେ ଅପରେସନ ବିଜୟ ଆରମ୍ଭ କରିବା ପାଇଁ l ସେହି ସମୟରେ ପାକିସ୍ତାନ ଦାବୀ କରିଥିଲା ଯେ ଏହି ଯୁଦ୍ଧରେ ଯୁଦ୍ଧ କରିଥିବା ସମସ୍ତେ କାଶ୍ମିରୀ ଉଗ୍ରବାଦୀ ଅଟନ୍ତି, କିନ୍ତୁ ଭାରତ ଏହାକୁ ପାକିସ୍ତାନ ସହିତ କାଶ୍ମିରୀ ଉଗ୍ରବାଦୀ ଙ୍କ ମିଳିତ ଅନୁପ୍ରବେଶ ବୋଲି ଦାବି କରିଥିଲା l

ଦିନ ଥିଲା ମଇ ୮ତାରିଖ ରେ ୧୯୯୯ ରେ ପାକିସ୍ତାନ ପକ୍ଷରୁ କାର୍ଗିଲ ର ଆଜମ ପୋଲିସ ଚୌକି ଉପରେ କବ୍ଜା କରାଯାଇ ଥିଲା ଏବଂ ମେଣ୍ଢା ଚରାଉଥିବା କିଛି ମେଣ୍ଢା ଚରାଳୀ ଙ୍କ ସହିତ କଥାବାର୍ତା ହୋଇଥିଲେ l କିନ୍ତୁ ମେଣ୍ଢା ଚାରାଳୀ ଙ୍କୁ ସନ୍ଦେହ ହେବାରୁ ସେମାନେ ସେଠାରୁ ଖସି ଯାଇ କିଛି ସମୟ ପରେ ୬ ରୁ ୭ ଜଣ ଯବାନ ଙ୍କ ସହିତ ସେଠାକୁ ଫେରିଥିଲେ l ଏବଂ ପାକିସ୍ତାନ ର ବିଶ୍ୱାସ ଘାତକତାର ଚରମ ନିଦର୍ଶନ ଏଠାରେ ଦେଖିବାକୁ ମିଳିଥିଲା l

ପାକିସ୍ତାନ ର ମୁଖ୍ୟ ଉଦେଶ୍ୟ ଥିଲା ଭାରତର ସୁଦୂର ଉତ୍ତରର ଶିଖର ରେ ସିଆଚିନ ଗ୍ଲେସିୟର ର ଲାଇଫ ଲାଇନ NH1D ଉପରେ ନିୟନ୍ତ୍ରଣ କରିବା , ପାକିସ୍ତାନ ଚାହୁଁଥିଲା ଲଦାଖ ରୁ ରସଦ ଯାଉଥିବା ସମସ୍ତ ରାସ୍ତାକୁ ଭାରତ ପାଇଁ ଅଟକାଇବ ଏବଂ ଭାରତ ବାଧ୍ୟ ହୋଇ ସିଆଚିନ  ଛାଡି ଦେବ l  ସେହି ସମୟରେ ପାକିସ୍ତାନ ର ଶାସନ ଡୋରି ଥିଲା ନବାଜ ସରିଫ ଙ୍କ ଉପରେ , ଏବଂ ସେନାର ଦାୟିତ୍ୱ ଥିଲା ପରଭେଜ ମୁସରଫ ଙ୍କ ହାତରେ l ମୁସାରଫ ୧୯୮୪ ରେ ସିଆଚିନ ଉପରେ ଭାରତର କବ୍ଜା କୁ ସେ ସହଜରେ ଭୁଲି ପାରି ନଥିଲେ , କାହିଁକି ନା ୧୯୮୪ ରେ ମୁସାରଫ ପାକିସ୍ତାନ ସେନାର ମେଜର ଥିଲେ l

କାର୍ଗିଲ ଯୁଦ୍ଧରେ ଆରମ୍ଭରେ ଭାରତୀୟ ସେନାଙ୍କୁ ଖୁବ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା l କିନ୍ତୁ ବୋଫୋର୍ସ ଓ ଏୟାରଫୋର୍ସ ଙ୍କ ଏଣ୍ଟ୍ରି ରେ ସମସ୍ତ ଘଟଣା ବଦଳି ଯାଇଥିଲା l ବୋଫୋର୍ସ ର ତୋପର ଗର୍ଜନ ରେ ପାକିସ୍ତାନ ସୈନ୍ୟ ସ୍ଥଳୀ ଗୁଡିକ ଭସ୍ମୀଭୂତ ହୋଇ ଯାଇଥିଲା l

କାର୍ଗିଲ  ଯୁଦ୍ଧରେ ଭାରତ ମାତାର ୫୨୭ ଜଣ ବୀର ପୁତ୍ର  ସହିଦ ହୋଇଥିଲେ ସତ କିନ୍ତୁ ନିଜର ନାମକୁ ଅମର କରିଦେଇ ଯାଇଥିଲେ ସବୁଦିନ ପାଇଁ l ଆଜି ମଧ୍ୟ ଅନେକ ମା ନିଜ ଶୂନ୍ୟ କୋଳ କୁ ନେଇ ଜୀବନ ଅତିବାହିତ କରୁଛନ୍ତି ସତ କିନ୍ତୁ ଗର୍ବର ସହିତ ନିଜକୁ ସହିଦ ବୀର ପୁତ୍ରର ମା ବୋଲି ପରିଚୟ ଦେଉଛନ୍ତି l ଏବଂ ଅନେକ ସ୍ତ୍ରୀଙ୍କ ମଥା ସିନ୍ଦୁର ଲିଭି ଯାଇଥିବା ସତ୍ୱେ ସେ ନିଜକୁ ବୀର ସହିଦ ର ବିଧବା ବୋଲି ପରିଚୟ ଦେଉଛନ୍ତି l

Leave A Reply