Odisha news

ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ

0

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ୍ ମହିଳା ଶିଶୁ ବିକାଶ କାର୍ଯ୍ୟାଳୟରେ ଆନ୍ତର୍ଜାତିକ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି ।ବେଟି ବଚାଓ ବେଟି ପଢାଓ,ବାଲ୍ୟ ବିବାହକୁ ନା ,ବିଦ୍ୟାୟକୁ ହଁ,କନ୍ୟା ଯତ୍ନ ଓ ତାହାର ସୁରକ୍ଷା ନେବା ,ବାପ ମାଆ ପୁଅମାନଙ୍କୁ ଯେତିକି ଭଲପାଇବା ଦେଉଛନ୍ତି  ଝିଅମାନଙ୍କୁ ମଧ୍ୟ ସେହିଭଳି ଭଲପାଇବା ଦେବା ଦରକାର ବୋଲି ଉକ୍ତ କାର୍ଯ୍ୟକ୍ରମରେ ଆଲୋଚନା ଓ ସଚେତନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ କଣାସ ବ୍ଲକ ଉନ୍ନୟନ ଅଧିକାରୀ ନାରାୟଣ ସାହୁ,ସିଡ଼ିପିଓ ସ୍ମିତା ମହାନ୍ତି,ଡାକ୍ତର ବିଶ୍ବରଂଜନ ଜେନା,ଏବିଇଓ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଓ କେତକ  ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଯୋଗଦେଇଥିଲେ ।ଶେଷରେ ବାଳିକାମାନଙ୍କ ଦ୍ଵାରା ନାଚ, ଗୀତ, ଚିତ୍ରାଙ୍କନ,ରଚନା ଆଦି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

Nalco

Leave A Reply