Odisha news

ସୁର ଛାଡିଲେ ବିଜେଡି, ବିଶ୍ୱ ପାଇଲେ କଂଗ୍ରେସ ର ବିଧାୟକ ଟିକେଟ

0
କାକଟପୁର : କାକଟପୁର ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନୀ ଗୁଗୁଲ ଦିନକୁ ଦିନ ଭିନ୍ନ ମୋଡ଼ ନେଉଥିବା ବେଳେ ଭୋଟର ମାନେ ଭିନ୍ନ ଭିନ୍ନ ମତ ଦେଉଥିବା ଶୁଣିବାକୁ ମିଳୁଛି l କାକଟପୁର, ବିଜେଡି ପକ୍ଷରୁ ତୁଷାର କାନ୍ତି ବେହେରା ବିଧାୟକ ପ୍ରାର୍ଥୀ ଭାବେ ଟିକେଟ ପାଇବା ପରେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ନିରାଶ ହେବା ପରେ ବିଜେଡି ଦଳ ଛାଡିଛନ୍ତି l ବିଶ୍ୱ ଭୁଷଣ ଦାସ କିଛିଦିନ ତଳେ ବିଜେପି ରେ ଯୋଗ ଦେଇଥିଲେ, ଆଶା ଥିଲା ବିଧାୟକ ପ୍ରାର୍ଥୀ ହେବା ପାଇଁ, କିନ୍ତ ବିଜେପି ପକ୍ଷରୁ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ ଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ବିଶ୍ୱ ଭୁଷଣ ବିଜେପି ଛାଡ଼ି କଂଗ୍ରେସ ରେ ଯୋଗ ଦେଇଥିଲେ l ଶେଷ ପର୍ଯ୍ୟାୟ ରେ ବିଜେଡି ତୁଷାର କାନ୍ତି ବେହେରା, ବିଜେପି ବାଇଧର ମଲ୍ଲିକ, ବିଶ୍ଵଭୁଷଣ ଦାସ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଭାବେ କାକଟପୁର ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନୀ ମଇଦାନ କୁ ଓହ୍ଲାଇବା ପରେ ସୁରେନ୍ଦ୍ର ସେଠୀ କଣ ଭୁମିକା ନେଉଛନ୍ତି, କାକଟପୁର ଭୋଟର ଅପେକ୍ଷା କରିଛନ୍ତି l

Nalco

Leave A Reply