Odisha news

ସୋମେଶ୍ୱର ସାହିତ୍ୟ ସଂସଦ ପକ୍ଷରୁ ମେହେର ଜୟନ୍ତୀ ପାଳିତ 

0
କାକଟପୁର 20/8  କାକଟପୁରର  ପ୍ରସିଦ୍ଧ ଶୈବ ପୀଠ ସୋମେଶ୍ୱର ମହାଦେବ ଙ୍କ ପୀଠରେ “ସୋମେଶ୍ୱର ସାହିତ୍ୟ ସଂସଦ ” ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେର ଙ୍କ ଜୟନ୍ତୀ ଉତ୍ସବ, ସଂସଦ ର ସଭାପତି ପଣ୍ଡିତ ବନବିହାରୀ  ଗ୍ରହାଚାର୍ଯ୍ୟ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଉତ୍ସବ ରେ ସଂସଦ ର ବରିଷ୍ଠ  ଉପଦେଷ୍ଟା ତଥା ମା ମଙ୍ଗଳା ମନ୍ଦିର ଟ୍ରଷ୍ଟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ, ଅବସରପ୍ରାପ୍ତ ସହ ଶିକ୍ଷାଧିକାରୀ ସାଧୁଚରଣ ବିଶ୍ୱାଳ, କୃଷ୍ଣପ୍ରସାଦ ବିଶ୍ଵନାଥ ବିଦ୍ୟାପୀଠ ର ଅବସର ପ୍ରାପ୍ତ ଶିକ୍ଷକ ନିରଞ୍ଜନ ପରିଡ଼ା, ସଭାନେତ୍ରୀ ମଞ୍ଜୁଳା ଷଡ଼ଙ୍ଗୀ, ରେଣୁବାଳା ନାୟକ, ଶିକ୍ଷୟତ୍ରୀ ବିଷ୍ଣୁ ପ୍ରିୟା ମହାପାତ୍ର, ସମାଜସେବୀ ରଶ୍ମିରଞ୍ଜନ ମହାନ୍ତି, ସଂସ୍କୃତ ବିଦ୍ୱାନ ସନ୍ତୋଷ କୁମାର ବେହେରା ପ୍ରମୁଖ ଯୋଗଦେଇ ଗଙ୍ଗାଧର ମେହେର ଙ୍କ କୃତି, ଇନ୍ଦୁମତି, ଅର୍ଘ୍ୟଥାଳି, କିଚକ ଵଧ, ତପସ୍ୱିନୀ, ପ୍ରଣୟ ବଲ୍ଲରୀ ପ୍ରଭୃତି କାବ୍ୟ ମଧ୍ୟରୁ ନାରୀ ଚରିତ୍ର ସମ୍ପର୍କରେ ଆଲୋଚନା କରି ଓଡ଼ିଆ ଭାଷା କୁ ବିକାଶ ମୁଖୀ କରିବାକୁ ବକ୍ତବ୍ୟ ମାଧ୍ୟମ ରେ ଉତ୍କଳ ଭାଷା ପ୍ରେମୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ବରିଷ୍ଠ  କବି ଓ କବୟତ୍ରୀ ମାନେ ଯୋଗଦାନ କରି ସ୍ୱରଚିତ କବିତା ପାଠ କରିଥିଲେ l ସଂସଦ ର ସଭ୍ୟ ମାନେ ଉତ୍ସବ କୁ ସାଫଲ୍ୟ ମଣ୍ଡିତ କରିଥିବାରୁ ସଭାପତି ସାଧୁବାଦ ଜଣାଇଥିଲେ l
Har Ghar Tiranga

Leave A Reply