Odisha news

୧୦ରେ ମା ମଙ୍ଗଳାଙ୍କ ନେତ ଉତ୍ସବ ଓ ଚୈତ୍ର ମାସର ପ୍ରଥମ ପାଳି ଯାତ୍ରା

0

କାକଟପୁର-କାକଟପୁରର ଅଧିଷ୍ଠାତ୍ରୀ ଦେବୀ ଜଗତଜନନୀ ମା ମଙ୍ଗଳାଙ୍କ ଚୈତ୍ର ମାସର ପ୍ରଥମ ପାଳି ମଙ୍ଗଳବାର ତଥା ନେତ ବନ୍ଧା ଉତ୍ସବ ଆସନ୍ତା ୧୦ତାରିଖ ପବିତ୍ର ହୋଲି ଦିନ ଅନୁଷ୍ଠିତ ହେବ । ଏଥିପାଇଁ ଏହି ପ୍ରସିଦ୍ଧ ଶକ୍ତି ପୀଠ ଚଳଚଂଚଳ ହୋଇ ଉଠିଥିବା ବେଳେ ମନ୍ଦିର ଭିତର ଏବଂ ବାହାରକୁ ଉଜ୍ଜ୍ୱଳ ଆଲୋକ ମାଳାରେ ସୁସଜ୍ଜିତ କରାଯାଇଛି । ଭକ୍ତମାନେ ଶାନ୍ତି ଶୃଙ୍ଖଳା ଭାବେ ମାଙ୍କ ଦର୍ଶନ ନିମନ୍ତେ ମନ୍ଦିର ବେଢାରେ ବ୍ୟାରିକେଟ୍ ନିର୍ମାଣ କରାଯାଇଛି । ଉକ୍ତ ଦିନ ଘ୧.୩୦ମିନିଟ୍ ରୁ ୨ଘଟିକା ମଧ୍ୟରେ ନେତ ବନ୍ଧା ଉସôବ ଅନୁଷ୍ଠିତ ହେବ । ଯେହେତୁ ନେତ ବନ୍ଧା ଉତ୍ସବ ହୋଲି ଦିନ ପଡୁଥିବାରୁ ଏ ନେଇ ଶ୍ରଦ୍ଧାଳୁମାନେ ପ୍ରତୁ୍ୟଷରୁ ମନ୍ଦିରରେ ମାଙ୍କ ଦର୍ଶନ ନିମନ୍ତେ ଭିଡଲାଗିବାର ସମ୍ଭାବନାକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ମଧ୍ୟରାତ୍ରରୁ ମାଙ୍କ ନିତିକାନ୍ତି କାର୍ଯ୍ୟ ସମାପନ କରାଯିବ ବୋଲି ମନ୍ଦିର ପ୍ରଶାସନ ସ୍ଥିର କରିଛି ।

Leave A Reply