କଣାସ-୨୬/୦୮/୨୦ : କଣାସ ତହସିଲଦାର ହଟାତ ବଦଳି ହେବାର ପ୍ରକାଶିତ ହେବାପରେ ଆଜି ପ୍ରତିସ୍ବରୁ ସ୍ଥାନୀୟ କେତେକ ସରପଞ୍ଚ ଓ ଦଲାଲଙ୍କ ଦ୍ୱାର ସମ୍ମୁଖରେ ଭିଡ଼ ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ପ୍ରଳୟଙ୍କରୀ ଫନି ବାତ୍ୟାରେ କଣାସ ବ୍ଲକର ୨୮ଗୋଟି ଗ୍ରାମ ପଞ୍ଚାୟତର ନାହିଁ ନଥିବା ଧନଜୀବନ କ୍ଷୟକ୍ଷତି କରିଥିଲା। ଫଳରେ ଅଧିକାଂଶ ଘର ଭାଙ୍ଗି ଧ୍ୱଂସ ସ୍ତୁପରେ ପରିଣତ ହୋଇଥିଲା। ଫଳରେ ସରକାର ସମ୍ପୁର୍ଣ୍ଣ ଓ ଆଂଶିକ ଘର ଭାଙ୍ଗିଥିବା ବ୍ୟକ୍ତିଙ୍କୁ ସହାୟତା ଦେବାପାଇଁ ଘୋଷଣା କରିଥିଲେ। ତହସିଲ ଓ ବ୍ଲକ ପ୍ରଶାସନଙ୍କ ମିଳିତ ଭାବେ କ୍ଷୟକ୍ଷତି ହୋଇଥିବା ଉପଭୋକ୍ତା ମାନଙ୍କର ଘର ସର୍ଭେ କରାଯାଇଥିଲା।
ସର୍ଭେ ରିପୋର୍ଟ ଅନୁଯାଇ ଦୀର୍ଘ କିଛିମାସ ପରେ ଆଂଶିକ ଘର ଭାଙ୍ଗିଥିବା ବ୍ୟକ୍ତିଙ୍କୁ କିଛି ଟଙ୍କା ମିଳିଥିବା ବେଳେ ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ବ୍ୟକ୍ତିଙ୍କୁ ୯୫ହଜାର ଟଙ୍କା ମିଳିଥିଲା। ମାତ୍ର ଏହି କାର୍ଯ୍ୟକ୍ରମର କେତେକ କ୍ଷେତ୍ରରେ ଚଞ୍ଚକତା ଥିବାରୁ ପୁନର୍ବାର ଜିଲ୍ଲାସ୍ତରୀୟ ସର୍ଭେ କରାଯାଇଥିଲା। ମାତ୍ର ହାତ ଗଣତି କେଇଜଣ ସରପଞ୍ଚ ଓ ଦଲାଲମାନେ ଘରଘର ବୁଲି ଯିଏ ୯୫ହଜାର ଟଙ୍କା ପାଇନି ତାକୁ ପ୍ରାୟ ୨୫ରୁ୩୦ହଜାର ଟଙ୍କା ଦେଲେ ତାଙ୍କ ଆକାଉଣ୍ଟକୁ ୯୫ହଜାର ଆସିବବୋଲି କହି ଟଙ୍କା ଆଦାୟ କରିଥିଲେ। ଏପଟେ ମହାମାରୀ କରୋନା ପାଇଁ ତହସିଲ କାର୍ଯ୍ୟାଳୟରେ ତାଲା ଝୁଲୁଥିବାରୁ ସାଧାରଣ ଲୋକେ ତହସିଲ ଅଫିସ ଆସିବା ବାଧା ସୃଷ୍ଟି ହୋଇଥିଲା।
ଏହାର ସୁଯୋଗ ନେଇ ହାତଗଣତି କେତେକ ସରପଞ୍ଚ ଓ ଦଲାଲ ତହସିଲ ଅଫିସ ସହିତ ଯୋଗାଯୋଗ ରଖି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିଥିଲେ। ଏପଟେ ତହସିଲର କୁକାର୍ଯ୍ୟ ପାଇଁ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ତହସିଲଦାର ଙ୍କୁ ବଦଳିକରିବେ ବୋଲି ଲାଗିପଡିଥିଲେ। ଏ ଖବର ମଧ୍ୟ ସରପଞ୍ଚ ଓ ଦଲାଲଙ୍କ ନିକଟରେ ପହଞ୍ଚିବାରୁ ସେମାନେ ସ୍ଥାନୀୟ ତହସିଲଦାର ଉମାକାନ୍ତ ରାଉତଙ୍କୁ ନଛାଡିବା ପାଇଁ ଜିଲ୍ଲାପାଳ ତଥା କେତେକ ରାଜନୀତିଜ୍ଞ ବ୍ୟକ୍ତିମାନଙ୍କ ପାଖକୁ ଯାଇଥିଲେ ମଧ୍ୟ ତା ଆଜି ଅସଫଳ ହେଇଛି। ବର୍ତ୍ତମାନ ଚାପା ଉତେଜନା ଲାଗିରହିଛି। ପ୍ରକୁତ ଘରଭଙ୍ଗା ହିତାଧିକାରୀଙ୍କୁ ୯୫ହଜାର ଟଙ୍କା ମିଳିବା ସହିତ ଯେଉଁମାନଙ୍କର ଘରଭାଙ୍ଗିଛି ଓ ଯେଉଁମାନଙ୍କର ଆକାଉଣ୍ଟ ବ୍ଲକ ରହିଛି ପ୍ରକୁତ ଯାଞ୍ଚକରାଯାଇ ସେମାନଙ୍କୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବିହେଉଛି।