Odisha news

ବିଭିନ୍ନ ପଞ୍ଚୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ

0

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକରେ ଗତ ୭ତାରିଖ ଠାରୁ ୨୦ତାରିଖ ପର୍ଯ୍ୟନ୍ତ ୨୮ଟି ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି  କଣାସ ବିଡ଼ିଓ ନାରାୟଣ ସାହୁ କହିଛନ୍ତି ।ଏହି ପରିପ୍ରେକ୍ଷୀରେ ବୁଧବାର ଓ ଗୁରୁବାର ଦିନ  ଜାମଳଗୋଦା,ଗଡ଼ିଶାଗୋଦା,ଆଳିବାଡ଼,ବିନ୍ଧଣ,ଖଣ୍ଡହତା, ଗଡ଼ସାହି ଆଦି ଗ୍ରାମପଞ୍ଚାୟତରେ  ଆମ ଓଡିଶା ନବୀନ ଓଡିଶା  ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ସମସ୍ତ ବିକାଶ ମୂଳକ ଓ ଲୋକାଭିମୁଖୀ ଯୋଜନାକୁ  କିଭଳି ଭାବେ ତୃଣମୂଳ ସ୍ଥରରେ  ଜନ ସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ଏହି କାର୍ଯ୍ୟକ୍ରମର ଏକମାତ୍ର ମୂଳେ ଉଦେଶ୍ୟ ବୋଲି  ବିଧାୟକ ଶ୍ରୀ ସାମନ୍ତରାୟ କହିଥିଲେ ।ଏହି କାର୍ଯ୍ୟକ୍ରମରେ ଏବିଡିଓ ମଙ୍ଗଳ ସିଂ ହେମ୍ରମ,ସ୍ଥାନୀୟ ସରପଞ୍ଚ ,ସମିତିସଭ୍ୟ, ୱାଡ଼ସଭ୍ୟ,  ପଞ୍ଚାୟତ ନିର୍ବାହୀ ଅଧିକାରୀ, ଏପିଓ, ଜେଇ,ଆସିଷ୍ଟାଣ୍ଟ ଜେଇ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।

Nalco

Leave A Reply