Odisha news

କଣାସ ପୁଲିସକୁ ବଡ଼ ସଫଳତା ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାଶ

0

କଣାସ : ପୁରୀ ଜିଲ୍ଲା କଣାସ ଥାନାକୁ ବଡ଼ ସଫଳତା ବ୍ୟାଙ୍କ ଲୁଟ୍ ଘଟଣାର ପର୍ଦ୍ଦାଫାଶ କଳା କଣାସ ପୁଲିସ । ଗତ ତା ୧୯.୦୨.୨୦୨୪ ରିଖରେ କଣାସ ଥାନା ଅନ୍ତର୍ଗତ ବେଣାଗାଁ ଗ୍ରାମର ରବିନାରାୟଣ ମଙ୍ଗରାଜ ପିତା ଖଗେଶ୍ବର ମଙ୍ଗରାଜ କଣାସ ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କରୁ ୪୯୭୦୦୦ ଟଙ୍କା ଉଠାଇଥିଲେ ।ପରେ ନିଜ ବାଇକ୍ ଡିକିରେ ଉକ୍ତ ଟଙ୍କା ରଖି କାମ ଥିବାରୁ ପୁନର୍ବାର ବ୍ୟାଙ୍କକୁ ଯାଇ ଫେରିଲା ବେଳକୁ ବାଇକ ଡିକି ଭାଙ୍ଗି କୌଣସି ଦୃବୁତ ଟଙ୍କା ନେଇଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ କଣାସ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ ରବି ନାରାୟଣ ମଙ୍ଗରାଜ।କଣାସ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଉକ୍ତ ଘଟଣାକୁ ଗୁରୁତର ସହିତ ନେଇ କଣାସ ଥାନା କେସ ନମ୍ବର ୫୩/୨୦୨୪ରେ ଏକ ମାମଲା ରୁଜୁ କରିବା ସହ ଉପରିସ୍ଥ ପୁରୀ ଏସ୍ପି ଓ ପିପିଲି ଏସଡ଼ିପିଓଙ୍କୁ ଅବଗତ କରାଇଥିଲେ ।ସେହିଭଳି ଗତ ତା ୦୯/୦୨/୨୦୨୪ରେ ମଧ୍ୟ ସମାନ ଢଙ୍ଗରେ ପିଲିଲି ଥାନା ଅଂଚଳରେ ୩୫୦୦୦୦ଟଙ୍କା ଲୁଟ ହୋଇଥିଲା । ପରେ ପରେ ପୁରୀ ଏଷ୍ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍ ଗଠନ କରାଯାଇ ସେଥିରେ କଣାସ ଥାନା ଅଧିକାରୀ,ପିପିଲି ଥାନା ଅଧିକାରୀ ଓ ପିପିଲି ଏଡ଼ିପିଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।ଉକ୍ତ ଦୁଇଟି  ଲୁଟ୍ ଘଟଣାରେ ସଂପୃକ୍ତ ଥିବା ଅଭୁଲା ନାଇଡୁ(୨୭)ପିତା ଅଭୁଲା ଜଗନ୍ନାଥ ଘର ଗଞ୍ଜାମ ଜିଲ୍ଲା ଆସ୍କା ଥାନା କରତାଳି ଗ୍ରାମର ବୋଲି ଜଣା ପଡିଛି ।ଖବର ପାଇ କଣାସ ପୁଲିସ ଆସ୍କା ଅଞ୍ଚଳରୁ ଉକ୍ତ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ନଗଦ ୩୫୦୦୦୦ଟଙ୍କା ଜବତ କରିଥିଲା । ଉକ୍ତ ଘଟଣାରେ ଆଉ ଦୁଇ ଅଭିଯୁକ୍ତ ଜଡିତ ଥିବା ଓ ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ ବୋଲି ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି ,କଣାସ ଥାନା ଅଧିକାରୀ ରାକେଶ କୁମାର ତ୍ରିପାଠୀ ଓ ପିପିଲି ଥାନା ଅଧିକାରୀ ଦୀପକ କୁମାର ଖନ୍ଦୟତାରାୟ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ କରି ପ୍ରକାଶ କରିବା ସହ ଗିରଫ ହୋଇଥିବା ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Nalco

Leave A Reply