କଣାସ,୨୧/୧୨/ :ଅଦିନିଆ ଲଘୁଚାପ ବର୍ଷା ପ୍ରଭାବରେ ବ୍ୟାପକ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ପୁରୀ ଜିଲ୍ଲା କଣାସ ବ୍ଲକର ୨୮ଟି ପଞ୍ଚାୟତରେ ପାଚିଲା ଧାନ,ମୁଗ,ବିରି ,କୋଳଥ,ପନିପରିବା ଓ ଚିନାବାଦାମ ଫସଲ ବ୍ୟାପକ ପରିମାଣରେ ହୋଇଥିଲା ।ଦୁଇ ଦିନ ହେଲା ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବୁଣା ଯାଇଥିବା ଚିନାବାଦାମ ଜମିରେ ପାଣି ଜମିରହିଥିବା ବେଳେ ଅମଳ ହେବାକୁ ଥିବା ପାଚିଲା ଧାନ ଜମିରେ ଭାସୁଛି ।ସେପଟେ ପନିପରିବା ଫସଲ ମଧ୍ୟ ନଷ୍ଟ ହେବାକୁ ବସିଛି । ଧାର କରଜ କରି ଚାଷ କରିଥିବା ଚାଷି ମୁଣ୍ଡରେ ଚଡକ ପଡିଛି । ଚିନା ବାଦାମ ଚାଷୀ ସୁଦୂର ବରଗଡ଼,ଅନୁଗୁଳ,ସମ୍ବଲପୁର ଭଳି ବାହାର ଜିଲ୍ଲାରୁ ମଞ୍ଜି ଆଣି ଜମିକୁ ହଳ ପାଳ କରି ମଞ୍ଜି ପକାଇଥିଲେ ଏବେ ଛୋଟ ଛୋଟ ଗଛ ହେଲା ବେଳକୁ ଅଦିନିଆ ଲଘୁଚାପ ଜନିତ ବର୍ଷା ଯୋଗୁ ଅନେକ ଜମିରେ ପାଣି ଜମି ରହିଥିବାରୁ ଚିନା ବାଦାମ ଫସଲ ନଷ୍ଟ ହେବାକୁ ବସିଛି ।କଣାସ ବ୍ଲକର ନାନକେରା,ସିମିଳିପାଟଣା,ମାଟିଆପଡା,
Prev Post