Odisha news

ଭବାନୀପାଟଣା : ଜୟ ଝୁଲେଲାଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୫ ଆହତ, ୨ ଗୁରୁତର

0

ଭବାନୀପାଟଣା ରୁ ଭାୟା ରୁପ୍ରା ଦେଇ ବାରବନ୍ଧା ଚାଲୁଥିବା ଜୟ ଝୁଲେଲାଲ୍ ବସ୍ ସୋମବାର ଦିନ ଅପରାହ୍ନ ପ୍ରାୟ ୨ଟା ରେ ସିରୁଲ ନିକଟ ରାଇସ୍ ମିଲ୍ ପାଖରେ ଦୁର୍ଘଟଣା ଗ୍ରସ୍ତ ହୋଇଛି, ସୂଚନାଯୋଗ୍ୟ ଜଣେ ବାଇକ୍ ଚାଳକକୁ ବଞ୍ଚାଇବାକୁ ଯାଇ ବସ୍ ରାସ୍ତା ପାର୍ଶ୍ୱ ଧାନ ବିଲରେ ପ୍ରାୟ ୧୦ ଫୁଟ୍ ତଳେ ପଡିଯାଇଛି। ସମସ୍ତ ଆହତ ବ୍ୟକ୍ତି ମାନଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନିଆଯାଇଛି ।
ଘଟଣାସ୍ଥଳରେ କେସିଙ୍ଗା ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଉପସ୍ଥିତ ରହିଛନ୍ତି । ୫ ଗୁରୁତର ମଧ୍ୟରୁ ୨ ଗୁରୁତରଙ୍କୁ ଭବାନୀପାଟଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ସାମାନ୍ୟ ଆହତ ୧୦ ଜଣ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଗୁରୁତର ବାଇକ ଚାଳକଙ୍କ ନାମ ନିତ୍ୟାନନ୍ଦ ମାଝୀ ବୋଲି ଜଣାପଡ଼ିଛି। ବସର ନମ୍ୱର OR 08D 5357 ଓ ବାଇକର ନମ୍ୱର OR 08T 0940 । ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ପୂର୍ବତନ ସରପଞ୍ଚ ବିକ୍ରାନ୍ତ ରାଜ ବାଗ, ଭକ୍ତ ସାହୁ, ଗୋପ ଗହିର ଓ ହେମନ୍ତ ନାଗ ପ୍ରମୁଖ ଆଘାତପ୍ରାପ୍ତ ବ୍ୟକ୍ତିଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ନେବାରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ

Nalco

Leave A Reply