Odisha news

ଶ୍ରାବଣମାସ ପ୍ରଥମ ସୋମବାରରେ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର କଣ ରହିଛି ମହତ୍ୱ

0

ଶ୍ରାବଣମାସ ଟି ଦେବ ଦେବ ମହାଦେବ ଙ୍କୁ ସମର୍ପିତ ଅଟେ l ଏହି ମାସରୁ ଚତୁର୍ମାସ୍ୟା ଆରମ୍ଭ ହୋଇଥାଏ ଏବଂ ଭଗବାନ ବିଷ୍ଣୁ ଯୋଗ ନିଦ୍ରାରେ ଥିବାରୁ ମହାଦେବ ଙ୍କ ଉପରେ ସୃଷ୍ଟିର ସମସ୍ତ ପାଳନ ଭାର ରହିଥାଏ l ତେଣୁ ଏହି ମାସରେ ଶୈବ ଉପାସକ ମାନେ ପ୍ରତି ସୋମବାର ଦିନ ଶୈବପୀଠ ଗୁଡିକରେ ମହାଦେବଙ୍କୁ ଜଳ ଲାଗି କରି ଥାଆନ୍ତି ଏବଂ କାଉଡିଆ ଯାତ୍ରାର ଆରମ୍ଭ ହୋଇଥାଏ l ମାନ୍ୟତା ରହିଛି ଯେ ଏହି ମାସରେ ୧୨ ଜ୍ୟୋତିର୍ଲିଙ୍ଗ ଦର୍ଶନ କରିବାର ଅନେକ ମହତ୍ୱ ରହିଛି l

ଶୈବ ପୁରାଣ ଅନୁସାରେ ଏହି ମାସରେ ଯେଉଁ ବ୍ୟକ୍ତି ୧୨ ଜ୍ୟୋତିର୍ଲିଙ୍ଗ ର ଦର୍ଶନ କରିଥାଏ ତାର ୭ଜନ୍ମ ର ସମସ୍ତ ପାପ ଦୂର ହୋଇଥାଏ, କିନ୍ତୁ ପୁରାଣ ର ବର୍ଣନା ଅନୁସାରେ ଏହା କରିବା ଅସମ୍ଭବ ଅଟେ l ତେଣୁ ଆପଣ ଶ୍ରାବଣମାସ ରେ ଘରେ ବସି ମଧ୍ୟ ୧୨ ଜ୍ୟୋତିର୍ଲିଙ୍ଗ ଙ୍କ ଆରାଧନା କରିପାରିବେ l

= ସୋମନାଥ ଜ୍ୟୋତିର୍ଲିଙ୍ଗ :
ଗୁଜୁରାଟ ରେ ଥିବା ସୋମନାଥ ଜ୍ୟୋତିର୍ଲିଙ୍ଗ ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ପ୍ରଥମ ଅଟେ, ପୂରାଣ ର ବର୍ଣନା ଅନୁସାରେ ଏହି ସୋମନାଥ ଜ୍ୟୋତିର୍ଲିଙ୍ଗ ଙ୍କୁ ସ୍ୱୟଂ ଚନ୍ଦ୍ରଦେବ ନିର୍ମାଣ କରିଥିଲେ ଏବଂ ଅଭିଶାପ ରୁ ମୁକ୍ତି ପାଇଥିଲେ l

= ମଲ୍ଲୀକାର୍ଜୁନ ଜ୍ୟୋତିର୍ଲିଙ୍ଗ :
ଆନ୍ଧ୍ର ପ୍ରଦେଶ ରେ ଅବସ୍ଥିତ ମାଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଦକ୍ଷିଣ ଭାରତର କୈଳାଶ ମଧ୍ୟ କୁହାଯାଇ ଥାଏ l ଏହି ଶିବଲିଙ୍ଗ ରେ ଶିବ -ଶକ୍ତି ଉଭୟ ବିରାଜମାନ କରିଛନ୍ତି l

= ମହାକାଳେଶ୍ଵର ଜ୍ୟୋତିର୍ଲିଙ୍ଗ ;
ମଧ୍ୟ ପ୍ରଦେଶ ର ଉଜ୍ଜୟିନୀ ରେ ସିପ୍ରା ନଦୀ କୂଳରେ ଏହା ଅବସ୍ଥିତ l ଏଠାରେ କୁମ୍ଭ ମେଳାର ଆୟୋଜନ କରାଯାଇ ଥାଏ l ଏହା ଏକ ମାତ୍ର ଦକ୍ଷିଣା ମୁଖି ଜ୍ୟୋତିର୍ଲିଙ୍ଗ ଅଟେ l

= ଓଙ୍କlରେଶ୍ୱର ଜ୍ୟୋତିର୍ଲିଙ୍ଗ :
ମଧ୍ୟ ପ୍ରଦେଶ ର ଇନ୍ଦୋର ରୁ କିଛି ଦୂରରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗ ଙ୍କୁ ଓଂ ଆକାରରେ ନିର୍ମାଣ କରାଯାଇଛି, ଏହାକୁ ଶିକ୍ଷାର୍ଥୀ ମାନେ ଦର୍ଶନ କରିବା ଆବଶ୍ୟକ l

– କେଦାରନାଥ ଜ୍ୟୋତିର୍ଲିଙ୍ଗ :
ଉତରାଖଣ୍ଡରେ ଅବସ୍ଥିତ କେଦାରନାଥ ଜ୍ୟୋତିର୍ଲିଙ୍ଗ ମନ୍ଦିରର ଦ୍ୱାର ଅପ୍ରେଲ ମାସରେ ଖୋଲାଯାଇ ଥାଏ , ପୁନର୍ବାର ନଭେମ୍ବର ମାସରେ ବନ୍ଦ ହୋଇଯାଇ ଥାଏ l ମାନ୍ୟତା ରହିଛି ଯେ ଏଠାରେ ମହାଦେବ ପାଣ୍ଡଵ ମାନଙ୍କୁ ଦର୍ଶନ ଦେଇଥିଲେ l

= ଭୀମାଶଙ୍କର ଜ୍ୟୋତିର୍ଲିଙ୍ଗ :
ମହାରାଷ୍ଟ୍ରର ପୁନେ ସ୍ଥିତ ଏହି ସିଭ ଲିଙ୍ଗର ସମ୍ପର୍କ ରାମାୟଣ  ଯୁଗ ସହିତ ରହିଛି, କୁମ୍ଭକର୍ଣ୍ଣ ର ଭୀମ ନାମରେ ଗୋଟିଏ ପୁତ୍ର ଥିଲା l ସେ ତପସ୍ୟା କରି ବ୍ରହ୍ମା ଙ୍କୁ ପ୍ରସନ୍ନ କରିବା ଓ ବରଦାନ ପାଇ ଦେବତା ମାନଙ୍କୁ ପରାଜିତ କରିବା ଆରମ୍ଭ କରିଦେଇ ଥିଲେ l

= କାଶୀ ବିଶ୍ୱନାଥ ଜ୍ୟୋତିର୍ଲିଙ୍ଗ : ଉତ୍ତରପ୍ରଦେଶ ର ବାରଣାସୀ ରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗ ର ଅନେକ ମହତ୍ୱ ରହିଛି, ମାନ୍ୟତା ରହିଛି ଯେ ଏଠାରେ ଯାହାର ମୃତ୍ୟୁ ହୋଇଥାଏ ସେ ମୋକ୍ଷ ପ୍ରାପ୍ତି କରିଥାଏ l

= ତ୍ରୟମ୍ବାଙ୍କେଶ୍ଵର ଜ୍ୟୋତିର୍ଲିଙ୍ଗ :
ମହାରାଷ୍ଟ୍ର ନାସିକ ଠାରେ ଅବସ୍ଥିତ ଏହି ଜ୍ୟୋତିର୍ଲିଙ୍ଗ ରେ ବ୍ରହ୍ମା, ବିଷ୍ଣୁ ଓ ମହେଶ ବିରାଜମାନ କରିଛନ୍ତି l ଗୌତମ ଋଷିଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ମହାଦେବ ଏଠାରେ ଆବିର୍ଭୁତ ହୋଇଥିଲେ l  ଏଠାରେ ଦର୍ଶନ କରିବା ସମୟରେ ମନରେ କୌଣସି ଆବିଳତା ରଖିବା ଉଚିତ ନୁହେଁ l

= ବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ :
ଝାରଖଣ୍ଡ ଦେବାଘର ରେ ଏହି ଜ୍ୟୋତିର୍ଲିଙ୍ଗ ଅବସ୍ଥିତ , ଏଠାରେ ରାବଣ ମହାଦେବ ଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଜର ୯ ଟି ମସ୍ତକ ଛେଦନ କରିଥିଲା, ଏବଂ ମହାଦେବ ଙ୍କୁ ଅର୍ପଣ କରିଥିଲା l

= ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ :
ଏହି ଜ୍ୟୋତିର୍ଲିଙ୍ଗ ଟି ଗୁଜୁରାଟ ର ଦ୍ୱାରିକା ରେ ଅବସ୍ଥିତ ଅଟେ, ଶିବ ପୁରାଣ ଅନୁସାରେ ମହାଦେବ ଙ୍କର ଗୋଟିଏ ନାମ ହେଉଛି ନାଗେଶ୍ୱର ଯାହାର ଅର୍ଥ ନାଗ ମାନଙ୍କର ଈଶ୍ୱର l

= ରାମେଶ୍ୱରମ ଜ୍ୟୋତିର୍ଲିଙ୍ଗ :
ଶିବ ପୁରାଣ ଅନୁସାରେ ରାମେଶ୍ୱରଂ ଜ୍ୟୋତିର୍ଲିଙ୍ଗ କୁ ସ୍ୱୟଂ ପ୍ରଭୁ ଶ୍ରୀରାମ ନିର୍ମାଣ କରିଥିଲେ l ପ୍ରଭୁ ରାମଚନ୍ଦ୍ର କରି ଥିବାରୁ ଏହାର ନାମ ରାମେଶ୍ୱରମ ଜ୍ୟୋତିର୍ଲିଙ୍ଗ ଅଟେ l

= ଘୁଷୁମେଶ୍ୱର  ଜ୍ୟୋତିର୍ଲିଙ୍ଗ :
ପୁରାଣର ବର୍ଣନା ଅନୁସାରେ ଏହି ଜ୍ୟୋତିର୍ଲିଙ୍ଗ କୁ ଦର୍ଶନ କରିବା ଦ୍ୱାରା ଜୀବନରୁ ସମସ୍ତ ଦୁଃଖର ବିନାଶ ହୋଇଥାଏ l

Leave A Reply