Odisha news

ଦୀର୍ଘ ଦିନର ହତ୍ୟାକାରୀଙ୍କୁ ଗିରଫ କଲା ପୁଲିସ

0

କଣାସ,୨୧/୦୮/ : ପୁରୀ ଜିଲ୍ଲା କଣାସ ଥାନା ଅନ୍ତର୍ଗତ ହଳଦିଆପଡ଼ା ଗ୍ରାମରେ ପାରିବାରିକ ଶତ୍ରୁତାକୁ ନେଇ  ହତ୍ୟାକାଣ୍ଡ ।ପ୍ରକାଶଯେ ୧୬/୦୯/୨୦୧୭ ମସିହାରେ ହଳଦିଆପଡ଼ା ଗ୍ରାମର ନିତ୍ୟାନନ୍ଦ ବେହେରାଙ୍କୁ ତାଙ୍କ ଦୁଇ ପୁତୁରା ଗୋବିନ୍ଦ ବେହେରା ଓ ଗଣେଶ ବେହେରା ପାରିବାରିକ ବିବାଦକୁ ନେଇ ଲୁହା ରଡରେ ପିଟି ହତ୍ୟା କରିଥିଲେ ।ପରେ ମୃତ ନିତ୍ୟାନନ୍ଦ ବେହେରାଙ୍କ ପତ୍ନୀ କଣାସ ଥାନାରେ ଅଭିଯୋଗ କରିଥିଲେ ।ଅଭିଯୋଗକୁ ଭିତ୍ତିକରି ୧୧୩/୨୦୧୭ରେ ଏକ ମାମଲା ରୁଜୁ କରିଥିଲା ପୁଲିସ ।ସେବେଠାରୁ ଉଭୟ ଅଭିଯୁକ୍ତ ଫେରାର ରହିଥିଲେ ।କଣାସ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ବିଶେଷ ସୂତ୍ରରୁ ଖବର ପାଇଁ ରଣପୁର ନୟାଗଡ଼ ଅଞ୍ଚଳରୁ ଗୋବିନ୍ଦ ବେହେରାକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ଗଣେଶ ବେହେରାକୁ ଭୁବନେଶ୍ୱର ସହିଦନଗରରୁ ଗିରଫ କରିଥିଲେ ।ଏନେଇ ପୁରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଷ୍ଣୁ ନାରାୟଣ ପତି ଓ ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ଏକ ସାମ୍ବାଦିକ ସମ୍ମିଳନୀ କରି ହତ୍ୟା ମାମଲା ସମ୍ପରକେ ଗଣମାଧ୍ୟମକୁ ସୂଚନା ଦେବା ସହ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା କହିଛନ୍ତି ।

Har Ghar Tiranga

Leave A Reply