Odisha news

ତରୁଣ ହେଲେ ଭାରତ ର ଶ୍ରେଷ୍ଠ ସୌର ଶକ୍ତି  ଟେକ୍ନୋ  କଣ୍ଟ୍ରିବ୍ୟୁଟର  

0

କାକଟପୁର 29/9 ଭାରତର ଅଗ୍ରଣୀ ସୌର ଶକ୍ତିି କମ୍ପାନି ଜେନେସୋଲ ର ପ୍ରୋଜେକ୍ଟ ମୁଖ୍ୟ ଏ ଭି ପି ,ଯୁବ ଇଂଜିନିୟର ତରୁଣ କୁମାର ପାଢୀ  (EQ) ମାଗାଜିନ୍ ତରଫରୁ ହୋଇଥିବା ସର୍ଭେ ଅନୁସାରେ ହୋଇଛନ୍ତି ଭାରତର ଶ୍ରେଷ୍ଠ ସୌରଶକ୍ତି ଟେକ୍ନୋ  କଂଟ୍ରିବ୍ୟୁଟର । ଇଂ ତରୁଣ ପାଢୀ ଙ୍କ ଗବେଷଣା, ପରିଶ୍ରମ ଏବଂ କଠୋର ଅଧ୍ୟବସାୟ ବଳରେ ସୌର ଶକ୍ତି  କମ୍ପାନୀ ର ଶ୍ରେଷ୍ଟ୍ର ଟେକ୍ନୋ ଅବଦାନ ପାଇଁ ସମ୍ମାନିତ ହେବାସହ ପ୍ରଶଂଶିତ ହୋଇ ସମଗ୍ର ସୌରଶକ୍ତି ପ୍ରକଳ୍ପ ପାଇଁ ଆଣିଛନ୍ତି ଗୌରବ । ସେ କାକଟପୁର ବ୍ଲକ ଓଥକା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ରାଏସ ଗ୍ରାମର ଧନେଶ୍ଵର ପାଢ଼ୀ ଙ୍କ ସୁପୁତ୍ର l  ତାଙ୍କର ଏ ସଫଳ କାର୍ଯ୍ୟ ପାଇଁ ତାଙ୍କୁ କାକଟପୁର ଅଞ୍ଚଳ ବାସୀ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତୋରତ୍ତର କାମନା କରଛନ୍ତି ଯୁବ ସମାଜସେବୀ ସୁକାନ୍ତ ପରିଡ଼ା l

Nalco

Leave A Reply