Odisha news

ମଙ୍ଗଳାଙ୍କ ଝାମୁ ପଡିଆରେ ନର୍ମାଣ କାର୍ଯ୍ୟ କୁ ନେଇ ପ୍ରଶାସନିକ ତତ୍ପରତା ତେଜୁଛି ଅସନ୍ତୋଷ

0
କାକଟପୁର :  ମଙ୍ଗଳା ମନ୍ଦିର ର ବିଶ୍ୱ ପ୍ରସିଦ୍ଧ ଝାମୁଯାତ୍ରା ପଡିଆରେ ରେ ବହୁ ବର୍ଷ ହେବ ଏକ ସତ୍ୟପୀର (ଦରଘା ସାହେବ ) ଙ୍କର ଆସ୍ଥାନ କାହୁଁ କେଉଁ ଅମଳରୁ ଥିଲା ହେଲେ ଯେହେତୁ ଅଷ୍ଟଧାତ୍ରୀ ମା ମଙ୍ଗଳା ଙ୍କ ବିଜେସ୍ଥଳୀ ପୀଠ ତେଣୁ ପୂର୍ବଜ ମାନଙ୍କ ଦ୍ୱାରା 1941  ମସିହାରୁ ପୀର ଙ୍କ ୱାକଫ ବୋର୍ଡ ଓ ଦେବୋତ୍ତର କମିଶନର ଙ୍କ ମଧ୍ୟରେ ଏକ ଚୁକ୍ତି ପତ୍ର ହୋଇଥିଲା ଜେ ଯେ ପର୍ଯ୍ୟନ୍ତ ଦିବା ଲୋକରେ ସୂର୍ଯ୍ୟ ଚନ୍ଦ୍ର ଥିବେ ଓ ଧରା ପୃଷ୍ଟ ରେ ମନୁଷ୍ୟ ସମାଜ ଜାତ ଆତ ହେଉଥିବେ ସେ ପର୍ଯ୍ୟନ୍ତ ମା ମଙ୍ଗଳା ଙ୍କ ପ୍ରସିଦ୍ଧ ଝାମୁଯାତ୍ରା କୁ ଆସୁଥିବା ବିଭିନ୍ନ ଦୋକାନ ବଜାର ବସି ମାଙ୍କ ମେଳା ସେଇ ପଡିଆରେ ବସିବା ପାଇଁ ବହୁ ବର୍ଷ ପୂର୍ବରୁ ଏକ ଚୁକ୍ତି ପତ୍ର ହୋଇଥିଲା, କିନ୍ତୁ ୱାକଫ ବୋର୍ଡ ହେଲା ପରେ ପୀର ଙ୍କ ଗୋଟିଏ ପରିବାର ସେଇ ପଡିଆକୁ ୱାକଫ ବୋର୍ଡ କୁ ନ ଜଣାଇ ଜୈନିକ ପୀର ଙ୍କ ସେବାୟତ ଏକ ପ୍ରାଚୀର ନିର୍ମାଣ ତିଆରି କରିବାର  ଖବର ପାଇ ୱାକଫ ଆସି ପ୍ରାଚୀର ନିର୍ମାଣ କୁ ବିରୋଧ କରି ମନା କରି ଜୈନିକ ପୀର ଙ୍କ ସେବାୟତ କୁ କାମ ବନ୍ଦ କରିଥିବା ପୁରୁଖା ଲୋକଙ୍କ ଠାରୁ ଶୁଣିବାକୁ ମିଳେ , କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ଏବେ ସେଠାରେ ବାହାର ପୁଞ୍ଜି ନିବେଶ କରାଯାଇ କାମକୁ ତ୍ୱରାନ୍ୱିତ କରାଯାଉଥିବା ଜାଣି ସ୍ଥାନୀୟ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ଙ୍କ ଅଭିଯୋଗ ପରେ ତହସିଲଦାର ଅଙ୍କିତା ଅନନ୍ଦିତତା ଓ କାକଟପୁର ଥାନା ଆଇ ଆଇ ସି ଉମେଶ ଚନ୍ଦ୍ର ସାହୂ ଘଟଣା ସ୍ଥଳରେ ପହଞ୍ଚି କାମ ବନ୍ଦ କରିବାକୁ ନିର୍ଦେଶ ଦେଇଥିବା ଶୁଣିବାକୁ ମିଳୁଛି, ପ୍ରଶାସନ ର କହିବା କଥା କି ତୁମ ପାଖରେ କେଉଁ ନିର୍ଦେଶ ନାମା ଅଛି କି ଯାହା ଫଳରେ ତୁମେ ୱାକଫ ବୋର୍ଡ ଜାଗାରେ କେଉଁପରି ଭାବରେ କାର୍ଯ୍ୟ କରୁଛ ଜୈନିକ ପୀର ଙ୍କ ସେବାୟତ ଅଧିକାରୀ ଙ୍କ ସହିତ ଯୁକ୍ତି ତର୍କ କରିଥିଲେ ଓ ଶେଷରେ ନିର୍ମାଣଧୀନ କାର୍ଯ୍ୟ କୁ ବନ୍ଦ ରଖିଥିଲେ ଏଠାରେ ପ୍ରଶ୍ନ ଉଠେ ଆଜି ପର୍ଯ୍ୟନ୍ତ ତାଙ୍କ ପୂର୍ବଜ ମାନେ ସେହି ସ୍ଥାନକୁ ଖାଲି ପକାଇଥିବା ବେଳେ ଏ ଲୋକଟି କେଉଁ ନିର୍ଦେଶ ନାମା ବଳରେ ଆଉ କାହା ପ୍ରରୋଚନା ରେ କାହାକୁ ଖାତିର ନ କରି କାମ କରୁଛି ତାହା ସର୍ବସାଧାରଣ ରେ ବହୁ ପ୍ରଶ୍ନ ଛିଡା କରିଛି, କାକଟପୁର ଏକ ଭାଇଚାରା ର ଗ୍ରାମ ହୋଇଥିବା ବେଳେ ଏଠାରେ ହିନ୍ଦୁ ମୁସଲମାନ ଭାଇ ମାନେ କାର୍ତିକ ଉଭୟ ସତ୍ୟ ପୀର ଙ୍କୁ ପୂଜାର୍ଚନା କରିଥାନ୍ତି ଏଠାରେ ପ୍ରତି ବର୍ଷ ଝାମୁ ଯାତ୍ରାରେ ଉଠା ଦୋକାନୀ ବସି ବେପାର ପତ୍ର କରିଥାନ୍ତି ଯାହା ସେଥିରୁ ଆୟ ହୁଏ ମଙ୍ଗଳା ମନ୍ଦିର ଓ ସତ୍ୟ ପୀର ମାର୍ଫତ ଦାର ଆଦାୟ ଅର୍ଥ ରାଶିକୁ ବାଣ୍ଟି ନେଇ ଥାନ୍ତି କିନ୍ତୁ ବର୍ତମାନ ମନ୍ଦିର ଓ ୱାକଫ ବୋର୍ଡ ଚୁକ୍ତିପତ୍ର କୁ ଖାତିର ନ କରି ସତ୍ୟପୀର ଙ୍କ ମାର୍ଫତ ଦାର ଜହୁର ଅଲ୍ଲୀ ସାହା କିଭଳି ନିର୍ମାଣ କାର୍ଯ୍ୟ ଆରମ୍ଭ କରୁଛନ୍ତି ତାହାକୁ ନେଇ ଅଞ୍ଚଳ ରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି, ଆଗାମୀ ଦିନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲେ ହିନ୍ଦୁ ମୁସଲିମ ଙ୍କ ମଧ୍ୟରେ ତିକ୍ତତା ଭାବ ସୃଷ୍ଟି ନ ହେବ ସେ ପ୍ରଶ୍ନ କୁ ଏଡାଇଦିଆ ନ ଯାଇ ପରେ ଅପର ପକ୍ଷରେ ହିନ୍ଦୁ ମନ୍ଦିର ଗୁଡିକର ଜାଗାକୁ ସଂକୁଚିତ କରିବାକୁ ଏହା ଏକ ଯୋଜନା ବଦ୍ଧ ଷଡ଼ଯନ୍ତ୍ର ବୋଲି ସ୍ଥାନୀୟ ବଜରଙ୍ଗ ଦଳ ତରଫରୁ କୁହା ଯାଇଛ,
Nalco

Leave A Reply