କଣାସ : ପୁଣ୍ୟ ଓ ଧର୍ମର ମାସ କାର୍ତ୍ତିକ ମାସ ।ସେଥିପାଇଁ ଗାଁ ଗାଁ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।କାହିଁ କେଉଁ କାଳରୁ ଏହି ପୂଜା ଚାଲି ଆସିଛି ।ଏହିମାସରେ ଅନେକ ବିଧବା ଓ ସଧବା ନାରୀ କାର୍ତ୍ତିକ ବ୍ରତ ଓଷା କରିଥାନ୍ତି ।କାରଣ ପୁରାଣରେ ବର୍ଣ୍ଣିତ ରିହିଛି ନିଷ୍ଟାର ସହ ଏହି ବ୍ରତକଲେ କୋଟି ଜନ୍ମର ପୁଣ୍ୟ ମିଳିଥାଏ ଓ ପରିବାରର ମଙ୍ଗଳ ହୋଇଥାଏ ।କାର୍ତ୍ତିକ ମାସରେ ବ୍ରତଧାରୀଙ୍କ ସାଧାରଣତଃ ପୁରୀରେ ଭିଡ ଜମିଥାଏ ।ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ରତଧାରିଙ୍କ ରହିବା ଖାଇବା ଓ ବସ୍ତ୍ର ଦିଆଯାଇଛି ।ଅନ୍ୟମାନେ ମଧ୍ୟ ବିଭିନ୍ନ ମଠ ଓ ଲଜ ଏବଂ ଘର ଭଡାନେଇ କାର୍ତ୍ତିକ କରିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଗାଁ ହେଉ କି ଶିକ୍ଷେତ୍ର ସବୁ ସ୍ଥାନ ଚଳ ଚଞ୍ଚଳ ହୋଇଉଠିଛି । ଯେଉଁଥିପାଇଁ କଣାସ ବ୍ଲକର ପ୍ରତ୍ୟେକ ଗାଁରେ ଭୋରୁ ଭୋରୁ ସାମାନ୍ୟ ଶୀତ ହେଲେ ମଧ୍ୟ ବ୍ରତଧାରୀମାନେ ସାନ୍ନ ଶୌଚ ସାରି ଧବଳ ବସ୍ତ୍ର ପରିଧାନ କରି ସକାଳେ ବୃନ୍ଦାବତୀ ଚଉରା ମୂଳେ ପୂଜା କରିଥାଆନ୍ତି ।ସନ୍ଧ୍ୟାବେଳେ ବୃନ୍ଦାବତୀଙ୍କ ନିକଟରେ ସଂଯସଳିତା ଦେଇ ଆକାଶ ବାଉଁଶ ସାହାଯ୍ୟରେ ଆଟିକାରେ ଦୀପ ବସାଇ ରଶି ସାହାଯ୍ୟରେ ଆଟିକାକୁ ବାଉଁଶର ଆଗ୍ର ଭାଗକୁ ଛଡା ଯାଇଥାଏ ।ସକାଳ ଓ ସନ୍ଧ୍ୟାରେ ହୁଳହୁଳି ଓ ପୂଜାର୍ଚ୍ଚନା ରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।ଅନେକ ଗ୍ରାମରେ ସନ୍ଧ୍ୟା ସମୟରେ କାର୍ତ୍ତିକ ପୁରାଣ ଓ ନୃସିଂହ ପୁରାଣ ବୋଲା ଯାଇଥାଏ ।ମାସକ ଯାକ କାର୍ତ୍ତିକ ବ୍ରତ କରି ବୃଦ୍ଧା ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନ କାଟୁଥିବା ଦେଖିବାକୁ ମିଳିଛି।