Odisha news

ମା ମଙ୍ଗଳl ଙ୍କ ତୃତୀୟ ପାଳି ଯାତ୍ରା ଶେଷ, କlଳିକା ନୃତ୍ୟ ଦେଖି ଭକ୍ତ ବିମୋହିତ.

0
କାକଟପୁର ୯ /୪ :- କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳାଙ୍କ  ତୃତୀୟ ପାଳି ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ରାତ୍ର ତିନି ଘଟିକା ରେ ମନ୍ଦିର ଦ୍ବାରଫିଟା ପରେ ମଙ୍ଗଳ ଆଳତି, ଭିତର ଶୋଧ, ସ୍ନାନ, ବେଶ, ଚନ୍ଦନ ଲାଗି ପରେ ସୂର୍ଯ୍ୟପୂଜା, ବଲ୍ଲଭ ନୀତି କରାଯାଇଥିଲା। ବଲ୍ଲଭ ନୀତି ପରେ ସକାଳ ଧୂପ, ବନ୍ଦାପନା ଆଳତୀ ପରେ ସର୍ବସାଧାରଣ ଙ୍କ ଦର୍ଶନ ପାଇଁ ମନ୍ଦିର ସାହାଣମେଲା କରାଯାଇଥିଲା । ମାତୃଭକ୍ତ ମାନେ ଉତ୍ତର ଓ ସିଂହ ଦ୍ୱାର ଦେଇ ବ୍ୟାରିକେଟ ମଧ୍ୟରେ ଲମ୍ବା ଧାଡ଼ି ରେ ମନ୍ଦିର ଗର୍ଭଗୃହ କୁ ଯାଇ ମା ଙ୍କର ଚନ୍ଦନ ବେଶ ଦର୍ଶନ କରିଥିଲେ। ମହିଳାମାନେ ମନ୍ଦିର ବେଢାରେ ନିଜ ସ୍ବାମୀ ଓ ପରିବାର ର ମଙ୍ଗଳ କାମନା କରି ବିରି ଚାଉଳ, ଜାମୁଡାଳ ରେ ମନ୍ଦିର ବେଢା ଓଲେଇଵା ସହିତ ପନ୍ଥେଇ ପୂଜା କରିଥିଲେ। ଚାରିଆଡେ ହରିବୋଲ ହୁଳହୁଳି ରେ ପ୍ରକମ୍ପିତ ହେଉଥିବା ବେଳେ ମାନସିକପୂର୍ଣ୍ଣ ଧାରୀ ଭକ୍ତ ମାନେ ହାତରେ ନାଲି ଶାଢ଼ୀ, ଶଙ୍ଖା, ସିନ୍ଦୁର ଧରି ମା ଙ୍କୁ ପୂଜାର୍ଚନା କରିଥିଲେ l ମନ୍ଦିର ପରିସର ଚନ୍ଦନ କର୍ପୁର ରେ ମହକି ଉଠି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରୁଥିଲା l ଦିନ ପ୍ରାୟ ୨ ଟା ବେଳକୁ ଝଙ୍କଡ ପୀଠ ରୁ ଆସିଥିବା ରାଉଳ ସେବକ ଓ ସ୍ଥାନୀୟ ଅଞ୍ଚଳ ର ଭୋଇ ପାଟୁଆ ମାନେ ଏକ ଶୋଭାଯାତ୍ରା ରେ ପ୍ରାଚୀ ନଦୀ ର ଘଣ୍ଟ ତୋଳା ତୁଠ କୁ ଯାଇ ପାଣି ତୋଳି, ଘଟ ସ୍ଥାପନା କରି ମନ୍ଦିର କୁ ଆସିଥିଲେ। ମା ଙ୍କର ଆଜ୍ଞାମାଳ ପାଇବା ପର ପାଟୁଆ ମାନେ ଘଣ୍ଟ, ଢୋଲ ଓ କାହାଳୀ ହରିବୋଲ, ହୁଳହୁଳି ଶବ୍ଦ ମଧ୍ଯରେ ଘଣ୍ଟ ପାଟୁଆ ନୃତ୍ୟ କରିଥିଲେ।ଭକ୍ତ ଓ ଶ୍ରଦ୍ଧାଳୁ ମାନେ ମାନସିକ ଚୁଡାଘସା ଭୋଗ ମା ଙ୍କୁ ଲାଗି କରିଥିଲେ  lତୃତୀୟ ପାଳି ରାତ୍ରିରେ ମା ଙ୍କ ପୀଠ ରେ କାଳିକା ନୃତ୍ୟ ମା ଙ୍କ ସ୍ୱତନ୍ତ୍ର ସେବକ କାଳିକା ନୃତ୍ୟ ପରିବେଷଣ କରିଥିଲେ l ଏହି କାଳିକା ନୃତ୍ୟ ଦେଖିବା ପାଇଁ ବହୁ ଦୂର ଦୁରାନ୍ତର ରୁ ଭକ୍ତ ମାନେ ବିଳମ୍ବ ରାତ୍ରି ପର୍ଯ୍ୟନ୍ତ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା l ଭକ୍ତ ଙ୍କ ଗହଳି କୁ ଦୃଷ୍ଟି ରେ ରଖି କାକଟପୁର ଥାନା ଅଧିକାରୀ ବିଜୟ କେତନ ବେହେରା, ଏସ ଆଇ ପ୍ରମୋଦ କୁମାର ସେଠୀ ଙ୍କ ତତ୍ୱାବଧାନରେ ପୋଲିସ  ବାହିନୀ ସଜାଗ ଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସୁ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯାଇ ଭକ୍ତ ମାନଙ୍କୁ ସେବା ପ୍ରଦାନ କରାଯାଇ ଥିଲା l
Nalco

Leave A Reply