ଜଗତସିଂହପୁର : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜ ସଂସ୍କାରକ ଗୈାରାଙ୍ଗ ଚରଣ ଦାସଙ୍କ ୪୯ତମ ଶ୍ରାଦେ୍ଧାସôବ ଆଜି ଜଗତସିଂହପୁର ସାରସ୍ୱତ ପରିଷଦ ପକ୍ଷରୁ ସ୍ଥାନୀୟ ବଡବଜାର ଠାରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଅଲଣାହାଟ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ ଯୋଗଦେଇ ଅସହଯୋଗ ଆନେ୍ଦାଳନ, ଲବଣ ସତ୍ୟାଗ୍ରହ, ହରିଜନ ପଦଯାତ୍ରା ଓ ଭାରତଛାଡ ଆନେ୍ଦାଳନରେ ସ୍ୱର୍ଗତ୍ ଗୌରାଙ୍ଗ ଚରଣ ଦାସଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କହିଥିଲେ । ମୁଖ୍ୟବକ୍ତା ସାମ୍ବାଦିକ ତପନ କୁମାର ରାଉତରାୟ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ଦାସ ବାଗଲପୁର ମାଟିର କେବଳ ସୁଯୋଗ୍ୟ ସନ୍ତାନ ନଥିଲେ ବରଂ ରାଜ୍ୟର ଜଣେ ଆଗଧାଡିର ଟାଣୁଆ ନେତା ଥିଲେ । ତାଙ୍କ ତ୍ୟାଗପୂତ ଓ ସଂଗ୍ରାମୀ ଜୀବନ ଅବିସ୍ମରଣୀୟ ହୋଇ ରହିବ ବୋଲି ସେ ମତ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛାତ୍ରୀ ସ୍ୱାଗତିକା ଭଟ୍ଟ, ସଂଘମିତ୍ରା ଦାସ, ପଦ୍ମାଳୟା ଦାସ, ଛାତ୍ର ଅଭିିଷେକ ଗୁରୁ ,ପଙ୍କଜ ଦାସ, ପ୍ରମୁଖ ଏହି ଆଲୋଚନା ଚକ୍ରରେ ଉପସ୍ଥିତ ଥିଲେ । ଛାତ୍ରୀ ପଦ୍ମାଳୟା,ଆନି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ଶେଷରେ ଛାତ୍ର ଶୁଭମ୍ ଧନ୍ୟବାଦ ଅର୍ପଣ କରିଥିଲେ ।