Odisha news

କେବଳ ମଧୁମେହ ପାଇଁ ନୁହେଁ , ଏହିସବୁ ରୋଗ ପାଇଁ ମଧ୍ୟ କଲରା ଜୁସ ରାମ ବାଣ

0

କଥାରେ ଅଛି ପିତା ଦେହ ପାଇଁ ହିତ , କଲରା ର ସ୍ୱାଦ ତିକ୍ତ ହୋଇ ଥିଲେ ସୁଧା ଏହା ଶରୀର ପାଇଁ ଖୁବ ହିତକର ଅଟେ ଏହା ଆମେ ସମସ୍ତେ ଜାଣିଚୁ l ଆମର ସାଧାରଣ ଭାବରେ ଧାରଣା ରହିଛି ଯେ ଯେଉଁମାନେ ମଧୁମେହ ରେ ପୀଡିତ ହୋଇ ଥାଆନ୍ତି ସେମାନଙ୍କ ପାଇଁ କେବଳ କଲରା ଜୁସ ଆବଶ୍ୟକ l କିନ୍ତୁ ଏହା ଭୁଲ ଧାରଣା l କଲରା ଜୁସ ଅନେକ ଗୁଡିଏ ରୋଗ ପାଇଁ ରାମ ବାଣ ଅଟେ l

କଲରା ପିତା ହୋଇଥିବା କାରଣରୁ ଆମେ ମାନେ ଖାଇବାକୁ ପସନ୍ଦ କରି ନଥାଉ l କିନ୍ତୁ ଏହି କଲରା ଅନେକ ଗୁଣରେ ହିତକର ଓ ପୋଷାକ ତତ୍ୱ ରେ ଭରପୁର ହୋଇଥାଏ l

କଲରା ରେ ଥିବା ପୋଷାକ ତତ୍ୱ ଗୁଡିକ ହେଲା ଆଇରନ , ଭିଟାମିନ ସି , ଜୀଙ୍କ , ପୋଟାସିୟମ, ଭଳି ଅନେକ ପୋଷାକ ତତ୍ୱ ରହିଥାଏ l ଯାହାକି ଶରୀର କୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ l

* କଲରା ଜୁସ ମଧୁମେହ ରୋଗୀଙ୍କ ପାଇଁ ରାମ ବାଣ ସଦୃଶ ଅଟେ l ମଧୁମେହ ରୋଗୀ ମାନେ କଲରା ଜୁସ ପିଇବା ଦ୍ୱାରା ଗ୍ଲୁକୋଜ ସ୍ତର ନିୟନ୍ତ୍ରିତ ହୋଇଥାଏ l

* କଲରା ରେ ଭରପୁର ମାତ୍ରାରେ ଆଣ୍ଟି ଅକ୍ସିଡାଣ୍ଟ ଭଳି ଭିଟାମିନ ଏ ଓ ଭିଟାମିନ ସି ରହିଛି l ଯାହା ସ୍କିନ କୁ ହେଲଦି ରଖିବାରେ ସାହାଯ୍ୟ କରିଥାଏ l

* କଲରା ଜୁସ କୁ ଓଜନ ହ୍ରାସ ପାଇଁ ବ୍ୟବହାର କରାଯାଇ ଥାଏ l କାହିଁକି ନା ଏଥରେ ଭରପୁର ମାତ୍ରାରେ ଫାଇବର ରହିବା ସହିତ ହାଇଦ୍ରେଟିଙ୍ଗ ପ୍ରପର୍ଟିଜ ରହିଥାଏ l

* ଫାଇବର ରେ ଭରପୁର କଲରା ଜୁସ ରେ ନ୍ୟୁଟ୍ରିଏଣ୍ଟସ ରେ ଭରପୁର ମାତ୍ରା ରେ ରହିଥାଏ l ଯେଉଁ କାରଣରୁ ଆପଣଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନଥାଏ l

* ଆୟୁର୍ବେଦ ଅନୁସାରେ କଲରା ରେ ରହିଥିବା ପୋଷାକ ତତ୍ୱ ଆପଣଙ୍କ ପାଚନ ତନ୍ତ୍ର ସୁସ୍ଥ ରହିଥାଏ l ଏହାଛଡା ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ହୋଇଥାଏ l

Nalco

Leave A Reply